ETV Bharat / business

LICରେ ବିନିବେଶ: ଆର୍ଥିକ ପରାମର୍ଶଦାତାଙ୍କୁ ଆବେଦନ ମାଗିଲା ଅର୍ଥମନ୍ତ୍ରଣାଳୟ

author img

By

Published : Jun 19, 2020, 6:19 PM IST

ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ନେଇ ଅର୍ଥମନ୍ତ୍ରାଳୟ ଆର୍ଥିକ ପରାମର୍ଶଦାତାଙ୍କ ଠାରୁ ଆବେଦନ ପତ୍ର ମାଗିଛନ୍ତି । ଏହା ଜୁଲାଇ 13 ସୁଦ୍ଧା ଜମା କରିବାକୁ ହେବ । ଅଧିକ ପଢନ୍ତୁ..

LICରେ ବିନିବେଶ
LICରେ ବିନିବେଶ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)ର ବିନିବେଶ ପ୍ରକ୍ରିୟାକୁ ଆଗକୁ ବଢାବା ପାଇଁ ଜୋରଦାର ପ୍ରସ୍ତତି ଆରମ୍ଭ କରିଛି ଅର୍ଥମନ୍ତ୍ରଣାଳୟ । ଶୁକ୍ରବାର ମନ୍ତ୍ରାଳୟ ପକ୍ଷରୁ ପରାମର୍ଶଦାତା କମ୍ପାନୀ, ନିବେଶ ବ୍ୟାଙ୍କର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ 13 ଜୁଲାଇ ସୁଦ୍ଧା ଏନେଇ ଆବେଦନ କରିବାକୁ କୁହାଯାଇଛି ।

ଏହି ଆବେଦନ ଏଲଆଇସିର ପ୍ରସ୍ତାବିତ Initial public offering(IPO) ପ୍ରକ୍ରିୟାରେ ପରାମର୍ଶ ଦେବା ପାଇଁ ମଗାଯାଇଛି । ସରକାର ଏଲଆଇସିର ଆଇପିଓକୁ ନେଇ ନିବେଶ ଓ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM)କୁ ସାହାଯ୍ୟ ପାଇଁ ଆଇପିଓରୁ ପୂର୍ବରୁ ଦୁଇଜଣ ପରାମର୍ଶଦାତା ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।

କୁହାଯାଉଛି କି, ଏହା ଦେଶର ସବୁଠୁ ବଡ ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ହେବ । ସରକାର ଏନେଇ ଆବେଦନ ପତ୍ର ଜାରି କରିଛନ୍ତି । ଏସବୁ ଆବେଦନ ଓ ବିଡଂ ଜୁଲାଇ 13 ସୁଦ୍ଧା ଜମା ହେବ । ପରେ ପୁଣି DIPAM ଏହି ବିଡଂକୁ ଜୁଲାଇ 15ରୁ ଖୋଲିବ ।

ତେବେ ଏଥିପାଇଁ ଆବେଦକଙ୍କ ପାଖରେ ଆଇପିଓ, ରଣନୈତିକ ନିବେଶ, ଅଧିଗ୍ରହଣ ଓ ମିଶ୍ରଣ ଗତିବିଧିରେ ସର୍ବନିମ୍ନ 3 ବର୍ଷର ଅଭିଜ୍ଞତା ରହିବାକୁ ପଡିବ । ଏଥିସହ ସେ 2017 ଏପ୍ରିଲରୁ ରୁ 2020 ମାର୍ଚ୍ଚ ମଧ୍ୟରେ 5,000 କୋଟି ଟଙ୍କା ବା ତା ଠାରୁ ଅଧିକ ଆଇପିଓରେ ପରାମର୍ଶଦାତା ଭୂମିକା କିମ୍ବା ପରିଚାଳନା କରିଥିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.