ETV Bharat / business

ଦେଶରେ ବଢୁଛି ବିଦେଶୀ ନିବେଶ, ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ଗୋଏଲ

2020 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଏଫଡିଆଇ 13 ପ୍ରତିଶତ ବୃଦ୍ଧି ପାଇଁ ପାଖାପାଖୀ 40 ଅରବ ଡଲାରରେ ପହଞ୍ଚିଛି । ପୀୟୁଷ ଗୋଏଲ ଜଣାଇଛନ୍ତି ଯେ, ଭାରତରେ ଅନେକ ସେକ୍ଟରରେ ନିବେଶର ପ୍ରବେଶ ସୁଯୋଗ ରହିଛି । ଆଉ ଏଥିସହ ହିଁ ସେ ସେ ଭାରତକୁ ନିବେଶକଙ୍କୁ ଆମନ୍ତ୍ରିତ କରିଛନ୍ତି । ଅଧିକ ପଢନ୍ତୁ..

ଦେଶରେ ବଢୁଛି ବିଦେଶୀ ନିବେଶ, ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ଗୋୟଲ

author img

By

Published : Dec 15, 2020, 7:47 PM IST

ନୂଆଦିଲ୍ଲୀ: ଦେଶରେ ବିଦେଶୀ ନିବେଶକଙ୍କ ଆକୃଷ୍ଟ ପାଇଁ ହେଉଥିବା ପଲିସି ଯୋଗୁଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ପ୍ରବାହ ଲଗାତାର ବଢୁଛି । ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, 2020 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଏଫଡିଆଇ 13 ପ୍ରତିଶତ ବୃଦ୍ଧି ପାଇଁ ପାଖାପାଖୀ 40 ଅରବ ଡଲାରରେ ପହଞ୍ଚିଛି । ସିଆଇଆଇର ‘ପାର୍ଟନରସିପ ସମିଟ 2020 ’ ରେ ପୀୟୁଷ ଜଣାଇଛନ୍ତି କି, ‘ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଲଗାତାର ବଢୁଛି । ଏ ବର୍ଷର ପ୍ରଥମ 9 ମାସରେ କୋଭିଡ-19 ମହାମାରୀ ସଙ୍କଟ ପରେ ବି ଆମର ଏଫଡିଆଇ ବଢିଛି । ଆଜି ଆମର ଏଫଡିଆଇ ନୀତି ଦୁନିଆରେ ସବୁଠୁ ସୁବିଧାଜନକ ଓ ଅନୁକୂଳ ପଲିସି ମଧ୍ୟରୁ ଅନ୍ୟତମ ।

ଦୂରସଞ୍ଚାର, ମିଡିଆ , ଔଷଧ ଓ ବୀମା ଭଳି କିଛି କ୍ଷେତ୍ରରେ ବିଦେଶୀ ନିବେଶକଙ୍କୁ ନିବେଶ କରିବାକୁ ସରକାରଙ୍କ ମଞ୍ଜୁରୀ ଜରୁରୀ ରହିଛି । ଏହା ବ୍ୟତୀତ ଏଭଳି 9ଟି ସେକ୍ଟର ରହିଛି , ଯେଉଁଠି ଏଫଡିଆଇ ପାଇଁ କଟକଣା ରହିଛି । ଏଥିରେ ଲଟେରୀ ବ୍ୟବସାୟ , ଜୁଆ, ଚିଟ ଫଣ୍ଡ , ନିଧି କମ୍ପାନୀ, ରିଅଲ ଇଷ୍ଟେଟ ଓ ତମାଖୁ-ସିଗାରେଟ ଭଳି କାରବାର । ଗୋଏଲ ଜଣାଇଛନ୍ତି ଯେ, ଭାରତରେ ଅନେକ ସେକ୍ଟରରେ ନିବେଶର ପ୍ରବେଶ ସୁଯୋଗ ରହିଛି । ଆଉ ଏଥିସହ ହିଁ ସେ ଭାରତକୁ ନିବେଶକଙ୍କୁ ଆମନ୍ତ୍ରିତ କରିଛନ୍ତି ।

‘‘ ଭାରତ ଅବସରର ଭୂମି । ମୁଁ ଆପଣଙ୍କୁ ବିକାଶ, ବୃଦ୍ଧି ଓ ସମୃଦ୍ଧି ପଥରେ ଆଗେଇବାକୁ ନିମନ୍ତ୍ରଣ ଦେଉଛି । ଆମେ ଆପଣଙ୍କ ସ୍ବାଗତ ଖୋଲା ହାତରେ ଓ ରେଡ କାର୍ପେଟ ସହ କରିବୁ । ଆଉ ଅବସରରେ ଏହି ଭୂମିରେ ଆପଣଙ୍କ ଯାତ୍ରା ମଧ୍ୟରେ ଆମେ ଆପଣଙ୍କୁ ସମ୍ପୁର୍ଣ୍ଣ ସହାୟତା, ସହଯୋଗ ପାଇଁ ବିଶ୍ବାସ ଦେଉଛୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.