ଗତ ଦୁଇ ଦଶନ୍ଧିରେ ଭାରତୀୟ ଅର୍ଥନୈତିକ ସଫଳତାର ଉଲ୍ଲେଖନୀୟ ବୈଶିଷ୍ଟ୍ୟ ଥିଲା ଯେ, ସବୁ ସ୍ତରରେ କରଜର ବିସ୍ତୃତ ବିସ୍ତାର ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର, ପବ୍ଲିକ ସେକ୍ଟର, ପ୍ରାଇଭେଟ ସେକ୍ଟର ଓ ହାଉସହୋଲ୍ଡ ସବୁ କରଜ ନେଇଥିଲେ । ଏବେ ଲକଡାଉନ୍ର ପ୍ରଭାବ ଭୟାବହ ମନେ ହେଉଥିଲେ ମଧ୍ୟ ଏହାପରୋକ୍ଷ ଭାବେ କରଜରେ ବୁଡି ରହିଥିବା ରାଜ୍ୟଗୁଡିକ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇପାରେ ।ଲକଡାଉନ ପୂର୍ବରୁ ହିଁ କିଛି ରାଜ୍ୟ ବିପଦଜ୍ଜନକ ଭାବେ ଦେବାଳିଆ ସ୍ଥିତିକୁ ଆସିଯାଇଥିଲେ । କୁପରିଚାଳନା ଓଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯେତେବେଳେ କି ଭବିଷ୍ୟତକୁ ଜଳାଂଜଳି ଦେଇ ରାଜନୈତିକ ଦଳଗୁଡିକ ଟଙ୍କା ବାଣ୍ଚିବେ, ତାହା ହେଲେ ଏଭଳି ସ୍ଥିତି ହିଁ ସୃଷ୍ଟି ହେବ । ଏସବୁ ଦୀର୍ଘକାଳୀନ ହାନିକାରକ କାର୍ଯ୍ୟକଳାପ ଲୋକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଦାବି କରାଯାଉଛିା ବର୍ତ୍ତମାନ ରାଜ୍ୟଗୁଡିକ ବର୍ଦ୍ଦିତ ଦରରେ ଋଣ କରିବା ସହ ପୁରୁଣା ଋଣ ପରିଶୋଧ କରୁଛନ୍ତି । ନ ହେଲେ ନୂଆ ନୂଆ ଯୋଜନାର ଫଣ୍ଡିଂ କରୁଛନ୍ତି. ଯାହାଫଳରେ କି ଏହା ନୂଆ ନିଯୁକ୍ତି ସୃଷ୍ଟି କରିବା ବଦଳରେ ସେମାନଙ୍କ ନିର୍ବାଚନ ବୈତରଣୀ ପାର କରିବାରେ ସାହାଯ୍ୟ କରିପାରିବ । ଏଭଳି ଋଣଗ୍ରସ୍ତ ରାଜ୍ୟଗୁଡିକ ପାଇଁ କୋଭିଡ ପ୍ରେରିତ ଲକଡାଉନ୍ ସେମାନଙ୍କ ଦାୟିତ୍ୱହୀନ ବ୍ୟବହାର ଜାରି ରଖିବା ପାଇଁ ସୁଯୋଗ ସୃଷ୍ଟି କରିଛି !
