ETV Bharat / business

ଜିଡିପିକୁ ନେଇ ମୁହଁ ଖୋଲିଲେ ସୁବ୍ରମଣ୍ୟମ, ବାସ୍ତବ ଓ ରିପୋର୍ଟରେ ରହିଛି ଫରକ - GDP

ଜିଡିପିକୁ ନେଇ ବଡ ଖୁଲାସା । 2011-12 ଓ 2016-17 ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ବଢାଇ ଚଢାଇ ଉପସ୍ଥାପନ କରାଯାଉଛି ବୋଲି ଅଭେିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣ୍ୟମ ।

ଫାଇଲ ଫଟୋ
author img

By

Published : Jun 11, 2019, 9:18 PM IST

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ଦରକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ । 2011-12 ଓ 2016-17 ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ବଢାଇ ଚଢାଇ ଉପସ୍ଥାପନ କରାଯାଇଛି । ଏହି 6 ବର୍ଷ ବିକାଶ ଦର 7 ନୁହେଁ ବରଂ 4.5 ପ୍ରତିଶତ ରହିଥିଲା । ଏଭଳି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣ୍ୟମ ।

ସୁବ୍ରମଣ୍ୟଙ୍କ ମୁତାବକ, 2011 ଓ 2016 ମଧ୍ୟରେ ଜିଡିପି ବାସ୍ତବରେ 6.9 ନୁହେଁ ବରଂ 3.5 ଓ 5.5 ପ୍ରତିଶତ ଭିତରେ ରହିଥିଲା । 2011 ପରଠାରୁ ଭାରତର ବିକାଶ ଦର ପ୍ରତି ବର୍ଷ 2.5 ପ୍ରତିଶତ ହାରରେ ବୃଦ୍ଧି କରି ଦେଖାଯାଇଛି । ଆଉ ଏଥିପାଇଁ ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି ।

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ) ରିପୋର୍ଟରୁ ଜଣାପଡିଛି ଯେ, 2028-19ର ଚତୁର୍ଥ ତ୍ରୟମାସରେ ଆର୍ଥିକ ବିକାଶ ଦର 5.8 ପ୍ରତିଶତ ରହିଛି । ଯାହାକି ବିଗତ 5 ବର୍ଷରେ ସର୍ବନିମ୍ନ । କୃଷି ଓ ନିର୍ମାଣ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଅଭିବୃଦ୍ଧି ପ୍ରଭାବିତ ହୋଇଛି ।

ଏଥିସହ ଦେଶର ଆର୍ଥିକ ବିକାଶ ପାଇଁ ଗଠିତ ହୋଇଥିବା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁବ୍ରମଣ୍ୟମ । ଏଣୁ ଜିଡିପି ଆକଳନ ଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟାବଳୀ ଜରିଆରେ ସଂଶୋଧନ କରିବା ଦରକାର । ଯେଉଁଥିରେ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ଏକ୍ସପୋର୍ଟ, ପରିସଂଖ୍ୟାନବିତ, ମାଇକ୍ରୋ ଅର୍ଥନୀତିଜ୍ଞ ଓ ନିତି ଉପଯୋଗକର୍ତ୍ତାଙ୍କୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଜିଡିପି ରିପୋର୍ଟ ଖୁଲାସା ପରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । କଂଗ୍ରେସ ତାର ସଫେଇରେ ପ୍ରତିକ୍ରିୟା ରଖିଥିବା ବେଳେ ସରକାରଙ୍କ ପକ୍ଷରୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମତ ରଖିଛନ୍ତି ।

ସ୍ଲଗ- 3ଶହ 40 ଲିଟର ଦେଶୀ ମଦ, 6ହଜାର କେଜି ପୋଚ ଜବତ ସହ 3 ଗିରଫ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 11/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ଦେଶୀମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଖଇରା ଥାନା କୁପାରି ବାଉଁଶଗଡ଼ିଆ ଗ୍ରାମରେ ବ୍ୟାପକ ଚୋରା ଦେଶୀମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା। ଉକ୍ତ ଅଞ୍ଚଳରେ ପୋଚ ଦ୍ୱାରା ଦେଶୀମଦ ରନ୍ଧାଯାଇ ବେପାର କରାଯାଉଥିଲା। ଏହି ଖବର ବାଲେଶ୍ୱର ଅବକାରୀ ବିଭାଗ ଖବର ପାଇବା ପରେ ସେଠାରେ ଚଢ଼ାଉ କରିଥିଲା। ଅବକାରୀ ବିଭାଗର ଫ୍ଲାଇଁ ସ୍କ୍ବାର୍ଡ ଇନିସିପେକ୍ଟର ଉଦେଲାଲଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ 3ଶହ 40 ଲିଟର ଦେଶୀମଦ, 6 ହଜାର କେଜି ପୋଚ ଜବତ କରିବା ସହ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଫୁଲ୍ଲ କୁମାର ସେଠୀ, ବାବୁଲା ସାମଲ ଓ ଭେଳା ମାଝୀ। ସେମାନଙ୍କ ନିକଟରୁ ରନ୍ଧା ସରଞ୍ଜାମ ଜବତ କରାଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.