ନୂଆଦିଲ୍ଲୀ: ସାର୍ବଜନିକ ଓ ଘରୋଇ କ୍ଷେତ୍ରର ବୀମା କମ୍ପାନୀ ପ୍ରମୁଖଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଅଧିନରେ ଦାବିକୁ ଶୀଘ୍ର ତୁଟାଇବା ପାଇଁ ଏହି ବୈଠକରେ ଆଲୋଚନା ହେବ ।
ଅର୍ଥମନ୍ତ୍ରାଳୟ ଅନେକ ଟ୍ବିଟ ଜରିଆରେ କହିଛନ୍ତି କି ଏହି ବୈଠକରେ ଏସବୁ ଯୋଜନା ଅଧିନରେ ଦାବି ସମାଧାନ ପ୍ରକ୍ରିୟା ଓ ଡକ୍ୟୁମେଣ୍ଟିସନକୁ ସୁଗମ କରିବା ଉପରେ ବିଚାର କରାଯିବ । ମେ 5 ରେ PMSBYର ମୋଟ ନାମଲେଖା 23.37 କୋଟି ଥିଲା । ସେହିଭଳି PMJJBY ଅଧିନରେ ଏହି ସଂଖ୍ୟା 10.33 କୋଟି ଥିଲା ।
ଅନ୍ୟ ଏକ ଟ୍ବିଟରେ କୁହାଯାଇଛି କି 2014 ରେ ନରେନ୍ଦ୍ର ମୋଦି ସରକାର ଲୋକଙ୍କୁ ସଶକ୍ତ କରିବା ପାଇଁ ଅନେକ ଅର୍ଥନୈତିକ ପଦକ୍ଷେପ ନେଇଛନ୍ତି । ଟ୍ବିଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧିନରେ ବ୍ୟାଙ୍କିଙ୍ଗ ନେଟୱର୍କର ବିସ୍ତାର ହୋଇଛି । ଆଉ 42 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି ।