ETV Bharat / business

ୟୁପିଆଇ ମୋ଼ଡରେ ଦେବାକୁ ହେବନି କୌଣସି ଦେୟ

author img

By

Published : Aug 30, 2020, 11:00 PM IST

ଇଲେକ୍ଟ୍ରୋନିକ ମୋଡ ମାଧ୍ୟମରେ ହୋଇଥିବା କାରବାର କିମ୍ବା ଦେୟ ଉପରେ କୌଣସି ଶୁଳ୍କ ସଂଗ୍ରହ ନକରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କକୁ ପରାମର୍ଶ ଦେଇଛି । ଏନେଇ ସେଣ୍ଟାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ରବିବାର ଏକ ବିବୃତ୍ତିରେ କୁହାଯାଇଛି । ଅଧିକ ପଢନ୍ତୁ...

ୟୁପିଆଇ ମୋ଼ଡରେ ଦେବାକୁ ହେବନି କୌଣସି ଦେୟ
ୟୁପିଆଇ ମୋ଼ଡରେ ଦେବାକୁ ହେବନି କୌଣସି ଦେୟ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ମୋଡ ମାଧ୍ୟମରେ ହୋଇଥିବା କାରବାର କିମ୍ବା ଦେୟ ଉପରେ କୌଣସି ଶୁଳ୍କ ସଂଗ୍ରହ ନକରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କକୁ ପରାମର୍ଶ ଦେଇଛି । ଏନେଇ ସେଣ୍ଟାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ରବିବାର ଏକ ବିବୃତ୍ତିରେ କୁହାଯାଇଛି ।

ସିବିଡିଟି ଅନୁଯାୟୀ, କିଛି ବ୍ୟାଙ୍କ ୟୁପିଆଇ ମାଧ୍ୟମରେ କରାଯାଉଥିବା କାରବାର ଉପରେ ଚାର୍ଜ ଲାଗୁ କରୁଛନ୍ତି ଲକ୍ଷ୍ୟ କରାଯାଇଥିଲା । ଏହି ବ୍ୟାଙ୍କ ଗୁଡିକ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କାରବାରକୁ ମାଗଣା ଅନୁମତି ଦିଆଯାଇଥିଲା ବେଳେ ତାହା ଉପରେ କାରବାରକୁ ଏକ ଚାର୍ଜ ଲାଗୁ କରୁଥିବା ସିବିଡିଟି ସୂଚିତ କରିଛି।

ଯାହା ଡିସେମ୍ବର 30, 2019ର ସର୍କୁଲାର ନଂ 32/2019ର ଉଲ୍ଲଂଘନ ଅଟେ । ଏହାପାଇଁ ମଧ୍ୟ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ଆକ୍ଟ (ପିଏସଏସ)ରେ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ ସହିତ କୌଣସି ଦେୟ 2020 ଜାନୁୟାରୀ 1 ପରେ ପ୍ରଯୁଜ୍ୟ ନୁହେଁ ବୋଲି ପ୍ରକାଶ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.