ନୂଆଦିଲ୍ଲୀ: ପୁଣି ଖସିଲା ଦେଶର ଅଭିବୃଦ୍ଧି ହାର । ଲଗାତାର ତୃତୀୟ ଥର ପାଇଁ ତଳମୁହାଁ ରହିଛି ବିକାଶ ଦର । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ(ଅକ୍ଟୋବର-ଡିସେମ୍ବର)ରେ ଜିଡିପି(ମୋଟ ଘରୋଇ ଉତ୍ପାଦ) ହାର 6.6 ପ୍ରତିଶତ ରହିଛି । ଯାହାକି ଗତ 15 ମାସର ରେକର୍ଡ ଭାଙ୍ଗି ସର୍ବନିମ୍ନରେ ପହଞ୍ଚିଛି । ଗୁରୁବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସି) ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।
ପ୍ରଥମ ତ୍ରୟମାସରେ (ଏପ୍ରିଲ-ଜୁନ)ରେ ଜିଡିପି ହାର 8.2 ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୟମାସ(ଜୁଲାଇ-ସେପ୍ଟେମ୍ବର)ରେ ଏହା ହ୍ରାସ ପାଇ 7.1 ପ୍ରତିଶତ ରହିଥିଲା । ହେଲେ ଅକ୍ଟୋବରରୁ ଡିସେମ୍ବରର ମଧ୍ଯରେ ଦେଶର ଆୟ ତୁଳନାରେ ବ୍ୟୟ ଅଧିକ ରହିଥିବାରୁ ନିୟଣ୍ଟ ବୃଦ୍ଧି ପାଇଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଜିଡିପି ଉପରେ ପଡିଛି । ତେବେ ନିର୍ବାଚନ ପୂର୍ବରୁ ଅଭିବୃଦ୍ଧି ହାରରେ ଏତେ ବଡ ପରିମାଣର ବ୍ୟତିକ୍ରମ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଓ ଗ୍ରାମୀଣ ବଜାରରେ ଚାହିଦା ହ୍ରାସ ପାଇଥିବାରୁ ଜିଡିପି ଗ୍ରୋଥରେ ଖସିଚାଲିଛି ।
ରିପୋର୍ଟ ଅନୁସାରେ, ବ୍ୟବସାୟ, ହୋଟେଲ, ଟ୍ରାନ୍ସପୋର୍ଟ, ସଂଚାର ସେକ୍ଟରରେ ବିକାଶ ଘଟିଛି । ଏହି ବର୍ଷର ତୃତୀୟ ତ୍ରୈମାସିକ କୃଷି କ୍ଷେତ୍ରରେ ବିକାଶର ଦର 2.7 ପ୍ରତିଶତ ରହିଛି । ହେଲେ ଗତବର୍ଷ ଏହି ସମୟରେ ଏହି ହାର କହୁଛି 4.6 ପ୍ରତିଶତ ରହିଥିଲା । କିନ୍ତୁ ନିର୍ମାଣ କ୍ଷେତ୍ରରେ ସୁଧାର ଆସିଛି । ଯେଉଁଥି ପାଇଁ ରିୟଲଇଷ୍ଟେଟ ସେକ୍ଟରରେ ଅଭିବୃଦ୍ଧି ହାର 9.6 ପ୍ରତିଶତ ରହିଛି । ଯାହାକି ଗତ ବର୍ଷ ଏହି ସମୟରେ ମାତ୍ର 8 ପ୍ରତିଶତ ରହିଥିଲା ।
ତେବେ କୁହାଯାଉଛି ଜିଡିପି କ୍ଷେତ୍ରରେ ଭାରତ ଚୀନକୁ ମାତ ଦେବ । କିନ୍ତୁ ଲଗାତାର ଭାରତର ଅଭିବୃଦ୍ଧି ପରିମାଣରେ ଯେପରି ବ୍ୟପକ ପରିବର୍ତ୍ତନ ଆସୁଛି । ସେଥିରୁ ସ୍ପଷ୍ଟ ଯେ, ଭାରତର ଆର୍ଥବ୍ୟବସ୍ଥା ସଙ୍କଟମୁହାଁ ରହିଛି ।