ETV Bharat / business

ପୁଣି ମହଙ୍ଗା ହେଲା ତେଲ

author img

By

Published : Mar 14, 2020, 12:23 PM IST

29 ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦାମ । ତାପରେ ବି ଭାରତରେ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ ।

Excise duties on Petrol & Diesel increased by 3 rupee
ପୁଣି ମହଙ୍ଗା ହେଲା ତେଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପରେ ବି ଭାରତରେ ବଢିଲା ତେଲ ଦର । ଲଗାତାର ଖସୁଥିବା ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଓ ରୋଡ ସେସ କଷିଲେ କେନ୍ଦ୍ର ସରକାର । ଫଳରେ ପେଟ୍ରୋଲ ଓ ଡିଜେଲ ଦାମ 3 ଟଙ୍କା ଲେଖାଏଁ ବୃଦ୍ଧି ପାଇବ ।

ଆଇଓସି ୱେବସାଇଟ ମୁତାବକ ଶନିବାର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 70 ଟଙ୍କା ରହିଥିଲା ବେଳେ କୋଲକତା, ମୁମ୍ବାଇ, ଚେନ୍ନାଇରେ ଯଥାକ୍ରମେ 72.70,75.70,72.71ଟଙ୍କା ରହିଛି ।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଅଧିକ ଶସ୍ତା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଉତ୍ପାଦ ଶୁଳ୍କ 2 ଟଙ୍କା ବଢିଥିବା ବେଳେ ରୋଡ ଓ ଇମ୍ଫ୍ରା ସେସ 1 ଟଙ୍କା ବଢିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏପଟେ ବିରୋଧୀ ବି ଅର୍ଥନୀତି ବେହାଲ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.