ETV Bharat / business

‘ବଜେଟରେ ଖାଦ୍ୟ ସୁରକ୍ଷାକୁ ଅଣଦେଖା’

ଗରିବ, ଦଳିତ ଓ ସଂଖ୍ୟାଲଘୁ ଲୋକଙ୍କ ଅଧିକାରକୁ ଅଣଦେଖା । ମନରେଗା, ଶସ୍ତା ରାସନ, ସାମାଜିକ ସୁରକ୍ଷା ଏବଂ ମାତୃତ୍ବ ଲାଭ ଭଳି ଜରୁରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଲୋକ । ଖାଦ୍ୟ ସୁରକ୍ଷାକୁ ନେଇ ସରକାର ବଜେଟରେ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି ବୋଲି ମତ ପ୍ରକାଶ ପାଇଛି ।

Food Security Measures in Union Budget 2020: A Lesson Not Learnt
‘ବଜେଟରେ ଖାଦ୍ୟ ସୁରକ୍ଷାକୁ ଅଣଦେଖା’
author img

By

Published : Feb 3, 2020, 8:29 PM IST

Updated : Feb 4, 2020, 2:37 PM IST

ନୂଆଦିଲ୍ଲୀ: ଗରିବ, ଦଳିତ ଓ ସଂଖ୍ୟାଲଘୁ ଲୋକଙ୍କ ଅଧିକାରକୁ ଅଣଦେଖା । ମନରେଗା, ଶସ୍ତା ରାସନ, ସାମାଜିକ ସୁରକ୍ଷା ଏବଂ ମାତୃତ୍ବ ଲାଭ ଭଳି ଜରୁରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଲୋକେ । ଖାଦ୍ୟ ସୁରକ୍ଷାକୁ ନେଇ ସରକାର ବଜେଟରେ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି । ଉତ୍ପାଦନ ହ୍ରାସ, ବେକାରୀ ବୃଦ୍ଧି ଆଦି ବିଭିନ୍ନ କାରଣରୁ ଦେଶ ବର୍ତ୍ତମାନ ସମୟରେ ମାନ୍ଦାବସ୍ଥା ଦେଇ ଗତି କରୁଛି । ହେଲେ ସରକାର ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଆଭିଯୋଗ ହୋଇଛି ।

ସାର୍ବଜନୀନ ବିତରଣ ପ୍ରଣାଳୀ ଏବଂ ଖାଦ୍ୟ ସବସିଡ୍

ଏହି ବଜେଟରେ ଖାଦ୍ୟ ସବସିଡ ଉପରେ ଭାରି ହ୍ରାସ କରାଯାଇଛି । 2020-21 ଖାଦ୍ୟ ସବସିଡ୍ ପାଇଁ 1.15 ଲକ୍ଷ କୋଟି ଟଙ୍କା ଦିଆୟାଇଛି । ଯାହା 2019-20 ରେ 1.08 ଲକ୍ଷ କୋଟି ଥିଲା । ତେବେ ଏହି ରାଶି ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଆସୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଦେବେ ପାଇଁ ପର୍ଯ୍ୟାପ୍ତ ନୁହେଁ । ବର୍ଷାନୁକ୍ରମିକ ଏହି ଆବଣ୍ଟନ କମ ହେଉଥିବାରୁ ଏଫ.ସି.ଆଇ ଋଣ ଭାରରରେ ବୁଡିବାରେ ଲାଗିଲାଣି । ଏଥୁଯୋଗୁଁ ସୁଧ ବୋଝ ମଧ୍ୟ ବଢୁଛି । ଆଉ ଏହି କାରଣ ଦର୍ଶାଇ ସରକାର ପିଡିଏସ ସୁବିଧାକୁ କମ ବା ବନ୍ଦ କରି ଦେଇପାରନ୍ତି ବୋଲି ଚିନ୍ତା ଉପୁଜୁଛି । ଏ ବର୍ଷର ଆର୍ଥିକ ସର୍ଭେରେ ମଧ୍ୟ ଏ ନେଇ ଲେଖାଯାଇଛି କି, ଶସ୍ତା ରାସନ କେବଳ 20 ପ୍ରତିଶତ ଲୋକଙ୍କୁ ଦିଆଦିବା ଦରକାର । ଆଉ ଅବଶିଷ୍ଟ ଲୋକ ସରକାରଙ୍କ ନିର୍ଦ୍ଧାରିତ ଦାମରେ ରାସନ କିଣିବା ଆବଶ୍ୟକ । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ 67 ପ୍ରତିଶତ ଲୋକ ବହୁତ କଷ୍ଟରେ ଶସ୍ତା ରାସନ ପାଉଛନ୍ତି । ଏଥି ଯୋଗୁଁ ସରକାର ମଧ୍ୟ ଲୁଚିଛପି ଲୋକଙ୍କ ଠାରୁ ଏହି ଅଧିକାର ଛଡେଇ ନେଇପାରନ୍ତି । ତେବେ ରୋଜିରୋଟି ଅଧିକାର ଅଭିଯାନ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଆଡକୁ ଆଣିବା ନେଇ କହୁଛି । ଯେଉଁଥିରେ ରାସନ ମାତ୍ରା ବୃଦ୍ଧି ଏବଂ ଡାଲି ଦେବାକୁ ମଧ୍ୟ ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଯେଉଁଠ ଦରଦାମ ଆକାଶଛୁଆଁ ହେଲାଣି ଓ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଲାଣି, ଏପରି ସ୍ଥିତିରେ ସରକାର ରାସନ (ପିଡିଏସ) ବ୍ୟବସ୍ଥାକୁ ମଜବୁତ କରିବା ଜରୁରୀ ହୋଇପଡିଛି ।

