ETV Bharat / business

ସେୟାର ବଜାରରେ ଅଭିବୃଦ୍ଧି ସହ ଖସିଲା ସୁନା ଓ ରୂପା ଦାମ - rbi announcement

କୋରୋନା ପ୍ରଭାବିତ ଅର୍ଥନୀତିକୁ ଆରବିଆଇର ରିଲିଫ ପ୍ୟାକେଜ ଘୋଷଣା । ଚମିକିଲା ସେୟାର ବଜାର । ଏହାର ପ୍ରଭାବରେ କମିଲା ସୁନା ଓ ରୁପା ଚାହିଦା । ଫଳରେ ସୁନା ଓ ରୂପା ଦାମ ହ୍ରାସ ପାଇଛି । ଅଧିକ ପଢ଼ନ୍ତୁ...

gold prices today fall over rs1000 per 10 gram
ସେୟାର ବଜାରରେ ଅଭିବୃଦ୍ଧି ସହ ଖସିଲା ସୁନା ଓ ରୂପା ଦାମ
author img

By

Published : Apr 17, 2020, 10:09 PM IST

ମୁମ୍ବାଇ: ସେୟାର ବଜାରରେ ଅଭିବୃଦ୍ଧି ସହ ସୁନା ଓ ରୂପା ଚାହିଦା କମିଛି । ଫଳରେ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ ସହ ଘରୋଇ ବଜାରରେ ସୁନା ଦାମ ହ୍ରାସ ପାଇଛି । ଗୁରୁବାର କାରବାରରେ 10 ଗ୍ରାମ ପିଛା ସୁନା ଦାମ 47 ହଜାର ଡେଇଁବା ସହ ସର୍ବକାଳନୀନ ରେକର୍ଡ କରିଥିଲା ବେଳେ ଶୁକ୍ରବାର ଏହା 1000 ଟଙ୍କା ହ୍ରାସ ପାଇ 46 ହଜାରରେ ପହଞ୍ଚିଛି ।

ଦେଶର ସର୍ବବୃହତ କମୋଡିଟି ଫ୍ୟୁଚର ବଜାର, ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାତ MCXରେ ସୁନା 1278 ଟଙ୍କା ଖସି 10 ଗ୍ରାମ ପ୍ରତି 45,980 ଟଙ୍କାରେ କାରବାର କରିଛି । ସେପଟେ କାରବାର ଶେଷ ସୁଦ୍ଧା ରୂପା ଦାମ 1,280 ଟଙ୍କା କମି 42,975ରେ ବନ୍ଦ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପିଛା ସୁନା ଦାମ 18.45 ଡଲାର ହ୍ରାସ ସହ 1,713.25 ଡଲାର ରହିଛି । ଯାହାକି ଏପ୍ରିଲ 14ରେ 1788.80 ଡଲାର ରହିଥିଲା ।

ପ୍ରକାଶ ଯେ, ଅର୍ଥନୀତିକୁ ବୁଷ୍ଟର ଦେବାକୁ ଆରବିଆଇ ରିଲିଫ ପ୍ୟାକେଜ ପରେ ବଜାରରେ ଉତ୍ସାହର ଲହରୀ ଖେଳିଯାଇଛି । ଆରବିଆଇ ବଜାରକୁ ନଗଦ ଯୋଗାଇବା ଘୋଷଣା ପରେ ଓ ବ୍ୟାଙ୍କିଙ୍ଗ, ଶକ୍ତି ଓ ଆଇଟି କମ୍ପାନୀ ସେୟାରରେ ଜବଦସ୍ତ ଅଭିବୃଦ୍ଧି ଦେଖାଦେଇଛି । ସେନସେକ୍ସ 986 ପଏଣ୍ଟ ବଢିଥିବା ବେଳେ ନିଫ୍ଟି 273.95 ପଏଣ୍ଟ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.