ETV Bharat / business

ନୋଟବନ୍ଦୀକୁ 4 ବର୍ଷ; ନକଲି ନୋଟରେ ଲାଗିଲା କି ଲଗାମ ? - ବିମୁଦ୍ରାକରଣ

ବିମୁଦ୍ରୀକରଣକୁ ଆଜି 4 ବର୍ଷ ପୂରିଛି । ଦେଶର ବହୁମୂଲ୍ୟ ଦୁଇଟି ନୋଟ 500 ଓ 1000 ଟଙ୍କିଆ ନୋଟକୁ ରାତି ଅଧିଆ କରାଯାଇଥିଲା ଅଚଳ । 4 ବର୍ଷ ପରେ କେତେ ସଫଳ ହୋଇଛି ଏହି ବିମୁଦ୍ରୀକରଣର ଲକ୍ଷ୍ୟ । ସେନେଇ ଅଧିକ ପଢନ୍ତୁ...

ନକଲି ନୋଟରେ ଲାଗିଲା କି ଲଗାମ ?
ନକଲି ନୋଟରେ ଲାଗିଲା କି ଲଗାମ ?
author img

By

Published : Nov 8, 2020, 2:14 PM IST

ନୂଆଦିଲ୍ଲୀ: ଆଜିର ତାରିଖ ଦେଶର ଅର୍ଥ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଦିନ । 2016 ମସିହା ନଭେମ୍ବର 8 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଦେଶରେ ସୃଷ୍ଟି କରିଥିଲା ଭୂ-କମ୍ପ । ରାତି 8ଟାରେ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଭାଷଣ । ଆଉ ରାତାରାତି ଅଚଳ କରି ଦିଆଯାଏ ସେତେବେଳର ପ୍ରଚଳିତ 500 ଓ ହଜାର ଟଙ୍କିଆ ନୋଟ । ଫଳରେ ନଗଦ ଅର୍ଥ ମଧ୍ୟରୁ 86 ପ୍ରତିଶତ ଅର୍ଥ(1000,500) ଅକାମୀ ହୋଇଥିଲା ।

ସରକାରଙ୍କ ଏହି ନିଷ୍ପତ୍ତି ଦେଶରେ ସୃଷ୍ଟି କରିଥିଲା ବଡ ବିଶୃଙ୍ଖଳା । ଟଙ୍କା ଜମା କରିବାକୁ ସରକାରଙ୍କ ସୀମିତ ସମୟ ଓ ବାରମ୍ବାର ବଦଳୁଥିବା ନିଷ୍ପତ୍ତି ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ଟଙ୍କା ଜମା କରିବାକୁ ବ୍ୟାଙ୍କ ଆଗରେ ଲମ୍ବା ଲମ୍ବା ଲାଇନ ଛିଡା ହେବାକୁ ପଡିଥିଲା । ଏଟିଏମ ଆଗରେ ଦଳଚକଡାରେ ଅନେକ ଲୋକ ଗୁରୁତର ହେବା ସହ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ପରେ ବଜାରକୁ ନୂତନ 500 ଓ 2000 ଟଙ୍କା ବଜାରକୁ ଆସିଥିଲା । ଏଥିସହ 200, 100 ଓ 50, 10 ଟଙ୍କା ରହିଛି ।

ସରକାରଙ୍କ ଏହି ପଦକ୍ଷେପ ମୁଖ୍ୟତଃ ଦେଶରେ ଦୁର୍ନୀତି ରୋକିବାକୁ କଳାଟଙ୍କା ବାହାର କରିବା, ନକଲି ଟଙ୍କା ବନ୍ଦ କରିବା ସହ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ଲଗାମ ଲଗାଇବାକୁ ନିଆଯାଇଥିଲା । ପରେ ଏହି ତିନୋଟି ଲକ୍ଷ୍ୟ ପୂରଣ ହୋଇନଥିବା ବିରୋଧୀ ସମାଲୋଚନା କରିଥିଲେ । ପରେ ସରକାର ଏହାକୁ ଦେଶର ଡିଜିଟାଲ କାରବାର ବଢାଇବାକୁ ଏପରି ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ ।

ନକଲି କାରବାରକୁ ରୋକି ପାରିଲା କି ନୋଟ ବନ୍ଦୀ ?

  • ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ର ବାର୍ଷିକ ରିପୋର୍ଟ 2019-20ରେ ଆରବିଆଇ କହିଛି, ଗତ 2 ବର୍ଷ ମଧ୍ୟରେ ସର୍ବାଧିକ ମୂଲ୍ୟର 2000 ଟଙ୍କିଆ ନୋଟ ପ୍ରଚଳନରେ ହ୍ରାସ ପାଇଛି ।
  • ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି)ର ବାର୍ଷିକ ରିପୋର୍ଟ ଅନୁସାରେ 2019 ରେ ସର୍ବାଧିକ 2000 ଟଙ୍କିଆ ନୋଟ ଛପା ହୋଇଥିଲା ।
  • ଆରବିଆଇର ବାର୍ଷିକ ରିପୋର୍ଟରୁ ମିଳିଥିବା ତଥ୍ୟରୁ ଜଣାପଡିଛି, ଗତ ଆର୍ଥିକ ବର୍ଷରେ 2000 ଟଙ୍କା ମୂଲ୍ୟର ଗୋଟିଏ ବି ନୋଟ ଛପା ହୋଇନାହିଁ ।
  • 2019-20ରେ 200 ଟଙ୍କିଆ ନକଲି ଟଙ୍କା କାରବାର 151 % କୁ ବୃଦ୍ଧି ପାଇଛି । ଆରବିଆଇର ବାର୍ଷିକ ରିପୋର୍ଟରେ ନୂତନ 500 ଟଙ୍କିଆର ନକଲି ମୁଦ୍ରା 2019-20ରେ 37 %କୁ ବୃଦ୍ଧି ଘଟିଛି । କହିବାକୁ କହିଲେ, 2000 ଟଙ୍କା ପ୍ରଚଳନ ସବୁଠାରୁ କମ ରହିଛି ।
  • ତମାମ ସୁରକ୍ଷା ସୁବିଧା ମଧ୍ୟରେ ବର୍ଷ 2019-20 ରେ 200 ଟଙ୍କା ଓ 500 ଟଙ୍କା ନକଲି ଟଙ୍କା କାରବାରରେ ବୃଦ୍ଧି ଘଟିଛି ।

କେତେ ଆଗେଇଛି ଡିଜିଟାଲ ଭାରତ ?

କୋରୋନା ମହାମାରୀ ସମୟରେ ଦେଶର ନଗଦ ଟଙ୍କା କାରବାରରେ ହ୍ରାସ ପାଇଛି । ଲୋକାଲସର୍କଲଗୁଡିକର ଏକ ସର୍ଭେ ଅନୁସାରେ, ଭାରତୀୟ ମାନଙ୍କର 50 ପ୍ରତିଶତ ନଗଦ ଦେଣନେଣ କମିଛି ।

ଚଳିତ ବର୍ଷ ଅକ୍ଟୋବରରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ତଥ୍ୟ ଦର୍ଶାଇଛି, FV20ରେ ଭାରତର ଡିଜିଟାଲ ପେମେଣ୍ଟ ପରିମାଣରେ 3,434.56 କୋଟି ବୃଦ୍ଧି ଘଟିଛି । 5 ବର୍ଷ ମଧ୍ୟରେ ଅର୍ଥାତ 2015-16ରୁ 2019-20 ପର୍ଯ୍ୟନ୍ତ ଡିଜିଟାଲ ପେମେଣ୍ଟରେ ବାର୍ଷିକ ଅଭିବୃଦ୍ଧି ହାର 55.01 ପ୍ରତିଶତ ଏବଂ କାରବାର ପରିମାଣ 15.2 ପ୍ରତିଶତ ହୋଇଛି । କେବଳ ଅକ୍ଟୋବରରେ 2020ରେ,UPI ଆଧାରିତ ଦେୟ 207 କୋଟି କାରବାର ସହିତ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.