ETV Bharat / business

ବିଦେଶୀ ହେବ ଏୟାରଟେଲ! ଶତପ୍ରତିଶତ ଏଫଡିଆଇକୁ ସରକାରଙ୍କ ମଞ୍ଜୁରୀ

author img

By

Published : Jan 22, 2020, 11:06 AM IST

ନାମୀଦାମୀ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ(FDI) 49ରୁ ବଢାଇ 100 ପ୍ରତିଶତ କରିବାକୁ ମଞ୍ଜୁରୀ ଦେଲେ ସରକାର।

govt approves up to 100 percent fdi in bharti airtel
ବିଦେଶୀ ହେବ ଏୟାରଟେଲ

ନୂଆଦିଲ୍ଲୀ: ନାମୀଦାମୀ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ(FDI) 49ରୁ ବଢାଇ 100 ପ୍ରତିଶତ କରିବାକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର କମ୍ପାନୀ ପକ୍ଷରୁ ସେୟାର ବଜାରରେ ଏନେଇ ସୂଚନା ଦିଆଯାଇଛି।

ଏପଟେ କମ୍ପାନୀରେ ବିଦେଶୀ ନିବେଶକଙ୍କୁ 74 ପ୍ରତିଶତ ଭାଗୀଦାର ରଖିବାକୁ ମଧ୍ୟ ଭାରତୀ ଏୟାରଟେଲକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ସେୟାର ବଜାରରେ ଦିଆଯାଇଥିବା ସୂଚନା ଅନୁସାରେ, 2020 ଜାନୁଆରୀ 20ରୁ ଭାରତୀ ଏୟାରଟେଲ ଲିମିଟେଡ ତାର ବିଦେଶୀ ନିବେଶ ସୀମା ବୃଦ୍ଧି କରି 100 ପ୍ରତିଶତ କରିବାକୁ ଦୂରସଞ୍ଚାର ବିଭାଗ ଗ୍ରିନ ସିଗନାଲ ଦେଇଛି।

କିଛି ଦିନ ପୂର୍ବରୁ ବକେୟା ବାବଦକୁ କମ୍ପାନୀ ପ୍ରାୟ 35,586 କୋଟି ଟଙ୍କା ପରିଶୋଧ କରିଛି। ଏଥିରେ 21,682 କୋଟି ଟଙ୍କା ଲାଇସେନ୍ସ ଶୁଳ୍କ ଓ 13,904.01 କୋଟି ଟଙ୍କା ସ୍ପେକ୍ଟ୍ରମ ବକେୟା ରହିଛି। ଟାଟା ଟେଲିର ବକେୟା ସାମିଲ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.