ବେଙ୍ଗାଲୁରୁ: ଇକମର୍ସ କମ୍ପାନୀ ଏହାର ଯୋଗାଣ ବ୍ୟବସ୍ଥାରେ 25,000ରୁ ଅଧିକ ଇଲେକ୍ଟ୍ରିକ ଗାଡି ନିୟୋଜିତ କରିବ । ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପକାର୍ଟ ବୁଧବାର ଏ ନେଇ କହିଛି । 2030 ସୁଦ୍ଧା ସମ୍ପୁର୍ଣ୍ଣ ଭାବେ ଇଲେକ୍ଟ୍ରିକ ଯାନକୁ ଆପଣାଇବା କମ୍ପାନୀର ଲକ୍ଷ୍ୟ ରହିଛି ।
କମ୍ପାନୀ ‘ ଲଜିଷ୍ଟିକ ଭାଗୀଦାର’ ଜରିଆରେ ଇଲେକ୍ଟ୍ରିକ ଯାନ କ୍ରୟକୁ ନେଇ ହିରୋ ଇଲେକ୍ଟ୍ରିକ, ମହିନ୍ଦ୍ରା ଇଲେକ୍ଟ୍ରିକ ଓ ପିଆଜିଓ (Piaggio)ସହ ସହଭାଗୀତା କରିଛି । ବିଦ୍ୟୁତ ଚାଳିକ ଯାନର ବ୍ୟବହାର ଯୋଗାଣ ବ୍ୟବସ୍ଥାରେ କରାଯିବ ।
ଫ୍ଲିପକାର୍ଟ ଏକ ବିବୃତ୍ତିରେ କହିଛି କି, ଏହି ପଦକ୍ଷେପ କମ୍ପାନୀର ସମସ୍ତ ସହରରେ ‘ଲଜିଷ୍ଟିକ’ ଜାହାଜକୁ ଏକ ବ ବୈଦ୍ୟୁତିକ ଯାନ ସହିତ ବଦଳାଇବା ପାଇଁ ପ୍ରତିବଦ୍ଧତାକୁ ଅନୁକରଣ କରେ । କମ୍ପାନୀ ଡେଲିଭରି କେନ୍ଦ୍ର ଓ କାର୍ଯ୍ୟାଳୟ ପାଖରେ ଚାର୍ଜିଂ ଷ୍ଟେସନ ଲଗାଇବାକୁ ମଧ୍ୟ ସହଯୋଗ କରିବ । ଯେପରି ଏଭଳି ପ୍ରକାର ଯାନକୁ ତୀବ୍ର ବେଗରେ ଆପଣାଯାଇପାରିବ ।
ପ୍ରକାଶ ଯେ, ଫ୍ଲିପକାର୍ଟ ଗତ ବର୍ଷ ଅଗଷ୍ଟରେ କହିଥିଲା କି , ଏହା 2030 ସୁଦ୍ଧା ସମ୍ପୁର୍ଣ୍ଣ ଭାବେ ଇଲେକ୍ଟ୍ରିକ ଯାନର ବ୍ୟବହାର କରିବ । ଏଥିସହ ହୁଁ ‘ କ୍ଲାଇମେଣ୍ଟ ଗ୍ରୁପ’ର ବୈଶ୍ବିକ ଇଲେକ୍ଟ୍ରିକ ଯାନର ପଦକ୍ଷେପ , ଇଭି 100 ସହ ଯୋଡିହେବାକୁ ଘୋଷଣା କରିଥିଲା ।