ETV Bharat / business

ଜାନୁଆରୀ ଶେଷ ସୁଦ୍ଧା 12.34 ଲକ୍ଷ କୋଟି ଆର୍ଥିକ ଘାଟା

author img

By

Published : Feb 26, 2021, 10:08 PM IST

ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ କୋରୋନା ଭାଇରସ ମହାମାରୀ ସାଂଘାତିକ ରୂପ ନେଇଥିଲା । ଏଥିଯୋଗୁଁ ଆର୍ଥିକ ବର୍ଷ ଆରମ୍ଭ ଲକଡାଉନରେ କଟିଥିଲା । ଫଳରେ ସରକାରଙ୍କ ରାଜସ୍ବ ପ୍ରାପ୍ତି ମଧ୍ୟ କମ ରହିଛି । ଏପଟେ ଖର୍ଚ୍ଚ ବଢିଛି । ଅଧିକ ପଢନ୍ତୁ..

ଜାନୁଆରୀ ଶେଷ ସୁଦ୍ଧା 12.34 ଲକ୍ଷ କୋଟି ଆର୍ଥିକ ଘାଟା
ଜାନୁଆରୀ ଶେଷ ସୁଦ୍ଧା 12.34 ଲକ୍ଷ କୋଟି ଆର୍ଥିକ ଘାଟା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇଁ ସଂଶୋଧିକ ଅନମାନର 66.8 ପ୍ରତିଶତ ଅର୍ଥାତ 12.34 ଲକ୍ଷ କୋଟି ଟଙ୍କାର ପହଞ୍ଚିଛି । ଯାହାକି ବର୍ଷ ତଳେ ସଂଶୋଧିତ ବଜେଟ ଅନୁମାନର 128.5 ପ୍ରତିଶତରେ ଥିଲା ।

ମହାଲେଖା ନିୟନ୍ତ୍ରକ (ସିଜିଏ) ଦ୍ବାରା ଜାରି ତଥ୍ୟ ମୁତାବକ 2021 ଜାନୁଆରୀ ଶେଷରେ ସରକାରଙ୍କ ଆର୍ଥିକ ନିଅଣ୍ଟ 2021 ଜାନୁଆରୀ ଶେଷରେ 12,34,004 କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥିକ ମଧ୍ୟରେ ମାର୍ଚ୍ଚ 31 ସୁଦ୍ଧା ସରକାରଙ୍କ ଆର୍ଥିକ ନିଅଣ୍ଟ 18.48 ଲକ୍ଷ କୋଟି ଟଙ୍କା ଅର୍ଥାତ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 9.5 ପ୍ରତିଶତ ରହିବାକୁ ଅନୁମାନ ରହିଛି ।

ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ କୋରୋନା ଭାଇରସ ମହାମାରୀ ସାଂଘାତିକ ରୂପ ନେଇଥିଲା । ଏଥିଯୋଗୁଁ ଆର୍ଥିକ ବର୍ଷ ଆରମ୍ଭ ଲକଡାଉନରେ କଟିଥିଲା । ଯାହା ଦ୍ବାରା ଆର୍ଥିକ ଗତିବିଧି ଉପରେ ଗଭୀର ପ୍ରଭାବ ପଡିଛି । ପରିଣାମ ସ୍ବରୂପ ସରକାରଙ୍କ ରାଜସ୍ବ ପ୍ରାପ୍ତି ମଧ୍ୟ କମ ରହିଛି । ସିଜିଏ ତଥ୍ୟ ମୁତାବକ 2021 ଜାନୁଆରୀ ସୁଦ୍ଧା ସରକାରଙ୍କୁ 12.83 ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିଛି । ଏହି ଟଙ୍କା 2020-21ର ସଂଶୋଧିତ ବଜେଟ ଅନୁମାନର 80 ପ୍ରତିଶତ ରହିଛି । ଏଥିରେ 11.01 ଲକ୍ଷ କୋଟି ଟଙ୍କା କର ରାଜସ୍ବ ସାମିଲ ରହିଛି । ସେହିପରି ଏଥିମଧ୍ୟରେ ପ୍ରାପ୍ତି 2020-21 ବଜେଟ ଅନୁମାନର 82 ପ୍ରତିଶତ ରହିଛି । ଯେତେବେଳେ କି ଏହା ପୂର୍ବ ବର୍ଷ ଏହି ଅବଧିରେ ଏହି ପ୍ରାପ୍ତି 66.3 ପ୍ରତିଶତ ଅଛି । ଅଣ କର ରାଜସ୍ବ ସଂଶୋଧିକ ଅନୁମାନର 67 ପ୍ରତିଶତ ରହିଥିଲା ବେଳେ ଗତ ବର୍ଷ ଏହି ଅବଧିରେ ଏହା 73 ପ୍ରତିଶତ ଅଛି ।

ଆଲୋଚ୍ୟ ଅବଧିରେ ମୋଟ ଖର୍ଚ୍ଚ 25.17 ପ୍ରତିଶତ ରହିଛି । ଯାହାକି ସଂଶୋଧିତ ଅନୁମାନର 73 ପ୍ରତିଶତ ଅଛି । ସେହିପରି 1 ବର୍ଷ ପୂର୍ବରୁ ଏହି ସମୟରେ ମୋଟ ବ୍ୟୟ ସଂଶୋଧିତ ଅନୁମାନର 84.1 ପ୍ରତିଶତ ଥିଲା । 2020 ଫେବୃଆରୀ ବଜେଟରେ ଆର୍ଥିକ ନିଅଣ୍ଟ 7.96 ଲକ୍ଷ କୋଟି ଟଙ୍କା ଅର୍ଥାତ ଜିଡିପିର 3.5 ପ୍ରତିଶତ ଅନୁମାନିତ ଥିଲା । କିନ୍ତୁ ସଂଶୋଧିତ ଅନୁମାନରେ ଏହାକୁ 9.5 ପ୍ରତିଶତ କରିଦିଆଯାଇଛି ।

2019-20 ରେ ଆର୍ଥିକ ନିଅଣ୍ଟ 4.6 ପ୍ରତିଶତରେ ପହଞ୍ଚି ଯାଇଥିଲା । ଯାହା କି ଗତ 7 ବର୍ଷର ସର୍ବୋଚ୍ଚ ନିଅଣ୍ଟ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.