ETV Bharat / business

ଦୁର୍ବଳ ବୈଶ୍ବିକ ସଙ୍କେତ ଯୋଗୁଁ କମୁଛି ସୁନା ଦାମ - ସୁନା ଦର

କମୁଛି ସୁନା ଓ ରୂପା ଦାମ । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ଯୋଗୁଁ ଏହାର ପ୍ରଭାବରେ ଘରୋଇ ବଜାରରେ ସୁନା ଦାମ କମିଛି । ଅଧିକ ପଢନ୍ତୁ..

ଦୁର୍ବଳ ବୈଶ୍ବିକ ସଙ୍କେତ ଯୋଗୁଁ କମୁଛି ସୁନା ଦାମ

author img

By

Published : Sep 4, 2020, 1:29 PM IST

ନୂଆଦିଲ୍ଲୀ:ବହୁମୂଲ୍ୟ ଧାତୁର ବୈଶ୍ବିକ ଦାମ ହ୍ରାସ ପରେ ଦିଲ୍ଲୀ ସରଫରା ବଜାରରେ ଗୁରୁବାର ସୁନା ଦାମ ଖସିଛି । 10 ଗ୍ରାମ ସୁନା ଦାମ ପିଛା 774 ଟଙ୍କା କମି 51,755 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛନ୍ତି ।

ଏହା ପୂର୍ବ କାରବାରରେ ସୁନା ଦାମ 10 ଗ୍ରାମ ପ୍ରତି 52,529 ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ରୂପା ଦାମ କିଲୋ ପ୍ରତି 1,908 ଟଙ୍କା କମି 69,176 ଟଙ୍କା ରହିଛି । ଯାହାକି ଏହା ପୂର୍ବରୁ କିଲୋ ପ୍ରତି 71,084 ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ ତପନ ପଟେ କହିଛନ୍ତି କି, ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପ୍ରତି 774 ଟଙ୍କା କମିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଦୁର୍ବଳ ହୋଇ ଆଉନ୍ସ ପ୍ରତି 1,934 ଡଲାର ରହିଛି । ଯେତେବେଳେ କି ରୂପା ଦାମ ଆଉନ୍ସ ପିଛା 27.24 ଡଲାରରେ ଅପରିବର୍ତ୍ତିତ ରହିଛି । ବିଶ୍ବର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମଜବୁତ ଯୋଗୁଁ ସୁନା ଦାମ ହ୍ରାସ ହେଉଛି ବୋଲି ପଟେଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.