ETV Bharat / business

ହିଂସା ବିଷୟବସ୍ତୁରେ ଲାଗୁଛି ରୋକ, ଆହୁରି ପଦକ୍ଷେପ ଜରୁରୀ: ଫେସବୁକ - ଫେସବୁକ ପ୍ଲାର୍ଟଫର୍ମରେ ହିଂସା ବିଷୟବସ୍ତୁ

ଫେସବୁକ ମୁଖପାତ୍ର କହିଛନ୍ତି, ‘‘ହିଂସାକୁ ପ୍ରୋତ୍ସାହିତ କରୁଥିବା ଭାଷଣ ଏବଂ ବିଷୟବସ୍ତୁକୁ ଆମେ ନିଷେଧ କରୁଛୁ। ଆମେ ଏହି ପଲିସିକୁ ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ କରୁଛୁ। ଏହା କୌଣସି ରାଜନୈତିକ ପଦ କିମ୍ବା ଦଳର ବିଚାରଧାରାକୁ ଗ୍ରହଣ କରେ ନାହିଁ।’’ ଅଧିକ ପଢନ୍ତୁ..

ହିଂସା ବିଷୟବସ୍ତୁରେ  ଲାଗୁଛି ରୋକ , ହେଲେ ଆହୁରୀ ପଦକ୍ଷେପ ଜରୁରୀ : ଫେସବୁକ

author img

By

Published : Aug 17, 2020, 7:12 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଫେସବୁକ କେନ୍ଦ୍ରରେ ଶାସକ ଦଳକୁ ସମର୍ଥନ କରୁଥିବା ଅଭିଯୋଗ ମଧ୍ୟରେ ସୋମବାର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ କହିଛି କି ହିଂସାକୁ ପ୍ରୋତ୍ସାହିତ କରୁଥିବା ଘୃଣାର ବକ୍ତବ୍ୟକୁ ଆମ ପ୍ଲାଟଫର୍ମରେ ବାରଣ କରାଯାଇଛି ।

ଏଥିସହ କମ୍ପାନୀ କହିଛି କି, ଏହି ପଲିସିଗୁଡିକୁ ବିନା କୌଣସି ରାଜନୈତିକ ଦଳର ସମ୍ପୃକ୍ତିକୁ ବିଚାର ନକରି ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ କରାଯାଇଛି । କମ୍ପାନୀ ଭାରତକୁ ଏହାର ମୁଖ୍ୟ ବଜାର ଭାବରେ ବିବେଚନା କରେ। ଏଥିସହ ଫେସବୁକ ସ୍ୱୀକାର ମଧ୍ୟ କରିଛି ଯେ ଏହା ସମସ୍ତ ଘୃଣା-ବିଷୟକୁ ରୋକିଥାଏ, କିନ୍ତୁ ଏହି ଦିଗରେ ଆହୁରି ଅନେକ କିଛି କରିବା ଆବଶ୍ୟକ ରହିଛି ।

ଫେସବୁକ ମୁଖପାତ୍ର କହିଛନ୍ତି, ‘‘ହିଂସାକୁ ପ୍ରୋତ୍ସାହିତ କରୁଥିବା ଭାଷଣ ଏବଂ ବିଷୟବସ୍ତୁକୁ ଆମେ ନିଷେଧ କରୁଛୁ। ଆମେ ଏହି ପଲିସିକୁ ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ କରୁଛୁ। ଏହା କୌଣସି ରାଜନୈତିକ ପଦ କିମ୍ବା ଦଳର ବିଚାରଧାରାକୁ ଗ୍ରହଣ କରେ ନାହିଁ। ଆମେ ଜାଣୁ ବର୍ତ୍ତମାନ ଅଧିକ କିଛି କରିବା ଆବଶ୍ୟକ, ଆମେ କାର୍ଯ୍ୟକାରିତା ଦିଗରେ ଅଗ୍ରଗତି କରୁଛୁ। କୌଣସି ପ୍ରକାରର ପକ୍ଷପାତକୁ ରୋକିବା ପାଇଁ ଆମେ ନିୟମିତ ଭାବରେ ଆମର ପ୍ରକ୍ରିୟାଗୁଡ଼ିକୁ ଅଡିଟ୍ କରୁଛୁ।

ଫେସବୁକର ଦଳୀୟ ମନୋଭାବକୁ ନେଇ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଥାଉଛି । ଏହି ଘଟଣାବଳୀ ମଧ୍ୟରେ ଫେସବୁକର ଏଭଳି ବିବୃତ୍ତି ଆସିଛି |

ଫେସବୁକ ଦ୍ୱାରା ଜାତୀୟତାବାଦୀ ସ୍ୱର 'ସେନ୍ସର' କରାଯାଉଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟକୁ ଦର୍ଶାଇ କହିଛି ଯେ ଫେସବୁକର ବିଷୟବସ୍ତୁ ସହ ଜଡିତ ନୀତି ବିଜେପି ସପକ୍ଷରେ ଅଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.