ETV Bharat / business

ବଢିଲା ସୁନା ଓ ରୂପା ଦର - gold rate

ବଢିଲା ସୁନା ଓ ରୂପା ଦାମ । ସୋମବାର 10 ଗ୍ରାମ ପିଛା ସୁନା ଦାମ 391 ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦାମ 713 ଟଙ୍କା ବଢିଛି ।

gold rate jump by rs 391 and silver up by rs 713 today
ମହଙ୍ଗା ସୁନା
author img

By

Published : Mar 2, 2020, 10:51 PM IST

ନୂଆଦିଲ୍ଲୀ: ବଢିଲା ସୁନା ଦାମ । ସୋମବାର 10 ଗ୍ରାମ ପିଛା ସୁନା ଦାମ 391 ଟଙ୍କା ବୃଦ୍ଧି ପାଇଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁୟାୟୀ, ବିଶ୍ବବ୍ୟାପୀ ସକରାତ୍ମକ ଧାରା ଯୋଗୁଁ ସୁନା ମହଙ୍ଗା ହୋଇଛି । ସେହିପରି ରୂପା ଦାମ 713 ଟଙ୍କା ବଢିଛି ।

ସୋମବାର କିଲୋ ପିଛା ରୂପା ଦାମ 46,213 ଟଙ୍କାରେ ପହଞ୍ଚିଛି । ଗତ କାରବାର ସପ୍ତାହରେ ରୂପା ଦାମ କିଲୋ ପିଛା 45,500 ଟଙ୍କାରେ ବନ୍ଦ ହୋଇଛିଲା । ଶିଳ୍ପ ୟୁନିଟ ଏବଂ ମୁଦ୍ରା ବ୍ୟବସାୟୀଙ୍କ ଦ୍ବାରା କ୍ରୟ ବୃଦ୍ଧି ହେତୁ ରୂପା ଦାମ ବୃଦ୍ଧି ପରିଲକ୍ଷିତ ହୋଇଛି | ପ୍ରକାଶ ଯେ, ଶନିବାର 10 ଗ୍ରାମ ପିଛା ସୁନା ଦାମ 42,225 ଟଙ୍କା ବନ୍ଦ ହୋଇଯାଇଥିଲା ।

ଦିଲ୍ଲୀରେ 99.9 ଏବଂ 99.5 ଶୁଦ୍ଧତାର ସୁନା 10 ଗ୍ରାମ ପିଛା 440 ଟଙ୍କା ବଢି କ୍ରମଶଃ 43,250 ଟଙ୍କା ଓ43,100 ଟଙ୍କା କାରବାର କରିଥିଲା ।

ଆନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା 1,604 ଡଲାର ଓ ରୂପା 17 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.