ETV Bharat / business

ଖାସ ହେବନି ପୂର୍ଣ୍ଣାଙ୍ଗ ବଜେଟ, ଅନ୍ତରୀଣ ସହ ରହିବ ସମାନ !

author img

By

Published : Jun 5, 2019, 6:43 PM IST

ଅନ୍ତରୀଣ ସହ ସମାନ ରହିପାରେ ପୂର୍ଣ୍ଣାଙ୍ଗ ବଜେଟ । ପୂର୍ବରୁ ଧାର୍ଯ୍ୟ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପାଇଁ ହୋଇଥିବା ବ୍ୟୟ ବରାଦକୁ ଆଗକୁ ଜାରି ରଖାଯିବ । କେବଳ କିଛିଟା କ୍ଷେତ୍ରରେ ଏହା ଅନ୍ତରୀଣ ତୁଳନାରେ ଅଧିକା ରହିବ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଦଳିବନି ଅନ୍ତରୀଣ ବଜେଟର ରୂପରେଖ । ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟ ପୂର୍ବରୁ ଧାର୍ଯ୍ୟ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦକୁ ଜାରି ରଖାଯିବ । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୂଆ ସରକାରଙ୍କ ଅଧିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 5ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ନିର୍ବାଚନକୁ ନଜରରେ ରଖି ଚଳିତ ବର୍ଷ ଫେବୃଆରୀ ପହିଲାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା । ଏବେ ପୁଣି ଥରେ ମୋଦି ସରକାର ବହୁମତ ସହ କ୍ଷମତାସୀନ ହୋଇଛନ୍ତି । ଏଥିଯୋଗୁଁ ପୂରୁଣା ସରକାରଙ୍କ ନୂଆ ରଣନୀତି କ୍ରମେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ । ତେବେ ଏହି ବଜେଟି ଅନ୍ତରୀଣ ଠାରୁ ଟିକେ ଅଲଗା ହୋଇପାରେ । ଅର୍ଥାତ ଯେଉଁ ସବୁ କ୍ଷେତ୍ରକୁ ବଜେଟରେ ଆବଣ୍ଟନ କରାଯାଇନଥିଲା ସେଗୁଡିକୁ ଏହା ଅନ୍ତର୍ଭୁକ୍ତ କରାଯିବ ।

ପ୍ରଥମ ବଜେଟରେ ସୀତାରମଣ ସୁଦୃଢ ଆର୍ଥିକ ବ୍ୟବସ୍ଥା, ସଙ୍କଟ, ଋଣ ଭାର, ଏନବିଏଫସି, ନଗଦଭାବ, ବେକାରୀ, ଘରୋଇ ନିବେଶ, ରପ୍ତାନୀ, ଅନାଦେୟ ଋଣ , କୃଷି, ଶିଳ୍ପ ଆଦି ବିଭିନ୍ନ ଦିଗ ଉପରେ ନଜରର ରଖି ନିଷ୍ପତ୍ତି ନେବେ । ନୂଆ 17ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ 17ରୁ ଜୁଲାଇ 26 ପର୍ଯ୍ୟନ୍ତ ଚାଲିବ ।

ସୀତାରମଣଙ୍କ ବଜେଟ ଟିମରେ ଆର୍ଥିକ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଓ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୁଷ୍ଣମୁର୍ତ୍ତି ସୁବ୍ରମଣ୍ୟମ ମଧ୍ୟ ସାମିଲ ରହିଛନ୍ତି । ଅଧିକାରୀଙ୍କ ଟିମର ଅନୁଧ୍ୟାନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କରୁଥିବା ବେଳେ ଏହାର ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁ , ରାଜସ୍ବ ସଚିବ ଅଜୟ ଭୁଷଣ ପାଣ୍ଡେ ଆଦି ନିଜର ଯୋଗଦାନ ଦେଇଛନ୍ତି ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.