ETV Bharat / business

ବଜେଟ ପ୍ରସ୍ତୁତି ଆରମ୍ଭ, କଡା ସୁରକ୍ଷା ମଧ୍ୟରେ ଅର୍ଥ ମନ୍ତ୍ରାଳୟ

ବଜେଟ ପାଇଁ ସୋମବାରରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏଥିପାଇଁ ଅର୍ଥ ମନ୍ତ୍ରାଣଳୟରେ କଡା ନଜର ବଳୟ ମଧ୍ୟରେ ବିନା ବାହ୍ୟ ସମ୍ପର୍କ ଓ ଯୋଗାଯୋଗରେ ରହିବେ ବଜେଟ ପ୍ରସ୍ତୁତ କରୁଥିବା ଅଧିକାରୀ ।

author img

By

Published : Jun 4, 2019, 6:49 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ମାସ 5ରେ ଆଗତ ହେବ ମୋଦି ସରକାରଙ୍କ ଦ୍ବିତୀୟ ଇନିଂସର ପ୍ରଥମ ବଜେଟ । ଏଥିପାଇଁ ସୋମବାରରୁ ନଜରବନ୍ଦୀରେ ରହିବେ ବଜେଟ ପ୍ରସ୍ତୁତ କରୁଥିବା ଅଧିକାରୀ । ଅର୍ଥମନ୍ତ୍ରାଣଳୟରେ କଡା ନଜର ବଳୟ ମଧ୍ୟରେ ବିନା ବାହ୍ୟ ସମ୍ପର୍କ ଓ ଯୋଗାଯୋଗରେ ଏମାନେ ରହିବେ । ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ହଟିବ ନାହିଁ ।

ଏହି ସମୟ ମଧ୍ୟରେ କୌଣସି ବାହାର ବ୍ୟକ୍ତି(ଗଣମାଧ୍ୟମ ବି ନୁହେଁ) ଏହା ଭିତରକୁ ପ୍ରବେଶ କରି ପାରିବ ନାହିଁ । ପୂର୍ବରୁ ଫେବୃଆରୀ ପହିଲାରେ 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା । ସେଥିରେ ସରକାର ସୀମିତ ଅବଧି ପାଇଁ ଆୟ ବ୍ୟୟ ଅଟକଳ ମଞ୍ଜୁର କରିଥିଲେ । ହେଲେ ଏବେ ନୂଆ ସରକାର କ୍ଷମତା ସମ୍ଭାଳି ସାରିଛନ୍ତି । ବହୁମତ ସହ ବିଜେପି ପୁଣି ଥରେ ସରକାର ଗଢିଛି । ଏଥିଲାଗି ଯଥାସମ୍ଭବ ସମସ୍ତ ପ୍ରସ୍ତୁତି ଶେଷ କରି ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ ହେବ । ନୂଆ ସରକାର ଅଧିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 5 ରେ ବଜେଟ ଆଗତ କରିବେ । ଏହା ପୂର୍ବରୁ ଜୁଲାଇ 4 ରେ ଆର୍ଥିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ ।

ତେବେ ଚଳିତ ବଜେଟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜଭରା ରହିବ । ଗୋଟିଏ ପଟେ ଅଭିବୃଦ୍ଧି ଦର ହ୍ରାସ ପାଇ 5 ବର୍ଷର ସର୍ବୋନିମ୍ନ ସ୍ତରରେ ପହଞ୍ଚିଯାଇଥିବା ବେଳେ ହାତରୁ ଜିଏସପି ଚାଲିଯାଇଛି । ଏପରି ସ୍ଥିତିରେ ନିଅଣ୍ଟ ମଧ୍ୟ ବୃଦ୍ଧି ପାଇଛି । ତା ସାଙ୍ଗକୁ ଜନତାଙ୍କ ଉପଭୋଗ ମଧ୍ୟ ବଢିଛି ।

ପ୍ରଥମ ବଜେଟରେ ସୀତାରମଣ ସୁଦୃଢ ଆର୍ଥିକ ବ୍ୟବସ୍ଥା, ସଙ୍କଟ, ଋଣ ଭାର, ଏନବିଏଫସି, ନଗଦଭାବ, ବେକାରୀ, ଘରୋଇ ନିବେଶ, ରପ୍ତାନୀ, ଅନାଦେୟ ଋଣ , କୃଷି, ଶିଳ୍ପ ଆଦି ବିଭିନ୍ନ ଦିଗ ଉପରେ ନଜର ରଖି ନିଷ୍ପତ୍ତି ନେବେ । 17 ତମ ଲୋକସଭା ପ୍ରଥମ ଅଧିବେଶନ ଜୁନ 17ରୁ ଜୁଲାଇ 26 ପର୍ଯ୍ୟନ୍ତ ଚାଲିବ ।

ସୀତାରମଣଙ୍କ ବଜେଟ ଟିମରେ ଆର୍ଥିକ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଓ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୁଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ମଧ୍ୟ ସାମିଲ ରହିଛନ୍ତି । ଅଧିକାରୀଙ୍କ ଟିମର ଅନୁଧ୍ୟାନ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ କରୁଥିବା ବେଳେ ଏହାର ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁ , ରାଜସ୍ବ ସଚିବ ଅଜୟ ଭୁଷଣ ପାଣ୍ଡେ ଆଦି ନିଜର ଯୋଗଦାନ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.