ETV Bharat / business

କୃଷକ ଆନ୍ଦୋଳନ ପ୍ରଭାବ: ବିଗିଡିବ ଅର୍ଥବ୍ୟବସ୍ଥା

author img

By

Published : Dec 15, 2020, 4:07 PM IST

କୋରୋନା ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥା ଅଣ୍ଟା ସଳଖୁଥିବାବେଳେ କୃଷକଙ୍କ ଆନ୍ଦୋଳନରେ ପୁଣି ଦୁର୍ବଳ ହେଉଛି ଦେଶର ମେରୁଦଣ୍ଡ । ଚକ-ଅଖ ଜାମ ଯୋଗୁଁ ଯୋଗାଣ ଶୃଙ୍ଖଳା ଓ ଶ୍ରମବଳ ମଧ୍ୟ ପ୍ରଭାବିତ ହେଉଛି । ଫଳରେ ଟ୍ରାକକୁ ଫେରୁଥିବା ଅର୍ଥବ୍ୟବସ୍ଥା ପୁଣି ବାଟବଣା ହେଉଛି । ଅଧିକ ପଢନ୍ତୁ ..

କୃଷକ ଆନ୍ଦୋଳନ ପ୍ରଭାବ:  ବିଗିଡିବ ଅର୍ଥବ୍ୟବସ୍ଥା
କୃଷକ ଆନ୍ଦୋଳନ ପ୍ରଭାବ: ବିଗିଡିବ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ରର 3 ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିଯୋଗୁଁ ଯାତାୟତ ଠାରୁ ଯୋଗାଣ ସବୁ ଗଭୀର ଭାବେ ପ୍ରଭାବିତ । ଯାହା ଦ୍ବାରା ଆଗାମୀ ଦିନରେ ପ୍ରବଳ କ୍ଷତି ସହ ଅର୍ଥବ୍ୟବସ୍ଥା ମାନ୍ଦାମୁହାଁ ହେବା ଜଳଜଳ । କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) କହିଛି କି କୃଷି ଆନ୍ଦୋଳନ ଯୋଗୁଁ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ପ୍ରକ୍ରିୟା ଗଭୀର ଭାବେ ପ୍ରଭାବିତ ହୋଇପାରେ ।

ସିଆଇଆଇ କହିଛି କି, ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଆଉ ଏଭଳି ସଙ୍କଟାପନ୍ନ ସ୍ଥିତିରେ କୃଷକଙ୍କ ଆନ୍ଦୋଳନ ଦ୍ବାରା ବ୍ୟବସାୟ ହ୍ରାସ ହେଉଛି । ଏଣୁ ସମସ୍ତ ଅଂଶଧାରକଙ୍କୁ ଅନୁରୋଧ କରି ସିଆଇଆଇ ଅନ୍ୟ ରାସ୍ତା ଖୋଜି ପାରସ୍ପରିକ ସମାଧାନ ପାଇଁ କହିଛି ।

ଗତ କିଛି ସପ୍ତାହ ଧରି କୃଷକ ଆନ୍ଦୋଳନ ତେଜିବାରେ ଲାଗିଛି । ଏହାଦ୍ବାରା ଦିଲ୍ଲୀ-ଏନସିଆର, ପଞ୍ଜାବ , ହରିୟାଣା , ଉତ୍ତରପ୍ରଦେଶ ଓ ରାଜସ୍ଥାନ ଭଳି କିଛି ରାଜ୍ୟର ବିଭିନ୍ନ ଟୋଲପ୍ଲାଜା ଓ ରାସ୍ତା ବନ୍ଦ ପଡିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ପୂର୍ବରୁ କୋରୋନା ଭାଇରସ ମହାମାରୀ ଯୋଗୁଁ ଲାଗୁ ଲକଡାଉନ ପ୍ରଭାବରେ ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳା ଏବେ ପୁଣି ଆହୁରି ପ୍ରଭାବିତ ହେଉଛି । ଲକଡାଉନ କୋହଳ ପରେ ସାମାନ୍ୟ ଭାବେ ଯୋଗାଣ ଶୃଙ୍ଖଳା ସୁଧୁରୁଥିଲା । କିନ୍ତୁ କୃଷକଙ୍କ ଆନ୍ଦୋଳନ ଯୋଗୁଁ ଏବେ ଏହା ପୁଣି ଚାପଗ୍ରସ୍ତ ।

ବୋର୍ଡ ଅଫ ଇଣ୍ଡଷ୍ଟ୍ରିଜ କହିଛି ଯେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀ-ଏନସିଆରରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ଦୁଇ-ତୃତୀୟାଂଶ ସାମଗ୍ରୀ 50 ପ୍ରତିଶତ ଅତିରିକ୍ତ ସମୟ ନେଉଛି। ଏହା ବ୍ୟତୀତ ହରିୟାଣା, ଉତ୍ତରପ୍ରଦେଶ ଏବଂ ପଞ୍ଜାବର ଗୋଦାମରୁ ପରିବହନ ଯାନକୁ ଦିଲ୍ଲୀ ପହଞ୍ଚିବା ପାଇଁ 50 ପ୍ରତିଶତ ଅଧିକ ଯାତ୍ରା କରିବାକୁ ପଡିବ । ଯାହା ଦ୍ବାରା ଲଜିଷ୍ଟିକ୍ସ ଖର୍ଚ୍ଚ ପାଖାପାଖୀ 8 ରୁ 10 ପ୍ରତିଶତ ବଢିଯିବ । ଏଥିସହ ଦିଲ୍ଲୀ ଆଖପାଖ ଉଦ୍ୟୋଗ କ୍ଷେତ୍ରର କମ୍ପାନୀକୁ ଶ୍ରମ ବଳ ସଙ୍କଟର ସାମ୍ନା କରିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.