ETV Bharat / business

ମହଙ୍ଗା ସୁନା ଉପରେ ଶୁଳ୍କ ବୋଝ, କମିଲା ଆମଦାନୀ - କମିଲା ସୁନା ଆମଦାନୀ

ବିବାହ ସିଜିନରେ ବି କମିଲା ସୁନା ଚାହିଦା । ବିକ୍ରି ଖସିବା କାରଣରୁ ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ନଭେମ୍ବର ଅବଧିରେ ଆମଦାନୀ ପାଖାପାଖି 7 ପ୍ରତିଶତ ହ୍ରାସ ପାଇଛି ।

Gold imports dip 7 pc in Apr-Nov to USD 20.57 bn
ମହଙ୍ଗା ସୁନା ଉପରେ ଶୁଳ୍କ ବୋଝ , କମିଲା ଆମଦାନୀ
author img

By

Published : Jan 2, 2020, 5:06 PM IST

ନୂଆଦିଲ୍ଲୀ: ଦାମ ବୃଦ୍ଧି ଯୋଗୁଁ ଗହଣା କିଣିବାକୁ ମନ ବଳାଉନାହାନ୍ତି ଗ୍ରାହକ । ଏଥିଯୋଗୁଁ ବିବାହ ସିଜନରେ ବି କମିଲା ସୁନା ଚାହିଦା । ବିକ୍ରି ଖସିବା କାରଣରୁ ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ନଭେମ୍ବର ଅବଧିରେ ଆମଦାନୀ ପାଖାପାଖୀ 7 ପ୍ରତିଶତ ହ୍ରାସ ପାଇଛି । ଫଳରେ ଏହି 8 ମାସରେ ବିଦେଶରୁ ମାତ୍ର 22.16 ଅରବ ଡଲାର ସୁନା ଅଣାଯାଇଛି ।

ଏପଟେ କିନ୍ତୁ ସୁନା ଆମଦୀନୀ କମ କାରଣରୁ ଦେଶରେ ଦେଶରେ ବ୍ୟାପାର ଘାଟା ମଧ୍ୟ ନିୟନ୍ତ୍ରିତ ହୋଇଛି । ବଜାର ସନ୍ତୁଳନ ରହିଛି । 2019-20ରେ ଦେଶରେ ବେପାର ଘାଟା 106.84 ଅରବ ଡଲାର ଅଛି । ବର୍ଷେ ପୂର୍ବେ ଏହି ଅବଧିରେ ବ୍ୟାପାର ଘାଟା 133.74ଅରବ ଡଲାର ଥିଲା ।

ଏ ବର୍ଷ ଜୁଲାଇରୁ ହିଁ ସୁନା ଆମଦାନୀ ବୃଦ୍ଧିରେ ନକରାତ୍ମକ ବୃଦ୍ଧି ଦେଖାଦେଇଛି । ଯଦିଓ ଅକ୍ଟୋବରରେ ଏହା ପାଖାପାଖି 5 ପ୍ରତିଶତ ବଢି 1.84 ଅରବ ଡଲାର ଓ ନଭେମ୍ବରରେ 6.6 ପ୍ରତିଶତ ବଢି 2.94 ଅରବ ଡଲାର ଥିଲା । ଦୁନିଆର ସର୍ବବୃହତ୍ତ ସୁନା ଆମଦାନୀକାରୀ ରାଷ୍ଟ୍ର ହେଉଛି ଭାରତ । ବିଶେଷ ରୂପରେ ଆଭୁଷଣ ଉଦ୍ୟୋଗର ଚାହିଦା ପୂରା କରିବା ପାଇଁ ଆମଦାନୀ ହୋଇଥାଏ ।

ଦେଶର ବାର୍ଷିକ ସ୍ବର୍ଣ୍ଣ ଆମଦାନୀ 800-900 ଟନ ରହିଛି । ତେବେ ବ୍ୟାପର ଘାଟା ଓ ସଞ୍ଚୟ ଖାତା ଘାଟା ଉପରେ ଯେପରି ସୁନା ଆମଦାନୀର ନକରାତ୍ମକ ପ୍ରଭାବ ପଡିବ ନାହିଁ ସେଥିପାଇଁ ବଜେଟରେ ଆମଦାନୀ ଶୁଳ୍କ 10ରୁ ବଢାଇ 12.5 ପ୍ରତିଶତ କରିଥିଲେ ।

ଉଦ୍ୟୋଗ ବିଶେଷଜ୍ଞଙ୍କ ଅନୁସାରେ, ଏହି ସେକ୍ଟରରେ କାମ କରୁଥିବା କମ୍ପାନୀ ଉଚ୍ଚ ଶୁଳ୍କ ଯୋଗୁଁ ନିଜର ବିନିର୍ମାଣ ଆଧାର ପଡୋଶୀ ଦେଶକୁ ସ୍ଥାନାନ୍ତରଣ କରୁଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.