ETV Bharat / business

ବିନା ଭିସାରେ ଶ୍ରୀଲଙ୍କା ଏଣ୍ଟ୍ରି, ଅନୁମତି ଦେଲେ ସରକାର - ଶ୍ରୀଲଙ୍କା ସରକାର

ଶ୍ରୀଲଙ୍କା ଯିବାକୁ ଆଉ ପ୍ରତିବନ୍ଧକ ନାହିଁ  । ଏଣିକି ବିନା ଭିସାରେ ଯାଇପାରେ ଶ୍ରୀଲଙ୍କା । ଏ ନେଇ ପ୍ରବେଶ ଅନୁମତି  କେବଳ ଭାରତ  ନୁହେଁ  48ଟି ଦେଶକୁ  ଦେଇଛନ୍ତି ଶ୍ରୀଲଙ୍କା ସରକାର ।

ପ୍ରତିକାତ୍ମକ ଫଟୋ
author img

By

Published : Aug 1, 2019, 7:25 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ଯିବାକୁ ମନବଳାଉଛନ୍ତି କି ? ତେବେ ଏବେ ଆଉ ଟେନସନ ନାହିଁ । ଏଣିକି ବିନା ଭିସାରେ ଯାଇପାରେ ଶ୍ରୀଲଙ୍କା । ଏ ନେଇ ପ୍ରବେଶ ଅନୁମତି କେବଳ ଭାରତ ନୁହେଁ 48ଟି ଦେଶକୁ ଦେଇଛନ୍ତି ଶ୍ରୀଲଙ୍କା ସରକାର । ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ।

ଇଷ୍ଟର ସମୟରେ ଆତଙ୍କବାଦୀ କରିଥିବା ଆକ୍ରମଣ ଯୋଗୁଁ ସେଲାନିୟୋ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ତେବେ ପ୍ରବେଶ ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜନ ଅମାରତୁଙ୍ଗା କହିଛନ୍ତି ଯେ, 48 ଦେଶରୁ ଆସୁଥିବା ସେଲାନିୟୋଙ୍କ ପାଇଁ ଭିସା ଶୁଳ୍କ ହଟାଇଦିଆଯାଇଛି । ଖାସ କରି ଭାରତରୁ ଆସିବାକୁ ଥିବା ସେଲାନିୟୋକୁ ଏହାର ଫାଇଦା ମିଳିବ । ଏହି ଯୋଜନାକୁ ଗୁରୁବାର ଠାରୁ ଲାଗୁ କରାଯାଇଛି ।

ଏହା ପୂର୍ବରୁ ଇଷ୍ଟର ଉପରେ ହୋଇଥିବା ଆକ୍ରମଣ ଯୋଗୁଁ 39 ଦେଶର ନାଗରିକଙ୍କୁ ବିନା ଭିସାରେ ଶ୍ରୀଲଙ୍କା ଆସିବାକୁ ଅନୁମତି ଦିଆଯାଇଥିଲା । ପ୍ରକାଶ ଥାଉ ଯେ, ଏହି ଆତ୍ମଘାତୀ ଆକ୍ରମଣରେ 258 ଲୋକ ପ୍ରାଣ ହରାଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.