ETV Bharat / business

2021ରେ ବି ଜୋରଦାର ରହିବ FDI ବୃଦ୍ଧି ଗତି - 2021ରେ ବଢିବ ଏଫଡିଆଇ

ମାନ୍ଦାବସ୍ଥା ମଧ୍ୟରେ ବି ଦେଶରେ ବଢିଛି ବିଦେଶୀ ପୁଞ୍ଜି ନିବେଶ । କୋରୋନା କାଳରେ ରେକର୍ଡ ପରିମାଣରେ ବଢିଛି ଏଫଡିଆଇ । ଆଗାମୀ ବର୍ଷ ମଧ୍ୟ ନିବେଶକଙ୍କ ପସନ୍ଦ ଭାରତ ରହିବ ବୋଲି ରହିଛି ଆଶା । ଅଧିକ ପଢନ୍ତୁ..

2021 ରେ ବି ଜୋରଦାର ରହିବ ଏଫଡିଆଇ ବୃଦ୍ଧି ଗତି

author img

By

Published : Dec 23, 2020, 10:47 PM IST

ନୂଆଦିଲ୍ଲୀ: ସରକାରଙ୍କ ଆଶା ରହିଛି କି, ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ଗତି ନୂଆ ବର୍ଷରେ ମଧ୍ୟରେ ‘ଶାନଦାର’ ଜାରି ରହିବ । କାରଣ ସରକାର ଦ୍ବାରା ଉଦ୍ୟୋଗକୁ ସୁଦୃଢ କରିବା ପାଇଁ ଲଗାତାର କରାଯାଉଥିବା ସୁଧାର ସହ ବିଦେଶୀ ନିବେଶକଙ୍କ ଭାରତ ପ୍ରତି ରୁଚି ବଢିଛି ।

ଏଫଡିଆଇ ନିୟମରେ ଆଶ୍ବସ୍ତି ସହ ରକ୍ଷା ଉତ୍ପାଦନ ସେସବୁ କ୍ଷେତ୍ରରେ ସାମିଲ ହେବ, ଯାହା ଆଗାମୀ ମାସରେ ତାଜା ବିଦେଶୀ ନିବେଶ ଆସିବା ଆଶା ରଖିଛି । ଏଥିସହ ବ୍ୟବସାୟୀଙ୍କ ଡକ୍ୟୁମେଣ୍ଟ କାର୍ଯ୍ୟନୁଷ୍ଠାନ ବୋଝକୁ କମ କରିବା ପ୍ରାଥମିକତା ମଧ୍ୟ ରହିବ । କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ (ଡିପିଆଇଆଇଟି) ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ର ଅନୁସାରେ ବୈଶ୍ବିକ ମାନ୍ଦାବସ୍ଥା ଓ କୋଭିଡ-19 ମହାମାରୀ ପରେ ବି ଭାରତ ଏଫଡିଆଇରେ ଏକ ଗୁରୁତ୍ବପୂର୍ଣ୍ଣ ଲମ୍ଫ ରେକର୍ଡ କରିଛି ।

ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାର୍ଟଫର୍ମରେ ଫେସବୁକର ଭାରୀ ନିବେଶ ଦ୍ବାରା ଭାରତକୁ ଜାନୁଆରୀ-ସେପ୍ଟେମ୍ବର 2020 ମଧ୍ୟରେ ପାଖାପାଖୀ 43.5 ଅରବ ଡଲାରର ଏଫଡିଆଇ ହାସିଲ କରିବାରେ ସହଯୋଗ ମିଳିଛି । ଆଉ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବା ଆଶା ରହିଛି ।

‘‘ଏହି ସମୟରେ ବୈଶ୍ବିକ ମାନ୍ଦାବସ୍ଥା ଥିଲା । ଆମେ ଭାବିଥିଲୁ କି ଭାରତରେ ଏଫଡିଆଇ ବୃଦ୍ଧି ପ୍ରକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ଥିଲା , ତାହା କୋଭିଡ-19 ପରେ ହ୍ରାସ ହୋଇପାରେ । କିନ୍ତୁ, ଏଭଳି ହେଲା ନାହିଁ । ଏପରିକି ଏଫଡିଆଇ ବୃଦ୍ଧି ବଢିଚାଲିଲା । ଏବେ 2021 ରେ ମଧ୍ୟ ଏହି ଏଫଡିଆଉ ଭଲ ରହିପାରେ ବୋଲି ମହାପାତ୍ର କହିଛନ୍ତି ।

ମାର୍ଚ୍ଚ ଶେଷରେ କୋଭିଡ -19 ମହାମାରୀ ପ୍ରତିହିତ ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଲାଗୁ କରିଥିଲେ । ଯଦିଓ ଏହି ନିଷ୍ପତ୍ତି ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ଏହି ସମୟରେ, ପ୍ରତିରକ୍ଷା ଉତ୍ପାଦନ ପରି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନିୟମକୁ ସରକାର କୋହଳ ଦେଇଛନ୍ତି ଏବଂ ଏହାର ପ୍ରଭାବ ଆଗକୁ ଦେଖିବାକୁ ମିଳିବ ।

ଭାରତରେ ବିଦେଶୀ ପ୍ରତ୍ୟକ୍ଷ ବିଦେଶୀ ଇକ୍ୟୁଟି ପ୍ରବାହ 2020 ଏପ୍ରିଲ ରୁ ସେପ୍ଟମ୍ବର ମଧ୍ୟରେ 500 ଅରବ ଡଲାର ସ୍ତର ପାର କରିଦେଇଛି । ଯାହା ଦ୍ବାରା ଦେଶର ଶାଖା ନିବେଶ ଗନ୍ତବ୍ୟ ସ୍ତଳ ଭାବେ ମଜବୁତ ହେଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.