ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସରକାରଙ୍କ ଦ୍ବାରା 59 ଆପ ବ୍ୟାନ କରାଯିବା ପରେ ବି ଗୁଗୁଲ ଗୁରୁବାର କହିଛି ଯେ ସେ ଏହି ଆପଗୁଡିକୁ ଅସ୍ଥାୟୀ ଭାବେ ବ୍ଲକ କରିଛି । ତେବେ ଏସବୁ ବର୍ତ୍ତମାନ ସୁଦ୍ଧା ଭାରତର ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ।
ଗୁଗୁଲର ଜଣେ ମୁଖପାତ୍ର କହିଛନ୍ତି ଯେ, ‘‘ଆମେ ଭାରତ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶର ସମୀକ୍ଷା କରୁଛୁ, ଏମଧ୍ୟରେ ଆମେ ପ୍ରଭାବିତ ଡେଭଲପର୍ସଙ୍କୁ ସୂଚନା ଦେଇଛୁ ଏବଂ ଏହି ଆପଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛୁ । ଯାହାକି ଭାରତର ପ୍ଲେ ଷ୍ଟୋରରେ ଏବେ ବି ରହିଛି । ’’
ତେବେ, ଗୁଗୁଲ ବ୍ଲକ କରିଥିବା ଆପର ବିବରଣୀ ଦିଆଯାଇନାହିଁ । ସୂଚନା ଅନୁସାରେ, ପ୍ରତିବନ୍ଧକ ଲଗାଯାଇଥିବା 59 ଆପ ମଧ୍ୟରୁ କିଛି ଡେଭଲପର୍ସ ସ୍ବେଚ୍ଛାକୃତ ଭାବେ ନିଜ ଆପ୍ଲିକେସନକୁ ଗୁଗୁଲ ପ୍ଲେ ଷ୍ଟୋରର ହଟାଇ ଦେଇଥିଲେ ।
ସୋମବାର ଭାରତ ସରକାର ଟିକଟକ, ୟୁସି ବ୍ରାଉଜର, ସେୟାରଇଟ ସମେତ 59 ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବା ଲକ୍ଷ୍ୟରେ ଏସବୁ ଆପକୁ ବ୍ୟାନ କରାଯାଇଛି ।