ETV Bharat / business

ଲକଡାଉନରେ ବାଧାମୁକ୍ତ ମତ୍ସ୍ୟଜୀବୀ, ଜାରି ରଖିବେ କାମ

author img

By

Published : Apr 11, 2020, 6:40 PM IST

ମତ୍ସ୍ୟଜୀବୀଙ୍କୁ ଆଶ୍ବସ୍ତି । ଜାରି ରହିବ ମାଛ ଧରିବା ଓ ମାର୍କେଟିଂ କାମ । ଏହା ଉପରେ ଲକଡାଉନ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶୁକ୍ରବାର ଏ ନେଇ ଘୋଷଣା କରାଯଇଛି । ଅଧିକ ପଢନ୍ତୁ...

fishing marine aquaculture activities exempted from lockdown
ଲକଡାଉନରେ ବାଧାମୁକ୍ତ ମତ୍ସ୍ୟଜୀବି, ଜାରି ରଖିବେ କାମ

ନୂଆଦିଲ୍ଲୀ. ମତ୍ସଜୀବୀଙ୍କ ଉପରେ ପଡିବନି ଲକଡାଉନର ପ୍ରଭାବ । କୃଷି ପରେ ବାଧାମୁକ୍ତ ହେଲା ମତ୍ସ୍ୟପାଳନ ଓ ମାର୍କେଟିଂ । ଏବେ ବିନା କୌଣସି ପ୍ରତିବନ୍ଧକରେ ମତ୍ସଜୀବୀ ସେମାନଙ୍କ କାମ ଜାରି ରଖିପାରିବେ ବୋଲି ଶୁକ୍ରବାର କେନ୍ଦ୍ର ସରକାର ସୂଚନା ଦେଇଛନି ।

ଗୃହ ମନ୍ତ୍ରାଣଳୟ ଦ୍ବାରା ମାର୍ଚ୍ଚ 24ରେ ଜାରି ଦିଶା ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଯୋଡାଯାଇଥିବା ପଞ୍ଚମ ପୃଷ୍ଠାରେ ମତ୍ସ୍ୟ ପାଳନ, ମାଛ ଧରିବା ଓ ତାର ବିକ୍ରି ସମତେ ମତ୍ସ୍ୟ ଉଦ୍ୟୋଗର ତମାମ ଗତିବିଧିକୁ କଟକଣା ହଟାଯାଇଛି । ଏଥିରେ କୋଲ୍ଡ ଚେନ, ହେଟରୀ, ଫିଡ ପ୍ଲାଣ୍ଟ ଆଦି ସାମିଲ ରହିଛି ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ମିଳୁନି । ହେଲେ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଖାଦ୍ୟ ସାମଗ୍ରୀ ଯୋଗାଣ ଜାରି ରଖିବାକୁ ମଞ୍ଜୁରୀ ମିଳିଛି । ଏହା ଅନୁଯାୟୀ କୃଷି ଓ ଏହା ସମ୍ଭନ୍ଧୀୟ ଗତିବିଧିକୁ ଲକଡାଉନରୁ ମୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.