ETV Bharat / business

RBIର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ହେଲେ AIIB ଉପାଧ୍ୟକ୍ଷ

author img

By

Published : Jan 10, 2022, 12:22 PM IST

ଭାରତୀୟ ରିଜର୍ଭ ବ୍ୟାଙ୍କର (RBI) ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ବ । ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ( Asian Infrastructure Investment Bank)ର ଉପସଭାପତି ଭାବେ ଉର୍ଜିତଙ୍କୁ ନିଯୁକ୍ତି ମିଳିଛି । ଅଧିକ ପଢନ୍ତୁ

ଉର୍ଜିତ ପଟେଲ AIIB ଉପାଧ୍ୟକ୍ଷ
ଉର୍ଜିତ ପଟେଲ AIIB ଉପାଧ୍ୟକ୍ଷ

ବେଜିଂ: ଭାରତୀୟ ରିଜର୍ଭ ବ୍ୟାଙ୍କର (RBI) ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ବ । ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (Asian Infrastructure Investment Bank)ର ଉପସଭାପତି ଭାବେ ଉର୍ଜିତଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ମାସରୁ ୩ ବର୍ଷ ଯାଏଁ ଏହି ଗୁରୁଦାୟିତ୍ବ ତୁଲାଇବେ ଉର୍ଜିତ ପଟେଲ । ଏନେଇ ଫଣ୍ଡିଂ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

ଚୀନ ପରେ ଭାରତ ହେଉଛି ଏଆଇଆଇବିର ଦ୍ବିତୀୟ ସର୍ବାଧିକ ସେୟାରଧାରୀ ତଥା ପାଣ୍ଠି ଯୋଗାଣକାରୀ ସଦସ୍ୟ । ଚୀନର ପୂର୍ବତନ ଅର୍ଥ ଉପମନ୍ତ୍ରୀ ଜିନ କିକୁନ ଏହାର ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ଅଛନ୍ତି । ପୂର୍ବତନ ଭାଇସ ପ୍ରେସିଡେଣ୍ଟ ଡି.ଜେ ପାଣ୍ଡିଆନଙ୍କ ସ୍ଥାନରେ ଉର୍ଜିତଙ୍କୁ ଏହି ନିଯୁକ୍ତି ମିଳିଛି । ୨୦୧୬ରେ ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଉର୍ଜିତ ପଟେଲ ୨୪ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଇଥିଲେ ।

୨୦୧୮ରେ ଉର୍ଜିତ ବ୍ୟକ୍ତିଗତ କାରଣ ଦର୍ଶାଇ ଗଭର୍ଣ୍ଣର ପଦ ଛାଡିଥିଲେ । ଏହାପୂର୍ବରୁ ଉର୍ଜିତ ଆଇଏମଏଫ (International Monetary Fund), ରିଲାଏନ୍ସ ଗ୍ରୁପରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତର ୨୮ଟି ପ୍ରକଳ୍ପ ପାଇଁ ୬.୭ ବିଲିୟନ ଡଲାର ପାଣ୍ଠି ହାସଲ କରିବା ସହ ଏଆଇଆଇବିର ସବୁଠୁ ବଡ ହିତାଧିକାରୀ ଭାବେ ଉଭା ହୋଇଛି । ଏହି ସମୟରେ ଉର୍ଜିତଙ୍କ ନିଯୁକ୍ତି ବିଶେଷ ଗୁରୁତ୍ବ ବହନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.