ETV Bharat / business

ଡିସେମ୍ବରରେ ESICରେ ଯୋଡି ହେଲେ 12 ଲକ୍ଷ ନୂଆ ସଦସ୍ୟ

author img

By

Published : Feb 26, 2021, 6:36 AM IST

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପରିଚାଳିତ ସାମାଜିକ ସୁରକ୍ଷା ଯୋଜନାରେ 2020 ଡିସେମ୍ବରରେ 12.06 ଲକ୍ଷ ନୂଆ ସଦସ୍ୟ ଯୋଡି ହେଲେ । ଅଧିକ ପଢନ୍ତୁ..

ଡିସେମ୍ବରରେ ESICରେ ଯୋଡି ହେଲେ  12 ଲକ୍ଷ ନୂଆ
ଡିସେମ୍ବରରେ ESICରେ ଯୋଡି ହେଲେ 12 ଲକ୍ଷ ନୂଆ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପରିଚାଳିତ ସାମାଜିକ ସୁରକ୍ଷା ଯୋଜନାରେ 2020 ଡିସେମ୍ବରରେ 12.06 ଲକ୍ଷ ନୂଆ ସଦସ୍ୟ ଯୋଡି ହେଲେ । ଏହା ଦ୍ବାରା ପୂର୍ବ ମାସ ନଭେମ୍ବରରେ 9.48 ଲକ୍ଷ ଅଂଶୀଦାରମାନେ ଏଥିରେ ସାମିଲ ହୋଇଥିଲେ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ବାରା ଏହି ତଥ୍ୟ ଜାରି ହୋଇଛି ।

ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି କି ସଙ୍ଗଠିତ କ୍ଷେତ୍ରରେ ରୋଜଗାର ସ୍ଥିତି ଭଲ ରହିଛି । ସଦ୍ୟ ରିପୋର୍ଟ ମୁତାବକ ଇଏସଆଇସିର ସାମାଜିକ ସୁରକ୍ଷା ଯୋଜନା ସହ 2020 ଜୁନରେ 8.87 ଲକ୍ଷ , ମେ ମାସରେ 4.89 ଲକ୍ଷ ଓ ଏପ୍ରିଲରେ 2.63 ଲକ୍ଷ ଅଂଶୀଦାର ଯୋଡି ହୋଇଥିଲେ ।

ଏହା ଦର୍ଶାଉଛି କି ଲକଡାଉନ କଟକଣା କୋହଳ ସହ ଇଏସଆଇସି ଯୋଜନା ସହ ଯୋଡି ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ବଢିଛି । 2020 ଜୁଲାଇରେ ମୋଟ ପଞ୍ଜିକରଣ ହ୍ରାସ ହୋଇ 7.63 ଲକ୍ଷକୁ ଆସିଥିଲା । ତେବେ ଅଗଷ୍ଟରେ ଏହା ବୃଦ୍ଧି ହୋଇ 9.5 ଲକ୍ଷ , ସେପ୍ଟେମ୍ବରରେ 11.58 ଲକ୍ଷ ଓ 2020 ଅକ୍ଟୋବରରେ 12.06 ଲକ୍ଷରେ ପହଞ୍ଚିଛି ।

ସରକାର ଗତ ବର୍ଷ କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ମାର୍ଚ୍ଚ 25 ରୁ ସମଗ୍ର ଦେଶରେ ଲକଡାଉନ ଲାଗୁଥିଲା । ଏନଏସଓ ରିପୋର୍ଟ ଅନୁସାରେ 20190-20ରେ ଇଏସଆଇ ସହ ଜଡିତ ଅଂଶୀଦାର ସଂଖ୍ୟା ମୋଟ ରୂପରେ 1.51 କୋଟି ରହିଛି । ଯାହା 2018-19 ରେ 1.49 କୋଟି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.