ETV Bharat / business

ବାଗଦାଦ ଏୟାରଷ୍ଟ୍ରାଇକ:75 ଟଙ୍କା ଉପରେ ପେଟ୍ରୋଲ - ଡିସେମ୍ବର 4ରେ ପେଟ୍ରୋଲ ଦାମ

ନୂଆବର୍ଷରୁ ମହଙ୍ଗା ମାଡ ଆରମ୍ଭ । ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସେପଟେ ପୁଣି ବାଗଦାଦ ଏୟାରଷ୍ଟ୍ରାଇକ ପ୍ରଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 70 ଡଲାର ନିକଟତର । ଏହାକୁ ଦେଖିବାକୁ ଗଲେ ଭାରତୀୟ ବଜାରରେ ତେଲ ଦର ଆହୁରି ବଢିବା ଆଶଙ୍କା ରହିଛି ।

fuel prices continue to surge amid tension in middle east
ବାଗଦାଦ ଏୟାରଷ୍ଟ୍ରାଇକ: ପେଟ୍ରୋଲ 75 ଟଙ୍କା ଟପିଲା
author img

By

Published : Jan 4, 2020, 3:20 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତା ଭିତରେ ନୂଆ ବର୍ଷରୁ ତେଲ ଦାମ ବଢିବାରେ ଲାଗିଛି । ବର୍ଷର ପ୍ରଥମ 4 ଦିନ ଭିତରେ ପେଟ୍ରୋଲ ଲିଟର ପିଛା 31 ପଇସା ଓ ଡିଜେଲ 44 ପଇସା ବୃଦ୍ଧି ହୋଇଛି । ଏପଟେ ଇରାନ ରାଜଧାନୀ ବାଗଦାଦ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ବିଶ୍ବ ବଜାର ଅଥୟ । ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଆଗକୁ ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ।

ଏସବୁ ଭିତରେ ତେଲ ବିତରଣ କମ୍ପାନୀ ଶନିବାର ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ଦାମ ଲିଟର ପିଛା 10 ଓ ଚେନ୍ନାଇରେ 11 ପଇସା ବୃଦ୍ଧି କରିଛି । ସେହିପରି ଡିଜେଲ ଦାମ ଦିଲ୍ଲୀ, କୋଲକାତାରେ 15 ପଇସା ଏବଂ ମୁମ୍ବାଇ ଓ ଚେନ୍ନାଇରେ 16 ପଇସା ବଢାଇଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦାମ ବୃଦ୍ଧି ପାଇ କ୍ରମଶଃ 75.45 , 78.04 , 81.04 ଓ 78.39 ଟଙ୍କା ରହିଛି ।

ସେପଟେ ଏହି 4 ମହାନଗରରେ ଲିଟର ପିଛା ଡିଜେଲ ଦାମ ବୃଦ୍ଧି ପାଇ କ୍ରମଶଃ 68.40 , 70.76 , 71.72 ଓ 72.28 ଟଙ୍କାରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାର ଇଣ୍ଟରକଣ୍ଟିନେଟଲ ଏକ୍ସଚେଞ୍ଜ(ଆଇସିଇ) ଉପରେ ବ୍ରେଣ୍ଡ କ୍ରୁଡ ଡେଲିଭରୀ ଶୁକ୍ରବାର 3.64 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପିଛା 68.66 ଡଲାରେ ବନ୍ଦ ହୋଇଛି । ସେପଟେ ନ୍ୟୁୟର୍କ ମର୍କେ ଟାଇଲ ଏକ୍ସଚେଞ୍ଜ ଅର୍ଥାତ ନାୟମେକ୍ସ ଉପରେ ଡବ୍ଲୁଟିଆଇ ଫେବୃଆରୀରେ 3.02 ପ୍ରତିଶତ ବୃଦ୍ଧି ସହ ଡଲାର ପିଛା 63.03 ଡଲାରରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.