ETV Bharat / business

MSMEକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଋଣ - COVID Relief Package

ଲକଡାଉନ ମଧ୍ୟରେ ସଙ୍କଟରେ ଜୁଝୁଥିବା ଏମଏସଏମଇ ସେକ୍ଟର ପାଇଁ 6ଟି ପଦକ୍ଷେପ ଘୋଷଣା। ଏମଏସଏମଇ ସେକ୍ଟରକୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟିର ଋଣ ଦିଆଯିବ ।

fm announces
ଏମଏସଏମଇକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଋଣ
author img

By

Published : May 13, 2020, 6:06 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ସଙ୍କଟରେ ଜୁଝୁଥିବା ଏମଏସଏମଇ ସେକ୍ଟର ପାଇଁ 6ଟି ପଦକ୍ଷେପ ଘୋଷଣା। ଏମଏସଏମଇ ସେକ୍ଟରକୁ ୩ ଲକ୍ଷ କୋଟିର ଋଣ ଦିଆଯିବ । ଏହାର ସମୟସୀମା 4 ବର୍ଷର ରହିବ । ଏହି ଋଣ ପାଇଁ ଉଦ୍ୟୋଗୀଙ୍କୁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାକୁ ପଡିବନି । ବାର୍ଷିକ 100 କୋଟି ପର୍ଯ୍ୟନ୍ତ ନେଣଦେଣ କରୁଥିବା ଏମଏସଏମଇ ଏହା ଦ୍ବାରା ଉପକୃତ ହେବେ ।

ଏଥିସହ ବର୍ଷେ ପର୍ଯ୍ୟନ୍ତ ଏହାର କିସ୍ତିକୁ ମୁକ୍ତି ମିଳିବ । ଏହା ଦ୍ବାରା 45 ଲକ୍ଷ ଏମଏସଏମଇକୁ ଫାଇଦା ମିଳିବ । ସେହିପରି ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଟଙ୍କା। ଏଥିସହ ସଙ୍କଟରେ ଜୁଝୁଥିବା ଏମଏସଏମଇ ପାଇଁ ୧୦ ହଜାର କୋଟିର 'ଫଣ୍ଡସ୍ ଅଫ୍ ଫଣ୍ଡ' ।

୨୦୦ କୋଟି ପର୍ଯ୍ୟନ୍ତ ଟେଣ୍ଡର ଗ୍ଲୋବାଲ ହେବନାହିଁ। ଏମଏସଏମଇକୁ ଇ-ମାର୍କେଟ ସହ ଯୋଡାଯିବ। ଟ୍ରେଡ ଫେୟାରରେ ସେମାନଙ୍କ ଭାଗୀଦାରୀ ସୁନିଶ୍ଚିତ କରାଯିବ । ସରକାରୀ କମ୍ପାନୀଙ୍କ ପାଖରେ ସେମାନଙ୍କ ବକେୟା ଥିଲେ , ୪୫ ଦିନ ଭିତରେ ସବୁ ଅର୍ଥ ଅର୍ଥାତ ସମସ୍ତ ରିଫଣ୍ଡ ଦେବାକୁ ପ୍ରୟାସ କରାଯିବ ।

ଏମଏସଏମଇ ଉଦ୍ୟୋଗ ପରିଭାଷାରେ ପରିବର୍ତ୍ତନ

ନିବେଶ ସହ କାରବାର ସୀମା ବଢିଲା

ମାଇକ୍ରୋ - 1 କୋଟି ପର୍ଯ୍ୟନ୍ତ ନିବେଶ ଓ 5 କୋଟି ଟର୍ନଓଭର (ମ୍ୟାନୁଫେକ୍ଚରିଙ୍ଗ ଓ ସର୍ବିସ ଉଭୟ)

ସ୍ମଲ - 10 କୋଟି ନିବେଶ ଓ 50 କୋଟି ଟନଓଭର

ମଧ୍ୟମ - 20 କୋଟି ନିବେଶ ଓ 100 କୋଟି ଟନଓଭର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.