ETV Bharat / business

ଘରୋଇ କମ୍ପାନୀ ପାଇଁ ବଡ ଖବର, ବିଦେଶରେ ମାଲ କିଣା-ବିକା ପାଇଁ ଲାଗିବ ଜିଏସଟି - Goods and Services Tax

ଏଏଆରର ଗୁଜୁରାଟ ଖଣ୍ଡପୀଠ କହିଛି କି କୌଣସି ଘରୋଇ କମ୍ପାନୀ ବିଦେଶରୁ ମାଲ କିଣୁଛି ଓ ତାକୁ ଅନ୍ୟ ଦେଶରେ ବିକ୍ରି କରୁଛି, ତେବେ ତାକୁ ଏଭଳି କାରବାର ପାଇଁ ଜିଏସଟି ଗଣିବାକୁ ପଡିବ । ଅଧିକ ପଢନ୍ତୁ...

AAR
ଜିଏସଟି
author img

By

Published : Jun 19, 2020, 6:25 PM IST

ନୂଆଦିଲ୍ଲୀ: ଯଦି କୌଣସି ଘରୋଇ କମ୍ପାନୀ ବିଦେଶରୁ ମାଲ କିଣୁଛି ଓ ତାକୁ ଅନ୍ୟ ଦେଶରେ ବିକ୍ରି କରୁଛି, ତେବେ ତାକୁ ଏଭଳି କାରବାର ପାଇଁ ଦେଶରେ ହିଁ ଜିଏସଟି ଦେବାକୁ ହେବ । ଯଦିଓ ସେହି ଉତ୍ପାଦ ଭାରତର ସୀମା ମଧ୍ୟରେ ଆସିନାହିଁ , ତଥାପି ଜିଏସଟି ଲାଗୁ ହେବ । ଆଡଭାନ୍ସ ରୁଲିଂ ଅଥରିଟି (AAR) ଏ ନେଇ ସ୍ପଷ୍ଟ କରିଛି ।

ଷ୍ଟରଲାଇଟ(Sterlite) ଟେକ୍ନୋଲୋଜିର ଆବେଦନ ଉପରେ ଏଏଆରର ଗୁଜୁରାଟ ଖଣ୍ଡପୀଠ କହିଛି କି , ଯେଉଁଠାରେ ଦେଶ ବାହାରେ ସିଧା ବିକ୍ରେତାଙ୍କ ଠାରୁ ସାମଗ୍ରୀ ନେଇ ଗ୍ରାହକଙ୍କୁ ପାଖରେ ପହଞ୍ଚାଯାଉଛି , ସେଠାରେ ଦେଶରେ ଜିଏସଟି ଦେବା ପାଇଁ ପଡିବ । ଆବେଦନକାରୀ ଜାଣିବାକୁ ଚାହିଁଥିଲେ MTT (merchant trade transactions)ଉପରେ ମଧ୍ୟ ଜିଏସଟି ଲାଗିବ କି ।

ଏନେଇ ଏଏଆର ଦର୍ଶାଇଛି କି, ‘‘ଯଦି ଲାଗେ କି ଚୁକ୍ତି ଆନ୍ତଃରାଜ୍ୟ ଯେଗାଣ ଅଧିନରେ ଆସୁଛି ଓ ଏହା ସେବା ରପ୍ତାନିରେ ଆସେ ନାହିଁ କିମ୍ବା ଏହା ଉପରେ ରିହାତି ଅଛି , ଏପରି ସ୍ଥିତି ଆମେ ନିଷ୍କର୍ସରେ ପହଞ୍ଚିଛୁ କି ଏପରି ଯୋଗଣା ଉପରେ ସମନ୍ବିତ ଜିଏସଟି (IGST) ଶୁଳ୍କ ଲାଗିପାରେ ।

ଏହି ନିଷ୍ପତ୍ତିର ଅର୍ଥ ହେଉଛି ଯେ , MTT ଉପରେ ଜିଏସଟି ସେତେବେଳେ ଆଦାୟ କରାଯିବ ଯେଉଁଠାରେ ଆବେଦନକାରୀ ଦେଶ ବାହାର ଗ୍ରାହକଙ୍କଠାରୁ ଅର୍ଡର ଗ୍ରହଣ କରିବେ ଏବଂ ନିର୍ଦ୍ଦେଶ ଅନୁଯାୟୀ ଦେଶ ବାହାରେ ଥିବା ବିକ୍ରେତା ସାମଗ୍ରୀକୁ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବେ। ବିକ୍ରେତା ଆବେଦନକାରୀଙ୍କୁ ବିଲ୍ ଦେବେ।ଏହି ବିଲ୍ ବିଦେଶୀ ମୁଦ୍ରାରେ ପ୍ରଦାନ କରାଯିବ ଏବଂ ଆବେଦନକାରୀ ଗ୍ରାହକଙ୍କୁ ବିଲ ଦେବେ ଏବଂ ଏହି ପେମେଣ୍ଟକୁ ବିଦେଶୀ ମୁଦ୍ରାରେ ଗ୍ରହଣ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.