ପିଲାଙ୍କୁ ମଧ୍ୟାହ୍ନ ଭୋଜନ

2020-21 ବର୍ଷର କେନ୍ଦ୍ର ବଜେଟରେ ମଧ୍ୟାହ୍ନ ଭୋଜନ ପାଇଁ 11000 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯାହାକି ଗତ ବର୍ଷ ସହ ସମାନ ରହିଛି । ପିଲାଙ୍କ ଖାଦ୍ୟ ସୁରକ୍ଷା ଦାୟିତ୍ବ ତୁଲାଇବାକୁ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ ହୋଇଥିଲା । ହେଲେ ଗତ କେଇ ବର୍ଷ ଧରି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ବଜେଟରେ ସମାନ୍ୟ ବୃଦ୍ଧି ହେଇଚାଲିଥିଲା । ହେଲେ ଏହି ଯୋଜନାକୁ ସଫଳ କରିବା ପାଇଁ ଏତିକି ଯଥେଷ୍ଟ ନୁହେଁ ।

ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବା ନେଇ ଜାତି ଓ ଧର୍ମର ମତଭେଦ ଅଣାଯାଉଛି । ଏଥିପାୀଇଁ ବହୁତ ସମସ୍ୟା ମଧ୍ୟ ଉପୁଜୁଛି । ଛୁଆଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ସାମିଲ କରାଯାଇଛି । ହେଲେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବହୁତ ଘରୋଇ ସ୍ଥଂସ୍ଥା ଶାକାହାରୀ ଖାଦ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦ୍ରୀୟ ରୋଷେଇ ପ୍ରଣାଳୀ (ସେଣ୍ଟ୍ରଲାଇଜଡ କିଚେନ) ବ୍ୟବସ୍ଥା ମଧ୍ୟରରେ ଗ୍ରାମୀଣ କ୍ଷେତ୍ର ,ଯେଉଁଠି କମ ବିଦ୍ୟାଳୟ ରହିଛି ଓ ଟ୍ରାନ୍ସପୋର୍ଟ ଆଦି ଖର୍ଚ୍ଚକୁ ଯୋଡାଯାଇଥାଏ । ବହୁତ ସ୍ଥାନରେ ମଧ୍ୟହ୍ନ ଭୋଜନ ଖରାପ ନେଇ ଖବର ପ୍ରକାଶ ପାଉଛି । ଯାହାକି ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି ।

ଏକିକୃତ ଶିଶୁ ବିକାଶ ସେବା (ଆଇ.ସି.ଡି.ଏସ) ଓ ଅଙ୍ଗନବାଡି ବିଷୟରେ..

2020-21 ବର୍ଷର ଅଙ୍ଗନବାଡି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ବଜେଟରେ 28557 କୋଟି ଟଙ୍କା ରହିଛି । ଯାହାକି ଗତ ବର୍ଷ ତୁଳନାରେ 3.5 ପ୍ରତିଶତ ଅଧିକ । ମଧ୍ୟହ୍ନ ଭୋଜନ ଯୋଜନା ଅଧିନରେ ଅଙ୍ଗନବାଡି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଛୁଆଙ୍କୁ ସୁସ୍ଥ ଖାଦ୍ୟ ଯୋଗାଇବା । ଏଥିପାଇଁ ଏହି କାର୍ଯ୍ୟକ୍ରମରେ ମହିଳାଙ୍କୁ ସାମିଲ କରାଯାଇଛି । ପରାମର୍ଶ ଓ ସ୍ବାସ୍ଥ୍ୟ ସେବା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଦୁ । ଏନଏଫଏସଏସ 4 ସର୍ଭେ ମୁତାବକ , 5 ବର୍ଷରୁ କମ ବୟସର 35.7 ପ୍ରତିଶତ ଛୁଆଙ୍କ ଓଜନ ସାମାନ୍ୟରୁ କମ ରହିଛି । 38.4 ପ୍ରତିଶତ ଛୁଆଙ୍କ ଉଚ୍ଚତା ବହୁତ କମ ଅଛି । ଏଥିସହ 21 ପ୍ରତିଶତ ଛୁଆ ଦୁର୍ବଳ ଅଛନ୍ତି । ପରିବ୍ୟାପ୍ତ ଜାତୀୟ ପୋଷଣ ସର୍ଭେ (CNNS)ରୁ ଏହି ସୂଚନା ମିଳିଛି । ସର୍ଭେ ମୁତାବକ ଏହି ସମସ୍ୟା କୁପୋଷଣ ଯୋଗୁଁ ଏ ଏଥିରେ 1992 ରୁ2016 ମଧ୍ୟରେ ବହୁତ ଅନ୍ତର ରହିଛି ।

