ETV Bharat / business

ଫାଙ୍କା ସୁନା ଦୋକାନ, ଫିକା ବେପାର: ତେଜିଛି ସୁଧ ଛାଡ ଦାବି

author img

By

Published : May 16, 2020, 9:46 PM IST

ବିବାହ ସିଜନରେ ହାତ ବାନ୍ଧି ବସିଛନ୍ତି ସୁନା ବ୍ୟବସାୟୀ । ଗ୍ରାହକ ଘରେ ବନ୍ଦ ରହିଥିଲା ବେଳେ ଦୋକାନ ସବୁ ଖାଁ ଖାଁ । ନାଁ ଅର୍ଡର ଆସୁଛି ନା ବ୍ୟବସାୟ ହେଉଛି । ଅଧିକ ପଢନ୍ତୁ...

od_ctc_Impact of lockdown on gold
ଫାଙ୍କା ସୁନା ଦୋକାନ , ଫିକା ବେପାର : ତେଜିଛି ସୁଧ ଛାଡ ଦାବି

କଟକ: ଖୋଲିଛି ସୁନା ଦୋକାନ। ହେଲେ ଆସୁନାହାନ୍ତି ଗୋଟିଏ ବି ଗ୍ରାହକ । ଠପ ସୁନା ବ୍ୟବସାୟ। ପ୍ରଭାବିତ ୨ହଜାର ସୁନା ବ୍ୟବସାୟୀ ଓ ୫୦ ହଜାରରୁ ଅଧିକ କାରିଗର । କୋରୋନା ପାଇଁ ଚଳିତବର୍ଷ ପାଖାପାଖି ୨ ଶହ କୋଟିର ବ୍ୟବସାୟ ଠପ ହୋଇଯାଇଛି ।

କୋରୋନା ପ୍ରଭାବରେ ପ୍ରଭାବିତ ହୋଇଛି ସୁନା ବ୍ୟବସାୟ । ବେପାର ସିଜିନ ସମୟରେ ଦୋକାନରେ ତାଲା । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟରୁ ବାହାଘର ଋତୁ ପର୍ଯ୍ୟନ୍ତ ବେପାର ଜମିଥାଏ । ମାତ୍ର ଲାକଡାଉନରେ ଦେଢ଼ ମାସରୁ ଅଧିକ ଦିନ ସୁନା ଦୋକାନ ବନ୍ଦ ରହିଲା । ପ୍ରଶାସନର ଅନୁମତି ପରେ କିଛି କିଛି ସୁନା ଦୋକାନ ଖୋଲିଛି । କିନ୍ତୁ ଦୋକାନ ଖୋଲିଥିଲେ ବି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପରି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁନା ବ୍ୟବସାୟୀ । ଯେଉଁ ସମୟରେ ସୁନା ଦୋକାନରେ ବ୍ୟବସାୟୀଙ୍କୁ ଫୁରସତ ଟିକେ ମିଳେନି, ସେହି ସମୟରେ ଏବେ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ ।

ସକାଳ ୮ ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିଥିଲେ ବି ନାଁ ଆସୁଛନ୍ତି ଗ୍ରାହକ, ନାଁ ମିଳୁଛି ଅର୍ଡର। କେବଳ ଦୋକାନରେ ବସି ବସି ଘରକୁ ଫେରୁଛନ୍ତି ସୁନା ବ୍ୟବସାୟୀ।

କେବଳ ସୁନା ବ୍ୟବସାୟୀ ନୁହଁନ୍ତି, ସୁନା କାରିଗରଙ୍କ ଅବସ୍ଥା ବି ସମାନ। କୌଣସି ଅର୍ଡର ନ ଆସିବାରୁ ହାତ ବାନ୍ଧି ବସିଛନ୍ତି ସୁନା କାରିଗର । ସେହିପରି ଲାକଡାଉନ ଯୋଗୁଁ ରାଜ୍ୟରେ ୨ଶହ କୋଟିରୁ ଅଧିକ ସୁନା ବ୍ୟବସାୟରେ କ୍ଷତି ହୋଇଛି । ଏଥିସହ ୨ ହଜାର ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଯେଉଁ ମାନେ ବ୍ୟାଙ୍କରୁ ଲୋନ ନେଇ ସୁନା ବ୍ୟବସାୟ କରିଥିଲେ ବର୍ତ୍ତମାନ ସମୟରେ ସେମାନଙ୍କ ଅବସ୍ଥା ଶୋଚନୀୟ । ମାସକୁ ମାସ ୫୦ ହଜାରରୁ ଅଧିକ ଟିକସ ବ୍ୟାଙ୍କକୁ ଦେବାକୁ ପଡୁଛି । ତେବେ ଏଭଳି ସ୍ଥିତିରେ ସରକାର ଦୁଇ ମାସର ଟିକସ ଛାଡ଼ କରିବାକୁ ଦାବି କରିଛନ୍ତି ରାଜ୍ୟ ସୁନା ବ୍ୟବସାୟୀ ସଂଘ ।

ଅକ୍ଷୟ ତୃତୀୟାରେ କେବଳ ୫୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଅଳଙ୍କାର ବ୍ୟବସାୟ ହୋଇଥାଏ । କିନ୍ତୁ ଏବର୍ଷ ଗୋଟିଏ ଟଙ୍କାର ବ୍ୟବସାୟ ହୋଇନାହିଁ । ଏଭଳି ସ୍ଥିତିରେ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ କାରିଗର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.