ETV Bharat / business

ବ୍ୟୟ ବଢିଲେ ଅଭିବୃଦ୍ଧି 5.5 % ହେବ !

author img

By

Published : Jan 23, 2020, 2:43 PM IST

ଫେବୃଆରୀ ପହିଲାରେ ଆଗତ ହେବ ବଜେଟ । ଏହି ବଜେଟରେ କେଉଁ ସବୁ ଦିଗ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ, ସେନେଇ ପରାମର୍ଶ ଦେଇଛି ଇଣ୍ଡିଆ ରେଟିଙ୍ଗ ।

gdp to grow by 5 dot 5 pc in fy21 but downside risks persists india ratings
ବ୍ୟୟ ବଢିଲେ ଅଭିବୃଦ୍ଧି 5.5 % ହେବ !

ନୂଆଦିଲ୍ଲୀ: ଆର୍ଥିକ ଗତିବିଧିକୁ ଦ୍ରୁତତର କରିବା ପାଇଁ ଉପଯୋଗିତା ବଢାଇବାକୁ ହେବ ଅର୍ଥାତ ଉପଭୋକ୍ତାଙ୍କ ଚାହିଦା ବୃଦ୍ଧି ହେଲେ ଯୋଗାଣ ବଢିବ । ସେ ଅନୁଯାୟୀ ବିକ୍ରି ବଢିବା ସହ ଜିଡିପି ଲକ୍ଷ୍ୟସ୍ତରରେ ପହଞ୍ଚିଛି । ଆଉ ଏସବୁ ପାଇଁ ରୋଜଗାର ସୃଷ୍ଟି ହେବା ଆବଶ୍ୟକ । ଧୀମା ଅର୍ଥବ୍ୟବସ୍ଥା ମଧ୍ୟରେ ଇଣ୍ଡିଆ ରେଟିଙ୍ଗ ଆଣ୍ଡ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ ଏ ନେଇ ପରାମର୍ଶ ଦିଆଯାଇଛି ।

ଲୋକଙ୍କ ପକେଟରେ ଟଙ୍କା ପହଞ୍ଚିବା ପାଇଁ ଉପାୟ ପ୍ରସ୍ତୁତ କରିବା ଦରକାର । କାରଣ ସରକାରଙ୍କ ତମାମ ପ୍ରୟାସ ଓ ପଦେକ୍ଷପ ପରେ ବି ଦେଶର ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ଏଣୁ ଖର୍ଚ୍ଚ ବଢିଲେ ଆସନ୍ତା ଆର୍ଥିକ ବର୍ଷ(2020-21)ରେ ଭାରତର ଜିଡିପି ସୁଧାର ସହ 5.5 ପ୍ରତିଶତରେ ପହଞ୍ଚିପାରେ ବୋଲି ଫିଡ ସମୂହର ଏହି ଏଜେନ୍ସି ଦର୍ଶାଇଛି ।

ରେଟିଙ୍ଗ ଏଜେନ୍ସି କହିବା ଅନୁଯାୟୀ, ଆର୍ଥିକ ବର୍ଷ 2020-21ର ବଜେଟ ଏଭଳି ତିଆରି ହେବା ଦରକାର ଯେଉଁଥିରେ ବ୍ୟୟ ଭାଗ ଯୁକ୍ତିସଙ୍ଗତ ରହିବ । ଏଥିପାଇଁ ପ୍ରାଥମିକତା ସ୍ଥିର କରିବାକୁ ହେବ । ଯେପରି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ ଓ ସମାଜର ତଳ ଶ୍ରେଣୀରେ ଲୋକଙ୍କ ପକେଟରେ ଟଙ୍କା ପହଞ୍ଚିବ ସେହି ଦିଗରେ ବଜେୟରେ ବ୍ୟୟ ହେବା ଦରକାର । ଫଳରେ ଚାହିଦା ବଢିବାରେ ସହଯୋଗ ହେବ । ଏଥିସହ ରାଜସ୍ବ ବୃଦ୍ଧିର ସବୁ ଦିଗ ଉପରେ ଦୃଷ୍ଟି ଦେବାକୁ ।

ସେହିପରି ଗ୍ରାମୀଣ ଭିତ୍ତିଭୂମି, ସଡକ ନିର୍ମାଣ, ଶସ୍ତା ଘର ଓ ମନେରଗା ଭଳି ଯୋଜନା ପାଇଁ ବଜେଟ ଆବଣ୍ଟନକୁ ପ୍ରାଥମିକତା ଦେବା ସହ ଅନାବଶ୍ୟକ ସବସିଡ ତଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଇଣ୍ଡିଆ ରେଟିଙ୍ଗ ପରାମର୍ଶ ଦେଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.