ETV Bharat / business

ବିବାହ ସିଜିନରେ କମିଲା ସୁନା ଦର

ଇରାନ-ଆମେରିକା ବିବାଦ ଭିତରେ ବଢିଚାଲିଥିଲା ସୁନ ଦାମ । ହେଲେ ଟ୍ରମ୍ପଙ୍କ ସଂଯମତା ପରେ ସୁଧୁରିଲା ବଜାର । ବଢିଲା ସେନସେକ୍ସ । ଖସିଲା ସୁନା ଦାମ । ଏଥିସହ ପୁଣି ଅଭିବୃ୍ଦ୍ଧି ସହ କମବ୍ୟାକ କଲା ବିଶ୍ବ ବଜାର ।

gold-prices-today-fall
ଆଶ୍ବସ୍ତି, ସୁନା ଦାମ କମିଲା
author img

By

Published : Jan 10, 2020, 2:13 PM IST

ନୂଆଦିଲ୍ଲୀ: ଇରାନ-ଆମେରିକା ଉତ୍ତେଜନା ଥମିଲା ପରେ ଝୁମିଲା ବିଶ୍ବ ବଜାର । ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ ମଜବୁତ ଓ ସେୟାର ବଜାରରେ ସେନସେକ୍ସ ଉପରମୁହାଁ ସହ କମିଲା ସୁନା ଦାମ । କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ହ୍ରାସ ପାଇଛି ।

ଶୁକ୍ରବାର 10 ଗ୍ରାମ ସୁନା ଦାମ 39,680 ଟଙ୍କା ରହିଛି । ସେହିପରି ରୂପା କିଲୋ 46,419 ଟଙ୍କାକୁ ଖସିଛି । ଇରାନକୁ ନେଇ ଟ୍ରମ୍ପଙ୍କ ବୟାନ ପରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦାମ କମ ହୋଇଛି ।

ଆମେରିକାର ଏୟାରଷ୍ଟ୍ରାଇକ ପରଠୁ ବିଶ୍ବ ବଜାର ଅସ୍ଥିର ହୋଇପଡିଥିଲା । ଆଶା-ଆଶଙ୍କାରେ ନିବେଶକ ଘରୋଇ ସେୟାର ବଜାରରୁ ପୁଞ୍ଜି ଫେରସ୍ତ ନେଇ ସୁନା ଉପରେ ନିବେଶ କରିଥିଲେ । ଫଳରେ ମାତ୍ର କେଇ ଦିନରେ ସୁନା ଦାମ 10 ଗ୍ରାସ ପିଛା 42 ହଜାର ଟପିଥିଲା ବେଳେ ରୂପା 48 ହଜାର 875 ଟଙ୍କାରେ ପହଞ୍ଚିଥିଲା। ତେବେ ଏବେ ସ୍ଥିତି ଥମିବା ସହ ଦାମ ହ୍ରାସ ପାଇଛି । ଆଗକୁ ବିବାହ ସିଜନ ରହିଥିବାରୁ ସୁନା ଦାମ ହ୍ରାସ ମଧ୍ୟବିତ୍ତଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି ।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.