ETV Bharat / business

ବ୍ୟାଙ୍କ ମହାମିଶ୍ରଣ: ଗୁରୁବାର ବସିବ ସମୀକ୍ଷା ବୈଠକ - ବ୍ୟାଙ୍କ ମିଶ୍ରଣ ପ୍ରସ୍ତୁତି ସମୀକ୍ଷା କରିବେ ଅର୍ଥମନ୍ତ୍ରୀ

ଗୁରୁବାର ବ୍ୟାଙ୍କ ମିଶ୍ରଣ ପ୍ରସ୍ତୁତି ସମୀକ୍ଷା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିପାଇଁ ମିଶ୍ରିତ ହେବାକୁ ଥିବା ବ୍ୟାଙ୍କ ପ୍ରମୁଖଙ୍କ ସହ ଆଗାମୀ ପ୍ଲାନ ନେଇ ଅର୍ଥମନ୍ତ୍ରୀ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

FM to meet heads of merging banks on Thursday
ବ୍ୟାଙ୍କ ମହାମିଶ୍ରଣ: ଗୁରୁବାର ବସିବ ସମୀକ୍ଷା ବୈଠକ
author img

By

Published : Mar 11, 2020, 4:56 PM IST

ନୂଆଦିଲ୍ଲୀ: ଗୁରୁବାର ମିଶ୍ରଣ ହେଉଥିବା ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରମୁଖଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏପ୍ରିଲ ପହିଲାରୁ ବ୍ୟାଙ୍କ ମିଶ୍ରଣର ପ୍ରସ୍ତୁତି ନେଇ ଏଥିରେ ସମୀକ୍ଷା କରାଯିବ ।

ଦେଶରେ 10 ବଡ ସରକାରୀ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ଏପ୍ରିଲ ପହିଲାକୁ କାମ ଆରମ୍ଭ ହେବ । ଏ ନେଇ ପ୍ରସ୍ତୁତ ଯୋଜନା ଓ ପଦକ୍ଷେପ ସମ୍ବନ୍ଧରେ ଅର୍ଥମନ୍ତ୍ରୀ ବ୍ୟାଙ୍କ ପ୍ରମୁଖଙ୍କ ସହ ଆଲୋଚନା କରିବେ ।

ବ୍ୟାଙ୍କ ମିଶ୍ରଣ ପରେ ବ୍ୟାଙ୍କିଙ୍ଗ ସେବା ଓ ଉତ୍ପାଦକୁ କିପରି ଗ୍ରାହକଙ୍କ ନିକଟରେ ଉପଲବ୍ଧ କରାଯିବ ସେନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ଏଥିସହ ଆଗାମୀ ଦିନ ପାଇଁ ସେମାନଙ୍କ ଆର୍ଥିକ ଏବଂ ବ୍ୟବସାୟ ଯୋଜନା ବିଷୟରେ ମଧ୍ୟ ଚର୍ଚ୍ଚା ହେବ |

ପ୍ରକାଶ ଯେ, 2019 ଅଗଷ୍ଟ 30ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10 ବ୍ୟାଙ୍କ ମିଶ୍ରଣ କରି 4 ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଥିଲେ । ଏହି ମିଶ୍ରଣ ପରେ ଦେଶରେ ମୋଟ 12ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିବ । ଯାହାକି 2017ରେ 27 ରହିଥିଲା । ବ୍ୟାଙ୍କ ବ୍ୟବସ୍ଥାକୁ ସୁଦୃଢ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତଥ୍ୟ ଅନୁଯାୟୀ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଯୋଡି ହେବ । ଫଳରେ ଏହା ଦେଶର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ହେବ । ମିଶ୍ରଣ ପରେ ଏହାର ଆକାର 17.94 ଲକ୍ଷ କୋଟି ଟଙ୍କା ହେବ । ସେହିଭଳି ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହ ଓ ୟୁନିଅନ ବ୍ୟାଙ୍କକୁ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସହ ବିଲୟ କରାଯିବ । ଏହି ମିଶ୍ରଣ ପରେ ଯଥାକ୍ରମେ 15.2 ଲକ୍ଷ କୋଟି ଓ 14.59 ଲକ୍ଷ କୋଟି ଟଙ୍କାର ଆକାର ସହ କ୍ରମଶଃ ଚତୁର୍ଥ ଓ ପଞ୍ଚମ ବୃହତ୍ତ ବ୍ୟାଙ୍କ ଭାବେ ପରିଣତ ହେବ । ଏପରି ଭାବେ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହ ମିଶ୍ରଣ ପରେ ଏହାର ଆକାର 8,7,859 ଲକ୍ଷ କୋଟି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.