ETV Bharat / business

ୟୁପିଏ ଶାସନ କାଳ ତୁଳନାରେ 11 ଗୁଣା ବଢିଛି କୃଷି ବଜେଟ

ନୂଆ କୃଷି ବିଲକୁ ନେଇ ଅସନ୍ତୋଷ ବଢୁଥିଲାବେଳେ ଏହା କେତେ ଲାଭଦାୟକ ବଖାଣିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏଥିସହ ମୋଦି ସରକାର କୃଷି ଓ କୃଷକଙ୍କ ପାଇଁ କେତେ ତତ୍ପର ତାହାକୁ ଦର୍ଶାଇ କୃଷି ବଜେଟର ବ୍ୟୟ ଅଟକଳକୁ ଦର୍ଶାଇଛନ୍ତି ଶ୍ରମ ମନ୍ତ୍ରୀ ଗଙ୍ଗୱାର । ଅଧିକ ପଢନ୍ତୁ..

author img

By

Published : Oct 3, 2020, 8:59 PM IST

ୟୁପିଏ ଶାସନ କାଳ  ତୁଳନାରେ 11 ଗୁଣା ବଢିଛି କୃଷି ବଜେଟ
ୟୁପିଏ ଶାସନ କାଳ ତୁଳନାରେ 11 ଗୁଣା ବଢିଛି କୃଷି ବଜେଟ

ନୂଆଦିଲ୍ଲୀ: ଦେଶର ମେରୁଦଣ୍ଡ କୃଷକଙ୍କ ମେରୁଦଣ୍ଡକୁ ସୁଦୃଢ ପାଇଁ ହେବ କେନ୍ଦ୍ର ସରକାରଙ୍କ ପ୍ରୟାସ । 11 ଗୁଣା ବଢିଛି କୃଷି ବଜେଟ । ଆର୍ଥିକ ବର୍ଷ 2009-10ରେ ୟୁପିଏ ଶାସନ କାଳରେ 12,000 କୋଟି ଟଙ୍କା ରହିଥିବା କୃଷି ବଜେଟ ପରିସର ବୃଦ୍ଧି ହୋଇ 1.34 ଲକ୍ଷ କୋଟି ଟଙ୍କା ହୋଇଛି । ଶନିବାର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏ ନେଇ କହିଛନ୍ତି ।

କୃଷି ମନ୍ତ୍ରାଳୟର ବଜେଟ ବୃଦ୍ଧି, କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି । ଯେତେବେଳେ କି ନୂଆ କୃଷି ଆଇନକୁ ନେଇ ସରକାର ଉପରେ ଲଗାତାର ଆକ୍ରମଣ କରାଯାଉଛି ।

ଏହି ଆଇନର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ ପାଇଁ ମାର୍କେଟିଂର ସ୍ବାଧୀନତା ଦେବା । ଯଦିଓ, ଆଶଙ୍କା ରହିଛି ଯେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବ୍ୟବସ୍ଥା ସମାପ୍ତ କରିଦିଆଯିବ । ଏମଏସପି ହେଉଛି ତାହା, ଯାହା ସରକାର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ସୁନିଶ୍ଚିତ କରନ୍ତି |

କୃଷି ମନ୍ତ୍ରଣାଳୟର ବଜେଟର ବୃଦ୍ଧି, ସମର୍ଥନ ମୂଲ୍ୟରେ ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ କ୍ରୟ ଉପରେ ସରକାରୀ ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ଘଟିଥିବାର ସୂଚାଉଛି । MSP କୃଷକଙ୍କୁ ବଜାରରେ ପରିବର୍ତ୍ତନରୁ ରକ୍ଷା କରିଥାଏ |

ମନ୍ତ୍ରୀ କହିଛନ୍ତି ଯେ 2014ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ବ ଗ୍ରହଣ କରିବା ପରଠାରୁ ଗ୍ରାମ, କୃଷକ, ଗରିବ ଏବଂ କୃଷି କ୍ଷେତ୍ରରେ ନିରନ୍ତର ଅଗ୍ରଗତି ହୋଇଛି । ସେ କହିଛନ୍ତି କି 2009-10ରେ କୃଷି ମନ୍ତ୍ରାଳୟର ବଜେଟ କେବଳ 12,00 କୋଟି ଟଙ୍କା ଥିଲାବେଳେ ଏବେ ତାହା 11 ଗୁଣ ବୃଦ୍ଧି କରାଯାଇ 1.34 ଲକ୍ଷ କୋଟି ଟଙ୍କା ହୋଇଛି ।

PHDCCI ଦ୍ବାରା ଆୟୋଜିତ "କ୍ୟାପିଟାଲ ମାର୍କେଟ ଏବଂ କମୋଡିଟି ମାର୍କେଟ ଉପରେ ଚତୁର୍ଥ ଭର୍ଚୁଆଲ୍ ବାର୍ଷିକ ସମ୍ମିଳନୀ: ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ଆର୍ଥିକ ମାର୍କେଟର ଭୂମିକା" ପ୍ରସଙ୍ଗରେ ସେ ମତ ରଖିଛନ୍ତି । ଏଥିରେ ସେ କହିଛନ୍ତି ଯେ ନୂତନ କୃଷି ନିୟମ କୃଷକମାନଙ୍କୁ ବହୁତ ଲାଭଦାୟକ ହେବ । କାରଣ ସେମାନେ ସେମାନଙ୍କର ଉତ୍ପାଦକୁ ଅନ୍ୟ ରାଜ୍ୟରେ ମଧ୍ୟ ଭଲ ମୂଲ୍ୟରେ ବିକ୍ରି କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.