ETV Bharat / business

GSTକୁ 4 ବର୍ଷ: ଜରୁରୀ ସାମଗ୍ରୀରୁ କମିଛି ଟିକସ ହାର, ବଢିଲେ କରଦାତା - Four years of GST

ଲୋକଙ୍କ ଉପରୁ ଟିକସ ବୋଝ କମାଇଛି ଜିଏସଟି । ସିନେମା ଟିକେସ, ହେୟାର ଅଏଲ ଭଳି ଅନ୍ୟ ଜରୁରୀ ସାମଗ୍ରୀ ଉପରୁ କମିଛି ଟିକସ ହାର । ଜିଏସଟିର 4 ବର୍ଷ ପୂର୍ତ୍ତି ଅବସରରେ ଟ୍ବିଟରରେ ବିବୃତ୍ତି ରଖିଛି ଅର୍ଥମନ୍ତ୍ରାଳୟ । ଅଧିକ ପଢନ୍ତୁ..

GSTକୁ 4 ବର୍ଷ : ଜରୁରୀ ସାମଗ୍ରୀରୁ  କମିଛି ଟିକସ ହାର, ବଢିଲେ କରଦାତା

author img

By

Published : Jun 30, 2021, 6:48 PM IST

ନୂଆଦିଲ୍ଲୀ: ଦେଶରେ ଏକକ ଟିକସ ବ୍ୟବସ୍ଥା ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ପୁରିବ 4 ବର୍ଷ । ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି କି ଏବେ ସୁଦ୍ଧା 66 କୋଟିରୁ ଅଧିକ ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି । କର ହାର ହ୍ରାସ ହୋଇଛି ଏବଂ କରଦାତାଙ୍କ ସଂଖ୍ୟା ବଢିଛି ।

ସମଗ୍ର ଦେଶରେ 2017 ଜୁଲାଇ ପହିଲାରେ ଲାଗୁ ହୋଇଛି ଦ୍ରବ୍ୟ ଓ ସେବା କର । ଏଥିରେ ଉତ୍ପାଦ, ଶୁଳ୍କ, ସେବା କର, ଭାଟ ଓ 13 ଉପକର ବା ସେସ ଭଳି 17 ସ୍ଥାନୀୟ କର ରହିଛି । ଅର୍ଥମନ୍ତ୍ରାଳୟ ଟ୍ବିଟ କରି କହିଛି କି, ଜିଏସଟି କରଦାତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା ସରଳ କରିଦେଇଛି । ଆଉ ଜିଏସଟି ପରିଷଦ କୋଭିଡ-19 ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ରିଲିଫ ପଦକ୍ଷେପ ପାଇଁ ସୁପାରିଶ କରିଛି ।

ଜିଏସଟି ଅଧିନରେ 40 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ବ୍ୟବସାୟୀଙ୍କୁ କରରୁ ରିହାତି ଦିଆଯିବ । ଏହାର ଅତିରିକ୍ତ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ଟନଓଭର ରହିଥିବା ଲୋକ କମ୍ପୋଜିସନ ସ୍କିମର ବିକଳ୍ପ ଚୟନ କରିପାରିବେ । ଆଉ କେବଳ 1 ପ୍ରତିଶତ କର ପେମେଣ୍ଟ କରିପାରିବେ ।

ଏଭଳି ଭାବେ ସେବା ପାଇଁ 1 ବର୍ଷରେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟକୁ ଜିଏସଟି ଛାଡ କରାଯାଇଛି । ଏହା ପରେ 1 ବର୍ଷରେ 50 ଲକ୍ଷ ଟଙ୍କାର କାରବାର କରୁଥିବା ସେବାପ୍ରଦାନକାରୀ କମ୍ପୋଜିସନ ସ୍କିମର ବିକଳ୍ପ ଚୟନ କରିପାରିବେ । ଆଉ ସେମାନଙ୍କୁ କେବଳ 6 ପ୍ରତିଶତ କର ପେମେଣ୍ଟ କରିବାକୁ ହେବ ।

ବର୍ତ୍ତମାନ ବ୍ୟାପକ ଭାବେ ଗ୍ରହଣ କରାଯାଇଛି ଯେ ଜିଏସଟି ଉଭୟ ଗ୍ରାହକ ଏବଂ କରଦାତାଙ୍କ ପାଇଁ ଅନୁକୂଳ । ଜିଏସଟି ପୂର୍ବରୁ ଅଧିକ ଟିକସ ହାର ଦେୟ ପ୍ରଦାନକୁ ନିରୁତ୍ସାହିତ କରୁଥିଲା । ତେବେ ଜିଏସଟି ଅଧୀନରେ କମ ହାର ଟିକସ ଅନୁପାତ ବୃଦ୍ଧି କରିବାରେ ସାହାଯ୍ୟ କଲା । ଏପର୍ଯ୍ୟନ୍ତ 66 କୋଟିରୁ ଅଧିକ ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.