କୁପୋଷଣ ସମସ୍ୟାର ସମାଧାନ ପାଇଁ ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ଓ ସହାୟିକା ସବୁଠୁ ଆଗରେ ରହିଛନ୍ତି । କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ ହିଁ ଏବେ ଠିକ ରହୁନାହିଁ । ସେମାନଙ୍କ ଚାକିରୀରେ କୌଣସି ସ୍ଥାୟିତ୍ବ ନାହିଁ କି ସେମାନଙ୍କୁ ଠିକ ସମୟରେ କାମ ଅନୁଯାୟୀ ଦରମା ମଧ୍ୟ ମୁଳୁନାହିଁ । ଆଉ ଏପ୍ରତି ଆଜି ଯାଏଁ ସରକାର ଧ୍ୟାନ ଦେଉନାହାନ୍ତି ।

ଏବେ ବି ବହୁତ ଅଙ୍ଗନବାଡି କେନ୍ଦ୍ର ଭଡା ଓ ଭଙ୍ଗା ଘରେ ଚାଲିଛି । ବହୁତ ସ୍ଥାନରେ ଖୋଲା ଆକାଶ ତଳେ ବିପଦସଙ୍କୁଳ ଅବସ୍ଥାରେ କୁନି କୁନି ପିଲା ପାଠ ପଢୁଥିବା ଦେଖାଦେଇଛି । ସେହିପରି ସହାୟକ ପୋଷଣ କାର୍ଯ୍ୟକ୍ରମ(Supplementary Nutrition Programme)ରେ ଅଣ୍ଡା, କ୍ଷୀର ଓ ଫଳ ଦେବା ପାଇଁ ବଜେଟ ଆବଣ୍ଟନକୁ ବଢାଇବା ଆବଶ୍ୟକ ରହିଥିଲା ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

ପ୍ରଧାନମନ୍ତ୍ରୀଙ୍କ ମହତ୍ବକାଂକ୍ଷୀ ଯୋଜନା ମାତୃ ବନ୍ଦନା ଯୋଜନା ପାଇଁ ଗତ ବର୍ଷ ଭଳି ଏଥର ବି 2500 କୋଟି ଟଙ୍କା ବଜେଟରେ ଦିଆଯାଇଛି । ଏହି ଯୋଜନାରେ ଗତ ବର୍ଷ 200 କୋଟି ଟଙ୍କା ଖର୍ଚ୍ଚ ହୋଇପାରିନଥିଲା । 2017ରେ ଏହା ଲାଗୁ ପରେ ଏଥିପାଇଁ 2700 କୋଟି ଆବଣ୍ଟନ ହୋଇଥିଲା । ଏହି ଯୋଜନା ଜରିଆରେ ମାତୃତ୍ବ ଅବକାସକୁ ୨୬ ସପ୍ତାହକୁ ବଢାଇଦିଆଯାଇଥିଲା । ହେଲେ ଏହାର ଲାଭ କେବଳ ଦେଶର ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ହିଁ ମିଳୁଛି ।

2018ରେ ଏହି ବିଷୟରେ 60 ବିଶେଷଜ୍ଞ ମିଶି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ଦାବି କରିଥିଲେ କି, ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ସମସ୍ତ ମହିଳାଙ୍କୁ ମାତୃତ୍ବ ଲାଭ ସୁଯୋଗ ଦେବା ପାଇଁ 8000 କୋଟିର ଆବଶ୍ୟକତା ରହିଛି । ଏହି ଅନୁମାନ 2ଟି ଆଧାରରେ କରାଯାଇଛି । ପ୍ରଥମ crude birth rate ଯାହା ପ୍ରତି 1000 ରେ 19 ରହିଛି ଓ ଦ୍ବିତୀୟ ଯୋଜନା କେନ୍ଦ୍ର ଓ ରାଜ୍ୟ 60:40ରେ ଭାଗୀଦାର । ଆରଟିଆର ତଥ୍ୟ ମୁତାବକ 2018 ଏପ୍ରିଲରୁ 2019 ଜୁଲାଇ ମଧ୍ୟରେ ମାତ୍ର 31 ପ୍ରତିଶତ ପ୍ରଥମ ଥର ଗର୍ଭବତୀ ହୋଇଥିବା ମହିଳାଙ୍କୁ ଏହି ଲାଭ ମିଳିଛି । ଯେତେବେଳେ କି ଏହି ଯୋଜନାର ଦିଶା ନିର୍ଦ୍ଦେଶକୁ 49 ପ୍ରତିଶତ ମହିଳା ପାଳନ କରିଥିଲେ ।

Intro:Body:

BLANK FOR LINK

Conclusion:
Last Updated : Feb 4, 2020, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.