ETV Bharat / business

ସେବି ବୋର୍ଡକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ

author img

By

Published : Feb 17, 2021, 9:28 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବା ପରେ ବୁଧବାର ପ୍ରଥମ ଥର ବଜାର ନିୟାମକ ସେବିର ନିର୍ଦ୍ଦେଶକ ମଣ୍ଡଳକୁ ସମ୍ବୋଧନ କରିଛନ୍ତି । ଆର୍ଥିକ ବର୍ଷ 2021-22ର ବଜେଟ ଫେବୃଆରୀ ପହିଲାରେ ଆଗତ ହୋଇଛି ।

ସେବି ବୋର୍ଡକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ
ସେବି ବୋର୍ଡକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବା ପରେ ବୁଧବାର ପ୍ରଥମ ଥର ବଜାର ନିୟାମକ ସେବିର ନିର୍ଦ୍ଦେଶକ ମଣ୍ଡଳକୁ ସମ୍ବୋଧନ କରିଛନ୍ତି । ଆର୍ଥିକ ବର୍ଷ 2021-22ର ବଜେଟ ଫେବୃଆରୀ ପହିଲାରେ ଆଗତ ହୋଇଛି ।

ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ପରେ ସେବି ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦ୍ଦେଶକ ମଣ୍ଡଳକୁ ସମ୍ବୋଧନ କରିବା ପରମ୍ପରା ରହିଛି । ଅର୍ଥ ମନ୍ତ୍ରାଳୟ ଟ୍ବିଟ କରି କହିଛନ୍ତି କି, ସୀତାରମଣ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ନିର୍ଦ୍ଦେଶକ ମଣ୍ଡଳକୁ ଦିଲ୍ଲୀରେ ସମ୍ବୋଧିତ କରାଯାଇଛି ।

ଏହି ଅବସରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର , ସେବି ଚେୟାରମ୍ୟାନ ଅଜୟ ତ୍ୟାଗୀ, ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ବ୍ୟାପର ସଚିବ ତରୁଣ ବଜାଜ ଓ ସେବି ନିର୍ଦ୍ଦେଶକ ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ । ସୀତାରମଣ ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳକୁ ସମ୍ବୋଧନ କରିଥିଲେ ।

ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରଂଶସା କରିଥିଲା ଆରବିଆଇ । ବୋର୍ଡ କହିଛି କି ସଦସ୍ୟମାନେ ସରକାରଙ୍କ ବିଚାର ପାଇଁ ଅନେକ ପରାମର୍ଶ ଦେଇଛନ୍ତି । 2021-22 ବଜେଟ ଆଗତ ପରେ କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ଏହାର ପ୍ରଥମ ବୈଠକରେ ବର୍ତ୍ତମାନ ଆର୍ଥିକ ସ୍ଥିତିର ସମୀକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.