ETV Bharat / business

ଆଜି କେନ୍ଦ୍ର ବଜେଟ - first full budget

ଶନିବାର ଉପସ୍ଥାପନ ହେବ ମୋଦି 2.0ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଏଥର ବଜେଟରେ କୃଷି, ନିଯୁକ୍ତି, ଟିକସ ସ୍ଲାବ, ବିଜନେସ କ୍ଲାସ, ସେବା କ୍ଷେତ୍ର, ସ୍ବାସ୍ଥ୍ୟ, ଶିକ୍ଷା, ରେଳ, ବ୍ୟାଙ୍କିଙ୍ଗ, ରକ୍ଷା, ସହର ତଥା ଗ୍ରାମୀଣ ବିକାଶ ଉପରେ ରହିବ ବିଶେଷ ଫୋକସ ।

finance minister nirmala sitharaman will present the first full budget of modi government
ଆଜି କେନ୍ଦ୍ର ବଜେଟ
author img

By

Published : Feb 1, 2020, 8:01 AM IST

Updated : Feb 1, 2020, 9:17 AM IST

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଲୋକସଭାରେ 11ଟାରେ ସେ ବଜେଟ ଅଭିଭାଷଣ ପ୍ରଦାନ କରିବେ ।

ଏଥର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ଆଗରେ ରହିଛି ବହୁତ ଚ୍ୟାଲେଞ୍ଜ । ଦେଶର ନିୟୁକ୍ତି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଚାଷୀ ସମସ୍ୟାର ସମାଧାନ ମଧ୍ୟ ପ୍ରାଥମିକତା ରହିବ । ସେପଟେ ଜିଡିପି 6 ବର୍ଷର ସର୍ବନିମ୍ନ ସ୍ତରରେ । ଯେଉଁପାଇଁ ନିବେଶ କମୁଛି । ଏହା ଉପରେ ପୁଣି 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ପୂରଣ ଲକ୍ଷ୍ୟ । ଏଭଳି ବହୁତ ସମସ୍ୟା ଓ ତାର ସମାଧାନ ସହ ଆଜି ଅର୍ଥମନ୍ତ୍ରୀ ସୀତାରମଣ 130 କୋଟି ଜନତାଙ୍କ ଆଗରେ ରଖିବେ ଦେଶ ଆୟବ୍ୟୟ ଅଟକଳର ଚିଠା ।

କିପରି ଉପସ୍ଥାପନ ହେବ ବଜେଟ 2020 ?
ସାଧାରଣ ବଜେଟ 2020 ଆଗତ ପାଇଁ ସର୍ବପ୍ରଥମେ ସଂସଦରେ ଡକ୍ୟୁମେଣ୍ଟ ସବୁ ଅଣାଯିବ । ଯାହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହୋଇଥାଏ । ଯେଉଁଥିରେ ବଜେଟ ସହ ଜଡିତ ବହୁକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ । ଏହା ପରେ ଲୋକସଭାରେ ଦିନ 11 ଟାରୁ ବଜେଟ ଭାଷଣ ଆରମ୍ଭ ହୁଏ ।

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.