ବୃଦ୍ଧି ପାଉଥିବା ଋଣ ପରିମାଣ ୨୦୧୯-୨୦ରେ କେନ୍ଦ୍ର ସରକାର ପାଖାପାଖି ୭ ଲକ୍ଷ କୋଟି ଟଙ୍କା କରଜ ଆଣଥିଲେ । ସବୁ ରାଜ୍ୟଙ୍କ କରଜ ପରିମାଣ ଥିଲା ୬.୩ ଲକ୍ଷ କୋଟି, ଯାହା କି ସେମାନଙ୍କର ବଜେଟ୍ ଅନୁମାନ ଅପେକ୍ଷା ଅତ୍ୟଧିକ ଥିଲା । ନିଜର ୮୦ ପ୍ରତିଶତ ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ର ସରକାର ଫାଇନାନସିଆଲ୍ ମାର୍କେଟରୁ ଋଣ ଉଠାଇଥାନ୍ତି । ବ୍ୟାଙ୍କ୍, ବୀମା କଂପାନି, ମ୍ୟୁଚୁଆଲ ଫଣ୍ଡ୍ସ, ପ୍ରୋଭିଡେଂଟ୍ ଫଣ୍ଡ୍ସ, ସ୍ୱଳ୍ପ ସଂଚୟ ଯୋଜନାରୁ କରଜ ନେଇଥାନ୍ତି କେନ୍ଦ୍ର ସରକାର । ଚଳିତ ଆର୍ଥିକ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କା କରଜ ନେବାକୁ କୋଭିଡ ପରେ ଘୋଷଣା କରିଥିଲେ କେନ୍ଦ୍ର ସରକାର, ଯାହା କି ବଜେଟ୍ ଏଷ୍ଟିମେଟ୍ଠାରୁ ୬ ଲକ୍ଷ କୋଟି ଅଧିକ । ତେବେ, କେନ୍ଦ୍ରର ଏହି କରଜ କମ୍ ପଡିବା ସମ୍ଭାବନା ରହିଛି । କାରଣ ପ୍ରଥମ ତିନିମାସରେ ହିଁ କେନ୍ଦ୍ର ସରକାର ସାଢେ ଚାରି ଲକ୍ଷ କୋଟି ଟଙ୍କା କରଜ ନେଇସାରିଲେଣି । ଆଉ ରାଜ୍ୟଗୁଡିକ ଏହି ସମୟରେ ଷ୍ଟେଟ୍ ଡେଭଲପମେଂଟ୍ ଲୋନ୍ ଭାବେ ୧ ଦଶମିକ ୮ ଲକ୍ଷ କୋଟି ଟଙ୍କା କରଜ ନେଇସାରିଛନ୍ତି । ଏଥିସହ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ସ୍ୱଳ୍ପ ମିଆଦୀ ଋଣ ସମର୍ଥନର ଅଂଶ ବିଶେଷ ଭାବେ ରାଜ୍ୟଗୁଡିକ ଆଉ ୬୦ ହଜାର କୋଟି ଟଙ୍କା କରଜ ନେଇସାରିଛନ୍ତି । ସରକାରୀ ଆକଳନ ଆଧାରରେ ଡେବ୍ଟଟୁ ଜିଡିପି ଅନୁପାତ ୬୮ ପ୍ରତିଶତରୁ ୮୬ ପ୍ରତିଶତ ଛୁଇଁପାରେ । ତେବେ, ଡେବ୍ଟ-ଜିଡିପି ଅନୁପାତ ଭାରତ ଭଳି ଦେଶରେ ଉପଯୋଗୀ ମେଟ୍ରିକ ନୁହେଁ ଆଉ ଏଭଳି ସ୍ଥିତିରେ ଯଦି ଜିଡିପିରେ ଅତ୍ୟଧିକ ହ୍ରାସ ହୁଏ,ତାହା ହେଲେ (୧)ତୁଳନାତ୍ମକ ଭାବେ ସ୍ଥିତି ଆହୁରି ବିଗିଡିବା ଆଶଙ୍କା ରହିବ ଓ (୨) ଅଧିକ ଦାରିଦ୍ର୍ୟତାର ଅର୍ଥ ଏହା ହେବ ଯେ, ଋଣଭାରର ବୋଝ ଆକଳନ ଅପେକ୍ଷା କମ୍ ଲୋକଙ୍କ ଉପରେ ରହିବ । ଏହାର ନିଟ୍ ରେଜଲ୍ଟ ଏୟା ଯେ, କରଜ ନେଇ ୨୦୨୩ ସୁଦ୍ଧା ଡେବଟ୍-ଜିଡିପି ରେସିଓ ୬୦ ପ୍ରତିଶତକୁ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି ତେବେ, ଏଫଆରବିଏମ୍ ଆକ୍ଟ ଅନୁସାରେ ଏହା ପାଇପଡ୍ରିମ୍ ଭଳି ଲାଗୁଛି । ଅନ୍ତତଃ ୨୦୩୩ ଯାଏଁ ଏପରି ହେବା ଲାଗୁନାହିଁ ।
ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ,କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରଜରେ ରହିଛି । କେନ୍ଦ୍ର ସରକାରଙ୍କ ପାଖରେ ବିଶାଳ ସଂପତି ରହିଛି ଓ ସରକାରଙ୍କ ପାଖରେ ଟିକସ ବସାଇବାର ବିକଳ୍ପ ରହିଛି, ଯାହା ଦ୍ୱାରା କି ରାଜସ୍ୱର ଅଭାବ ପୂରଣ କରିହେବ । କିନ୍ତୁ ରାଜ୍ୟଗୁଡିକ ପାଖରେ ରାଜସ୍ୱ ବୃଦ୍ଧି ପାଇଁ ବହୁତ କମ ବାଟ ହିଁ ରହିଛି । ତେଣୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପୁଂଜି ପ୍ରତ୍ୟାହାର ଭଳି ପଦକ୍ଷେପ ସରକାରଙ୍କୁ ଋଣଭାରରୁ ବଂଚାଇପାରିବ । କିନ୍ତୁ ରାଜ୍ୟଗୁଡିକ ପାଖରେ ସେମିତି କିଛି ସଂପତି ନାହିଁ ।
କାରଣ ୧୯୯୧ ମସିହାଠାରୁ ରାଜ୍ୟଗୁଡିକ ଆସେଟ୍ ବିଲଡିଂ ପ୍ରତି ଧ୍ୟାନ ଦେଇନାହାନ୍ତି । ପ୍ରଭାବ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପରିଣାମ ହେଲା ଯେ, ଖର୍ଚ୍ଚ ବଢି ବଢି ଚାଲିଥିଲା ବେଳେ ରାଜସ୍ୱ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରସକାରଙ୍କ କ୍ଷେତ୍ରରେ ବି ଏହା ଘଟିଛିା ସଂଶୋଧିତ ବଜେଟ୍ ଆକଳନ ଅନୁସାରେ କେନ୍ଦ୍ର ସରକାର ମାତ୍ର ୯୦ ପ୍ରତିଶତ ରାଜସ୍ୱ ହିଁ ସଂଗ୍ରହ କରିବାରେ ସମର୍ଥ ହୋଇପାରିଛନ୍ତି ।
ମାର୍ଚ୍ଚ ୨୦୨୦ରେ ରାଜସ୍ୱ ସଂଗ୍ରହ ମାତ୍ର ୬୫ ପ୍ରତିଶତ ଖର୍ଚ୍ଚ ଭରଣା କରିବାରେ ସମର୍ଥ ହୋଇପାରିବ । ରାଜ୍ୟମାନଙ୍କ ସ୍ଥିତି ତ ଆହୁରି ଖରାପ । ଗତବର୍ଷ ଜିଏସଟି ସଂଗ୍ରହ ହାର ୧୩ ଦଶମିକ ୧ ଲକ୍ଷ କୋଟି ଟଙ୍କାର ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୧୦ ଦଶମିକ ୫୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇପାରିଛି । ଏ ବର୍ଷ ଜିଏସଟି ସଂଗ୍ରହ ହାର ୨୦ ପ୍ରତିଶତ କମ୍ ରହିବା ଆକଳନ କରାଯାଇଛି । ଦ୍ୱିତୀୟ ସମସ୍ୟା ହେଲା ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ହିଁ ସରକାର ଅଧିକ କରଜ କରୁଛନ୍ତି । ଆଉ କୋଭିଡ ଯୋଗୁଁ ପ୍ରାଇଭେଟ ସେକ୍ଟର ପୁଂଜି ନିବେଶ ପରିମାଣ ଯଥେଷ୍ଟ ହ୍ରାସ କରିଛନ୍ତି, ଯାହାକୁ କି ଅର୍ଥନୀତିର ଜୀବନଧାରା ବୋଲି କୁହାଯାଏ । ଏମିତି ତ କୋଭିଡ ପୂର୍ବରୁ ହିଁ ଘରୋଇ ପୁଞ୍ଜି ନିବେଶ ଏକ ଦଶନ୍ଧିରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲା ା ଏ ବର୍ଷ ଏହା ୪ ଲକ୍ଷ କୋଟିକୁ ହ୍ରାସ ପାଇବା ସମ୍ଭାବନା ରହିଛି । ସରକାରଙ୍କ ଅଲିଖିତ ଗ୍ୟାରେଂଟି ଯୋଗୁଁ ନାଗରିକ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବ୍ୟତିବ୍ୟସ୍ତ ହୋଇ ସେମାନଙ୍କ ପଇସା ସର୍କ୍ୟୁଲେସନରୁ ହଟାଇ ବ୍ୟାଙ୍କଗୁଡିକରେ ଡିପୋଜିଟ କରୁଥିବା ବେଳେ ଏଭଳି ଏକ ପରିସ୍ଥିତି ଉପୁଜିଛି । ଏଭଳି ଭୟର ଅର୍ଥ ହେଲା ଯେ, ବ୍ୟାଙ୍କଗୁଡିକ ପ୍ରାଇଭେଟ ସେକ୍ଟରକୁ ଋଣ ଦେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ବରଂ ସରକାରଙ୍କୁ ଋଣ ଦେବା ଭଲ ବୋଲି ବ୍ୟାଙ୍କଗୁଡିକ ବିଶ୍ୱାସ କରୁଛନ୍ତି ।
ସରକାରଙ୍କଠାରୁ ହେଉଥିବା ଦାବିର ଅର୍ଥ ହେଲା ଯେ, ବ୍ୟାଙ୍କଗୁଡିକ ପ୍ରାଇଭେଟ ସେକ୍ଟର ବଦଳରେ ସରକାରଙ୍କୁ କରଜ ଦେବାକୁ ବାଧ୍ୟ ହେଉଛନ୍ତି । ଫଳରେ କ୍ରେଡିଟ୍ ମାର୍କେଟରୁ ପ୍ରାଇଭେଟ ସେକ୍ଟରର ‘କ୍ରାଉଡିଂ ଆଉଟ୍’ ସ୍ଥିତି ସୃଷ୍ଟି ହୋଇଛି । ତୃତୀୟତଃ ଅଧିକାଂଶ ରାଜ୍ୟ ଅର୍ଥ ବିବେକପୂଣ୍ଣ ର୍ ଭାବେ ବିନିଯୋଗ କରୁନାହାନ୍ତି । ଫଳରେ କରଜ ଶୁଝି ପାରନ୍ତି ନାହିଁ । ଆଉ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି । ସାଧାରଣତଃ କରଜ ଆଣିବା ସହ ପବ୍ଲିକ ଇନଭେଷ୍ଟମେଂଟ୍ ହେଲେ ଅର୍ଥନୈତିକ କାଯ୍ୟ ର୍କଳାପ ବେଶ ଉପଯୋଗୀ ସାବ୍ୟସ୍ତ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥାନ୍ତା । ଏହାଦ୍ୱାରା ଋଣ ପରିଶୋଧ ବି ସମ୍ଭବ ହୋଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାରଗୁଡିକ କରଜ ଆଣିଥିବା ଟଙ୍କା ବିତରଣ କରନ୍ତି, ତେଣୁ ଭାରତୀୟ ଅର୍ଥନୀତି ଦୀର୍ଘଦିନ ପାଇଁ ଅଚଳ ହୋଇ ରହିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ା ଗୋଟିଏ ସଂକଟରୁ ଆଉ ଗୋଟିଏ ସଂକଟ ବି ସୃଷ୍ଟି ହୋଇପାରେ । ଚତୁର୍ଥରେ, ଆମ ସମ୍ବିଧାନର ଧାରା ୨୯୩ ଅନୁସାରେ କେନ୍ଦ୍ର ସରକାରଙ୍କ ଅନୁମତି ଓ ଅନୁମୋଦନ ପରେ ହିଁ ରାଜ୍ୟଗୁଡିକ ବାହାରୁ କରଜ ନେଇପାରିବେ । ଏହାର ଅର୍ଥ ହେଲା ଯେ, ରାଜ୍ୟଗୁଡିକର ଋଣ ବୋଝ ପାଇଁ କେନ୍ଦ୍ର ସରକାର ପରୋକ୍ଷ ଭାବେ ଦାୟୀ । ଗୋଟିଏ ସରକାରକୁ ତ ସଂପୂଣ୍ଣ ର୍ ଭାବେ ଖିଲାପୀ ହେବାକୁ ଦିଆଯାଇପାରିବ ନାହିଁ, ତେଣୁ କେନ୍ଦ୍ର ସରକାର ସେସବୁ ରାଜ୍ୟ ଓ ବ୍ୟାଙ୍କଗୁଡିକରସହାୟତା ପାଇଁ ବେଲ୍ ଆଉଟ୍ ପ୍ୟାକେଜ ଜରିଆରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ା ତେବେ, ଭାରତର ଅଧକାଂଶ ଋଣ ଦେଶଭିତରେ ହିଁ ହେଉଥିବାରୁ ବ୍ୟାଙ୍କରେ ଜମା ରଖିଥିବା ଲୋକେ, ବୀମାଧାରକ, ଇପିଏଫ ଓ ମ୍ୟୁଚୁଆଲ ଫଣ୍ଡର ଗ୍ରାହକମାନେ ଆର୍ଥିକ କ୍ଷତି ସହିବେ ।
ଏଭଳି ସ୍ଥିତିରେ ବିକଳ୍ପ ବ୍ୟବସ୍ଥା ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ବ୍ୟାପକ ଟିକସ ବସାଇ ହିଁ ଋଣ ପରିଶୋଧ କରିପାରିବେ । ଅଧିକ ଟିକସର ଅର୍ଥ ହେଲା କମ୍ ଖର୍ଚ୍ଚ ଓ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ । ଆଉ ଏହା ଦ୍ୱାରା କର୍ମ ନିଯୁକ୍ତି ସୁଯୋଗ ବି କମ୍ ରହିବ । ଆସନ୍ତା ୫ ବର୍ଷ ମଧ୍ୟରେ ସବୁ ବର୍ଗର ଭାରତୀୟ ଯେ, ଅଧିକରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଦେବେ, ତାହା ଜଳ ଜଳ ହୋଇ ଦିଶିଲାଣି । ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରୁ ତ ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଧନୀକ ଶ୍ରେଣୀ ଅପେକ୍ଷା ଅଧିକ ଟିକସ ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ହିଁ ବେଶୀ ପ୍ରଭାବିତ କରିବ । ସମାଧାନ କରଜ ବା ଋଣଜନିତ ବିପର୍ଯ୍ୟୟ ଏଡାଇବା ପାଇଁ ସରକାରଙ୍କ ନିକଟରେ ମାତ୍ର ଦୁଇଟି ବାଟ ରହିଛି । କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେବା ଦରକାର ଯେ, ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ରାଜ୍ୟଗୁଡିକ କରଜ କରିପାରିବେ ନାହିଁ ଏହାଛଡା ପ୍ରତିବର୍ଷ ମୋଟ ବଜେଟର୍ ଏକ ଧାର୍ଯ୍ୟ ପ୍ରତିଶତ ( ୩୩ ପ୍ରତିଶତ ) କ୍ୟାପିଟାଲ ଆସେଟ୍ ବିଲଡିଂ ପାଇଁ ରଖିବାକୁ ରାଜ୍ୟଗୁଡିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ଉଚିତ । ସେହିଭଳି କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡିକୁ ନିଜ ରାଜସ୍ୱର ମାତ୍ର ୩୩ ପ୍ରତିଶତ ହିଁ ବିତରଣ କରିପାରିବେ । ଏସବୁ ବ୍ୟବସ୍ଥା ହେଲେ ହିଁ ରାଜ୍ୟଗୁଡିକର ଆର୍ଥିକ ଶୃଙ୍ଖଳା ବଜାୟ ରହିପାରିବ ।
ଲେଖକ, ଡକ୍ଟର ଏସ. ଅନନ୍ତ