ନୂଆଦିଲ୍ଲୀ: ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୈଠକ । ଏହି ବୈଠକରେ ଆଗାମୀ ଭିତ୍ତିଭୂମି ରୋଡମ୍ୟାପ ଉପରେ ଆଲୋଚନା କରାଯାଇଛି ।
ମନ୍ତ୍ରାଳୟ ଏବଂ ସେମାନଙ୍କ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡିକକୁ ( CPSEs ) ପୁଞ୍ଜି ଖର୍ଚ୍ଚ ଆବଣ୍ଟନ ସହ ଏମଏସଏମଇର ଦେୟ ଶୀଘ୍ର କ୍ଲିୟରାନ୍ସ କରିବାକୁ କୁହାଯାଇଛି । ଏଥିସହ ସମ୍ପତ୍ତି ମୁଦ୍ରାକରଣ ପାଇଁ ପ୍ରୋତ୍ସାହନ ପାଇଁ କୁହାଯାଇଛି । ଏ ନେଇ ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।
ଭିତ୍ତିଭୂମି ସଂରଞ୍ଚନାର ରୋଡମ୍ୟାପର ଷଷ୍ଠ ବୈଠକରେ ଅର୍ଥମନ୍ତ୍ରୀ କ୍ୟାପିଟାଲ ଏକ୍ସପେଣ୍ଡିଟର ଉପରେ ଗୁରୁତ୍ବ ଦେଇଛନ୍ତି । ଯାହା ଦ୍ବାରା କୋଭିଡ ପରବର୍ତ୍ତୀ ଅର୍ଥନୀତି ପୁନରୁଦ୍ଧାରରେ ସାହାଯ୍ୟ ମିଳିବ ।