ETV Bharat / business

‘ଆତ୍ମନିର୍ଭର ଭାରତ’ପ୍ୟାକେଜ ଚତୁର୍ଥ ରାଉଣ୍ଡ, ଏହି 8 ସେକ୍ଟରକୁ ମିଳିଛି ରିବୁଟ

‘ଆତ୍ମନିର୍ଭର ଭାରତ’ପ୍ୟାକେଜର ଚତୁର୍ଥ ରାଉଣ୍ଡରେ ଦେଶ ମେରୁଦଣ୍ଡକୁ ସୁଦୃଢ଼ ପାଇଁ ଅର୍ଥବ୍ୟବସ୍ଥାର ପ୍ରମୁଖ 8ଟି ସେକ୍ଟର ଉପରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : May 16, 2020, 11:30 PM IST

fourth installment of financial package
‘ଆତ୍ମନିର୍ଭର ଭାରତ’ପ୍ୟାକେଜ ଚତୁର୍ଥ ରାଉଣ୍ଡ, ଏହି 8 ସେକ୍ଟରକୁ ମିଳିଛି ରିବୁଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ଚତୁର୍ଥ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ଆଜି ରିଫର୍ମ, ଫରଫର୍ମ, ଟ୍ରାନ୍ସଫର ଉପରେ ଗୁରୁତ୍ବ ଦେଇ 8ଟି ସେକ୍ଟରକୁ ଦେଇଛନ୍ତି ବୁଷ୍ଟର ।

ଲକଡାଉନ ପ୍ରଭାବରେ ବିଭିନ୍ନ ସେକ୍ଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଭିତ୍ତିଭୂମି ଢାଞ୍ଚାକୁ ସୁଦୃଢ ମୂଳଦୁଆକୁ ମଜବୁତ କରିବା ଆମର ଲକ୍ଷ୍ୟ । ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଓ ମେକ ଇଣ୍ଡିଆ ଇଣ୍ଡିଆ ଓ ଇଜ ଅଫ ଡୁଇଙ୍ଗ ଅଫ ବିଜନେସ ଉପରେ ଜୋର ରହିଥିବା ନେଇ ଅର୍ଥମନ୍ତ୍ରୀ କହିଛନ୍ତି ।

ଡ଼ିବିଟି, ଜିଏସଟି ଆଦି ଭାରତ ପାଇଁ ଉପଯୋଗୀ ହେଉଛି । ନିବେଶ ପାଇଁ ଭାରତ ପ୍ରଥମ ପସନ୍ଦ । ଏଣୁ ଭିତ୍ତିଭୂମିରେ ସୁଧାର ଆଣିବା ଆମର ଲକ୍ଷ୍ୟ ରହିଛି ବୋଲି ଆହ୍ବାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଗତ 3 ଦିନରେ 3ଟି ରାଉଣ୍ଡରେ ସରକାର 10.73 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା କରାଯାଇଥିବା ଯୋଜନା ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀ, ଷ୍ଟ୍ରୀଟ ଭେଣ୍ଡର, କୃଷକ, ଗରିବ, ପ୍ରବାସୀ ଶ୍ରମିକ ସହ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ(ଏନବିଏଫସି), କ୍ଷୁଦ୍ର ଆର୍ଥିକ ସଂସ୍ଥାନ(ଏମଏଫଆଇ) ଓ ବିଦ୍ୟୁତ ବିତରକଙ୍କୁ ରିଲିଫ ଦିଆଯାଇଛି ।

ତେବେ ଶନିବାର ଘୋଷଣା ହୋଇଥିବା 8ଟି ସେକ୍ଟର ନେଇ ସଂକ୍ଷିପ୍ତରେ ଜାଣନ୍ତୁ,

  • କୋଇଲା କୋଇଲା କ୍ଷେତ୍ର ପାଇଁ 50 ହଜାର କୋଟି ଟଙ୍କା ଘୋଷଣା ।
  • ଖଣିଜ ପଦାର୍ଥ ଖଣିଜ କ୍ଷେତ୍ର ପାଇଁ 500 ବ୍ଲକର ନିଲାମି କରାଯିବ । ବହୁ ସୁଧାର ମଧ୍ୟ ଘୋଷଣା ହୋଇଛି
  • ପ୍ରତିରକ୍ଷା ସେକ୍ଟର ପ୍ରତିରକ୍ଷା ଉତ୍ପାଦନରେ ଏଫଡିଆଇ ସୀମା 49 ପ୍ରତିଶତରୁ ବଢାଇ 74 ପ୍ରତିଶତ କରାଯାଇଛି । ଅର୍ଡିନାନ୍ସ ଫେକ୍ଟ୍ରି ବୋର୍ଡର ନିଗମୀକରଣ ହେବ, ଘରୋଇକରଣ ନୁହେଁ ।
  • ବିମାନ ପରିଚାଳନା ଭାରତୀୟ ବାୟୁ ଅନ୍ତରୀକ୍ଷ (air space) ଉପଯୋଗ ଉପରେ ପ୍ରତିବନ୍ଧକକୁ କୋହଳ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଦ୍ବାରା ବିମାନ ଚଳାଚଳ କ୍ଷେତ୍ରର ବାର୍ଷିକ ପାଖାପାଖି 1 ହଜାର କୋଟି ଟଙ୍କାର ଲାଭ ମିଳିବ ।
  • ବିଦ୍ୟୁତ ବିତରଣ ସେକ୍ଟର କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ବିତରଣ କମ୍ପାନୀଙ୍କ ଘରୋଇକରଣ ହେବ । ଏହା ଦେଶର ଅନ୍ୟ ରାଜ୍ୟର ଡିସକମ ପାଇଁ ଅନୁକରଣ ଯୋଗ୍ୟ ମଡେଲ ଭାବେ କାମ କରିବ ।
  • ସାମାଜିକ ଭିତ୍ତିଭୂମି ସାମାଜିକ ଭିତ୍ତିଭୂମି ଢାଞ୍ଚାର ବିକାଶ ପାଇଁ Vgf ଅଧିନରେ 8100 କୋଟି ଟଙ୍କାର ଘୋଷଣା କରାଯାଇଛି ।
  • ପରମାଣୁ ଶକ୍ତି । ଆଣବିକ ଚିକିତ୍ସା ଅନୁସନ୍ଧାନ ରିଆକ୍ଟରରେ ଘରୋଇ ଭାଗୀଦାରକୁ ଅନୁମତି । ପିପିପି ମଡେଲରେ ଏୟାରସ୍ପେସ । ଘରୋଇ କମ୍ପାନୀ ବି ଲଞ୍ଚ କରିପାରିବେ ସାଟେଲାଇଟ । ଏଥିରେ ଅର୍ଥମନ୍ତ୍ରୀ ଘରୋଇ କମ୍ପାନୀଙ୍କୁ ଉପଗ୍ରହ, ଉତକ୍ଷେପଣ ଏବଂ ଅନ୍ତରୀକ୍ଷ ଭିତ୍ତିକ ସେବା ବ୍ୟବସାୟ ଭଳି ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.