ETV Bharat / business

ଇଜ୍ ଅଫ ଡୁଇଙ୍ଗ ବିଜନେସ ସୁଧାର ଲିଷ୍ଟରେ ସାମିଲ ଆଉ 4 ରାଜ୍ୟ - ବ୍ୟବସାୟ ସହଜ

ବ୍ୟବସାୟ ଅନୁକୂଳ ବାତାବରଣ ଦ୍ୱାରା ରାଜ୍ୟ ଅର୍ଥନୀତିର ଦ୍ରୁତ ବିକାଶ ଘଟିବ । 14 ରାଜ୍ୟ ବ୍ୟବସାୟ ଅନୁକୂଳ ବାତାବରଣ ସୁଧାର ପ୍ରକ୍ରିୟା ଶେଷ କରିଛନ୍ତି । ଅଧିକ ପଢନ୍ତୁ..

ଉଜ ଅଫ ଡୁଇଙ୍ଗ ବିଜନେସ ସୁଧାର ଲିଷ୍ଟରେ ସାମିଲ ଆଉ 4 ରାଜ୍ୟ

author img

By

Published : Feb 6, 2021, 9:59 PM IST

ନୂଆଦିଲ୍ଲୀ: ଆଉ 4 ରାଜ୍ୟ ପୂରଣ କଲେ ଅର୍ଥ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ ଇଜ ଅଫ ଡୁଇଙ୍ଗ ବିଜନେସ (ବ୍ୟବସାୟ ଅନୁକୂଳ) ସୁଧାର ପ୍ରକ୍ରିୟା । ଏଥିରେ ଆସାମ, ହରିୟାଣା, ହିମାଞ୍ଚଳ ପ୍ରଦେଶ, ପଞ୍ଜାବ ରହିଛି ।

ଏହାବାଦ ଏସବୁ ରାଜ୍ଯ ଅତିରିକ୍ତ ଆର୍ଥିକ ରିସୋର୍ସ ଏକତ୍ରର ହକଦାର ହୋଇଛନ୍ତି । ଆଉ ବଜାରରୁ ଋଣ ଉଠାଣ ମାଧ୍ୟମରେ ଅତିରିକ୍ତ 5,034 କୋଟି ଟଙ୍କା ଯୋଗାଡ ପାଇଁ ଅନୁମତି ପାଇଛନ୍ତି । ବ୍ୟବସାୟ ଅନୁକୂଳ ବାତାବରଣ ପାଇଁ ନିର୍ଦ୍ଧାରିତ ସଂସ୍କାରକୁ ପୂରା କରିଥିବା ରାଜ୍ଯ ଏବେ 12 ରେ ପହଞ୍ଚିଛି । ବ୍ୟବସାୟ ପାଇଁ ଆନୁକୂଲ୍ୟ ବାତାବରଣ ପ୍ରଦାନ କରିବାକୁ ଥିବା ଏହି 12 ରାଜ୍ୟକୁ 28,183 କୋଟି ଟଙ୍କା ଅତିରିକ୍ତ ଋଣ ଅନୁଦାନ ଦିଆଯାଇଛି ।

ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ , ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନା ମଧ୍ୟ ଏହି ସଂସ୍କାରକୁ ପୂରଣ କରିଥିବା ସୂଚନା ଦେଇଛନ୍ତି । ଏନେଇ ଶିଳ୍ପ ପ୍ରସାର ଓ ଆଭ୍ୟନ୍ତରୀଣ ବ୍ୟବସାୟ (ଡିପିଆଇଆଇଟି) ସୂଚନା ଦେଇଛନ୍ତି ।

ଗତ ବର୍ଷ ମେ ମାସରେ ସରକାର ଅତିରିକ୍ତ ଋଣ ନେବା ଅନୁମତିକୁ ସେସବୁ ରାଜ୍ୟ ସହ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁମାନେ ବ୍ୟାପର କରିବାରେ ସରଳ ଉପାୟ ଆପଣାଇଥିଲେ । କୋଭିଡ -19 ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ବାନକୁ ପୂରଣ କରିବା ପାଇଁ ଆବଶ୍ୟକ ଉତ୍ସକୁ ଦୃଷ୍ଟିରେ ରଖି ଭାରତ ସରକାର 2020 ମେ 17 ରେ ରାଜ୍ୟର ଅତିରିକ୍ତ ଋଣ ଉଠାଣ ସୀମାକୁ GSDPର 2 ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବିଶେଷ ବିତରଣର ଅଧା ନାଗରିକ-କେନ୍ଦ୍ରିକ ସଂସ୍କାର କରୁଥିବା ରାଜ୍ୟଗୁଡିକ ସହିତ ଜଡିତ ଥିଲା ।

ବ୍ୟବସାୟ କରିବାର ଅନୁକୂଳ ବାତାବରଣ ଦେଶରେ ନିବେଶର ଅନୁକୂଳ ‘ଜଳବାୟୁ’ର ଏକ ପ୍ରମୁଖ ସଙ୍କେତ । ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ବ୍ୟବସାୟ ଅନୁକୂଳ ବାତାବରଣ ଦ୍ୱାରା ରାଜ୍ୟ ଅର୍ଥନୀତିର ଦ୍ରୁତ ବିକାଶ ଘଟିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.