ETV Bharat / business

ଖସିବ ପେଟ୍ରୋଲ-ଡିଜେଲ ଦାମ ! ଉତ୍ପାଦ ଶୁଳ୍କ କମାଇପାରନ୍ତି ସରକାର

author img

By

Published : Mar 4, 2021, 6:55 PM IST

ରାଜସ୍ବକୁ କ୍ଷତି ନ ପହଞ୍ଚାଇ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ କମାଇପାରିବେ ଉତ୍ପାଦ ଶୁଳ୍କ । ଅଧିକ ପଢନ୍ତୁ..

ଖସିବ ପେଟ୍ରୋଲ-ଡିଜେଲ ଦାମ
ଖସିବ ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ: ହ୍ରାସ ହୋଇପାରେ ତେଲ ଉପରୁ ଉତ୍ପାଦ ଶୁଳ୍କ । ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି 8.50 ଟଙ୍କା ହ୍ରାସ କରିପାରିବେ ସରକାର । ବିଶେଷଜ୍ଞଙ୍କ ଅନୁସାରେ ଏହି ଇନ୍ଧନରୁ ମିଳୁଥିବା ରାଜସ୍ବରେ କୌଣସି ପ୍ରଭାବ ପଡିବା ବିନା ହିଁ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ହୋଇପାରିବ ।

ଅଶୋଧିତ ତୈଳ ଦାମ ବୃଦ୍ଧି ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ଏହି ସମୟରେ ଅଦ୍ଭୁତପୂର୍ବ ଉଚ୍ଚତା ଛୁଇଁଲାଣି । ଗତ 9 ମାସ ଧରି ବଢିଚାଲିଛି ଇନ୍ଧନ ଦାମ । ଏ ନେଇ ସାଧାରଣ ଲୋକଙ୍କ ଠାରୁ ବିରୋଧୀ ଦଳ ପ୍ରତିବାଦ କରିଆସୁଛନ୍ତି । ପେଟ୍ରୋଲିୟମ ଇନ୍ଧନ ଉପରୁ କର କାଟ ପାଇଁ ଦାବି କରୁଛନ୍ତି । ଯେପରି ଉପଭୋକ୍ତାଙ୍କୁ କିଛି ରିଲିଫ ମିଳିପାରିବ ।

ICICI ସିକ୍ୟୁରିଟିଜ କହିଛି କି, ‘‘ ଆମର ଅନୁମାନ ରହିଛି କି ଆର୍ଥିକ ବର୍ଷ 2021-22 ରେ ଗାଡି ଇନ୍ଧନ ଉପରେ ଯଦି ଉତ୍ପାଦ ଶୁଳ୍କରେ ହ୍ରାସ ହେବ ନାହିଁ ତେବେ ଏହା 4.35 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ । ଯେତେବେଳେ କି ବଜେଟ ଅନୁମାନ 3.2 ଲକ୍ଷ କୋଟି ଟଙ୍କା ରହିଛି । ଏହି ହିସାବରେ ଯଦି 2021 ଏପ୍ରିଲ ପହିଲାକୁ ଅଥବା ଏହା ପୂର୍ବରୁ ଉତ୍ପାଦ ଶୁଳ୍କରେ 8.5 ଟଙ୍କା ପ୍ରତି ଲିଟର ହ୍ରାସ କରାଯିବ ତେବେ ଆସନ୍ତା ଆର୍ଥିକ ବର୍ଷର ବଜେଟ ଅନୁମାନ ହାସଲ କରାଯାଇପାରିବ ।

କମ୍ପାନୀ ଆଶା ପ୍ରକାଶ କରିଛି କି, ଚାହିଦାରେ ସୁଧାର ଆସିବା, ଘରୋଇକରଣକୁ ପ୍ରୋତ୍ସାହନ ଦେବା ଓ ମୁଦ୍ରାସ୍ପୀତିକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଉତ୍ପାଦ ଶୁଳ୍କରେ ହ୍ରାସର ଆଶା ରହିଛି । କିନ୍ତୁ ଏହି ହ୍ରାସ ଲିଟର ପ୍ରତି 8.5 ଟଙ୍କାରୁ କମ ରହିପାରେ ।

ଗତ ବର୍ଷ ମାର୍ଚ୍ଚ ଠାରୁ ନେଇ ମେ ମଧ୍ୟରେ ଲିଟର ପ୍ରତି ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କରେ 13 ଟଙ୍କା ଓ ଡିଜେଲରେ 16 ଟଙ୍କାର ବୃଦ୍ଧି ହୋଇଥିଲା। ବର୍ତ୍ତମାନ ସମୟରେ ପେଟ୍ରୋଲ ଉପରେ ମୋଟ ମିଶାଇ ଲିଟର ପିଛା ଉତ୍ପାଦନ ଶୁଳ୍କ 32.90 ଟଙ୍କା ଓ ଡିଜେଲ ଉପରେ 31.80 ଟଙ୍କା ଲାଗୁ ହୋଇଛି ।

ସେହି ସମୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଦୁଇ ଦଶର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ଭାରୀ ହ୍ରାସର ଲାଭ ଉଠାଇ ଦୁଇ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କରେ ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ଯେତେବେଳେ ଦୁନିଆରେ ଅଶୋଧିତ ତୈଳ ଦାମରେ ପୁଣି ବୃଦ୍ଧି ଦେଖାଦେଇଛି, ସେହି ସମୟରେ ଉତ୍ପାଦ ଶୁଳ୍କ ମଧ୍ୟ ପୂର୍ବ ଭଳି ସର୍ବୋଚ୍ଚ ସ୍ତରରେ ଅଛି ।

ICICI ସିକ୍ୟୁରିଟିଜ କହିଛି କି, ଯଦି ଉତ୍ପାଦ ଶୁଳ୍କ ଅଧିକ ହ୍ରାସ ହେବ ତେବେ ଆର୍ଥିକ ବର୍ଷ 2021-22ରେ ଉତ୍ପାଦ ଶୁଳ୍କ ପ୍ରାପ୍ତି ବଜେଟ ଅନୁମାନ ଠାରୁ ଅଧିକ ରହିପାରେ ।

ବର୍ତ୍ତମାନ ସମୟରେ ପେଟ୍ରୋଲର ଖୁଚୁରା ଦାମରେ 60 ପ୍ରତିଶତ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟର କରର ଅଂଶ ରହିଛି । ଯେତେବେଳେ କି ଖୁଚୁରା ମୂଲ୍ୟରେ କରର ଅଂଶ 54 ପ୍ରତିଶତ ଯାଏଁ ଅଛି । ବର୍ତ୍ତମାନ ସମୟରେ ଦିଲ୍ଲୀରେ ଲିଟର ପ୍ରତି ପେଟ୍ରୋଲ ଦାମ 91.17 ଟଙ୍କା ଓ ଡିଜେଲ ଲିଟର 81.47 ଟଙ୍କା ଅଛି ।

କେନ୍ଦ୍ର ସରକାର 2014 ନଭେମ୍ବର ଠାରୁ ନେଇ 2016 ଜାନୁଆରୀ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ହ୍ରାସ ଦାମର ଲାଭ ଉଠାଇ 9 ଥର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢାଇଛନ୍ତି । ମୋଟ ମିଶାଇ 15 ମାସରେ ଲିଟର ପିଛା ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କରେ 11.77 ଟଙ୍କା ଓ ଡିଜେଲରେ 13.47 ଟଙ୍କା ବଢାଯାଇଛି । ଯାହା ଫଳରେ ସରକାରୀ ରାଜକୋଷକୁ ଭଲ ପ୍ରଫିଟ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.