ETV Bharat / business

ଜାନୁଆରୀ ଶେଷ ସୁଦ୍ଧା ଆର୍ଥିକ ଘାଟା 9,85,472 କୋଟି - 2019-20ରେ ଆର୍ଥିକ ଘାଟା

ବଢୁଛି ଖର୍ଚ୍ଚ । ହ୍ରାସ ପାଉଛି ରାଜସ୍ବ । ଫଳରେ ବୃଦ୍ଧି ହେଉଛି ଆର୍ଥିକ ଘାଟାର ପରିମାଣ । ଚଳିତ ଆର୍ଥିକ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ଦେଶର ଆର୍ଥିକ ନିଅଣ୍ଟ 9,85,472 କୋଟିକୁ ଛୁଇଁଛି । ଯାହା ବଜେଟ ଲକ୍ଷ୍ୟର 128.5 ପ୍ରତିଶତରେ ପହଞ୍ଚିଛି। ଅଧିକ ପଢନ୍ତୁ...

Fiscal deficit touches 128.5% of budget estimate at Jan-end
ଜାନୁଆରୀ ଶେଷ ସୁଦ୍ଧା ଆର୍ଥିକ ଘାଟା 9,85,472 କୋଟି
author img

By

Published : Feb 29, 2020, 12:56 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷର ଜାନୁଆରୀ ଶେଷ ସୁଦ୍ଧା ଦେଶର ଆର୍ଥିକ ନିଅଣ୍ଟ 9,85,472 କୋଟିକୁ ଛୁଇଁଛି । ଯାହାକି ବଜେଟ ଲକ୍ଷ୍ୟର 128.5 ପ୍ରତିଶତରେ ପହଞ୍ଚିଛି । କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟ୍ସ(ସିଜିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ଗତବର୍ଷ ଏହି ଅବଧିରେ(ଜାନୁଆରୀ ଶେଷ) ଆର୍ଥିକ ଘାଟା, ବଜେଟର ଅନୁମାନର 121.5 ପ୍ରତିଶତ ରହିଥିଲା । ସରକାରଙ୍କ ଖର୍ଚ୍ଚ ଓ ଆୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଆର୍ଥିକ ଘାଟା କୁହାଯାଏ । ଏବେ ଏହା ବାସ୍ତବରେ 9,85,472 କୋଟି ଟଙ୍କା ରହିଛି ।

2020 ମାର୍ଚ୍ଚ 31 ସୁଦ୍ଧା ଆର୍ଥିକ ଘାଟା 7,66,846 କୋଟି ଟଙ୍କା ରହିବା ନେଇ ସରକାର ବଜେଟରେ ଅନୁମାନ କରିଥିଲେ । ଫେବୃଆରୀ ପହିଲାରେ ସଂସଦରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ଆର୍ଥିକ ଘାଟା ଅନୁମାନ 3.8 ପ୍ରତିଶତକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଲକ୍ଷ୍ୟ 3.3 ପ୍ରତିଶତ ରହିଥିଲା । ତେବେ ରାଜସ୍ବ ସଂଗ୍ରହ ହ୍ରାସ ଯୋଗୁଁ ଆର୍ଥିକ ଘାଟା କ୍ରମାଗତ ବୃଦ୍ଧି ପାଉଥିବା ଜଣାପଡୁଛି ।

ସିଜିଏର ରିପୋର୍ଟ ମୁତାବକ, ଏପ୍ରିଲ-ଜାନୁଆରୀରେ ରାଜସ୍ବ ପ୍ରାପ୍ତି 12.5 ଲକ୍ଷ କୋଟି ଟଙ୍କା ରହିଥିଲା । ଯାହା ଚଳିତ ଆର୍ଥିକ ବର୍ଷର ସଂଶୋଧନ ଅନୁମାନର 67.6 ପ୍ରତିଶତ ରହିଛି । ବର୍ଷେ ପୂର୍ବରୁ ଏହି ଅବଧିରେ ସଂଶୋଧିତ ଅନୁମାନ 68.3 ପ୍ରତିଶତ ଥିଲା । ହେଲେ ଏବେ ଏହା ମୋଟ ପ୍ରାପ୍ତିର ସଂଶୋଧିତ ଅନୁମାନର 66.4 ପ୍ରତିଶତ ରହିଛି ।

ସୌଜନ୍ୟ- ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.