ETV Bharat / business

EPFOର ବଡ ନିଷ୍ପତ୍ତି, ପିଏଫ ଉପରେ ଏକାସହ ମିଳିବନି ସୁଧ

author img

By

Published : Sep 9, 2020, 7:09 PM IST

EPF ଅଂଶୀଦାରଙ୍କୁ ପ୍ରଭାବିତ କଲା କୋରୋନା ମହାମାରୀ । ବୁଧବାର EPFOର ସେଣ୍ଟ୍ରାଲ ବୋର୍ଡ 2019-20ର ସୁଧକୁ 2ଟି କିସ୍ତିରେ ଦେବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ..

EPFOର ବଡ ନିଷ୍ପତ୍ତି, ପିଏଫ ଉପରେ ଏକାସହ ମିଳିବନି ସୁଧ
EPFOର ବଡ ନିଷ୍ପତ୍ତି, ପିଏଫ ଉପରେ ଏକାସହ ମିଳିବନି ସୁଧ

ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ଏହାର 6 କୋଟି ପାଖାପାଖୀ ଅଂଶୀଦାରମାନଙ୍କୁ 2019-20 ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସ୍ଥିର ହୋଇଥିବା 8.50 ପ୍ରତିଶତ ସୁଧରୁ ଆଂଶିକ କାଟ କରି ପ୍ରଦାନ କରାଯିବ । ବାକି ପେମେଣ୍ଟ ବର୍ଷରେ ଶେଷରେ ସ୍ଥିର କରାଯିବ । ଏ ନେଇ ବୁଧବାର ଇପିଏଫଓ ନିଷ୍ପତ୍ତି ନେଇଛି ।

ଏହା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି କି, କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ) ଉପରେ ନିର୍ଦ୍ଧାରିତ 8.50 ପ୍ରତିଶତ ସୁଧ ମଧ୍ୟରୁ ବର୍ତ୍ତମାନ 8.15 ପ୍ରତିଶତ ସୁଧ ହିଁ ଇପିଏଫ ଖାତାକୁ ପଠାଯିବ । ବୁଧବାର ବସିଥିବା ଇପିଏଫଓ ଟ୍ରଷ୍ଟିର ବୈଠକରେ ଏନେଇ ନିର୍ଣ୍ଣୟ ନିଆଯାଇଛି ।

ତେବେ ବାକି 0.35 ପ୍ରତିଶତ ସୁଧ ପେମେଣ୍ଟ ଏ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଅଂଶୀଦାରଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ଇପିଏଫ ଏହା ପୂର୍ବରୁ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡରେ କରିଥିବା କିଛି ନିବେଶକୁ ବଜାରରେ ବିକ୍ରି କରିବା ପାଇଁ ଯୋଜନା କରିଥିଲା ।

ଇପିଏଫ ଅଂଶୀଦାରମାନଙ୍କୁ 8.5 ପ୍ରତିଶତ ହାରରେ ସୁଧର ସମ୍ପୂର୍ଣ୍ଣ ଦେୟ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ କୋଭିଡ -19 କାରଣରୁ ବଜାରରେ ଦେଖାଦେଇଥିବା ବିଶୃଙ୍ଖଳା ହେତୁ ଏହା ହୋଇପାରିବ ନାହିଁ।

ଇପିଏଫଓର ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ ହେଉଛି ସଂଗଠନର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା । 2020 ଡିସେମ୍ବର 2020 ରେ ଏହାର ପୁନଃ ବୈଠକ ହେବ, ଯେଉଁଥିରେ ଇପିଏଫ ସଦସ୍ୟଙ୍କ ଆକାଉଣ୍ଟରେ 0.35 ପ୍ରତିଶତ ହାରରେ ସୁଧର ବକେୟା ଟଙ୍କା ଜାରି କରିବା ପାଇଁ ଜୋର ଦିଆଯିବ ।

ପ୍ରକାଶ ଯେ, ଏ ବର୍ଷର ମାର୍ଚ୍ଚରେ ହୋଇଥିବା ବୈଠରେ ପିଏଫ ଉପରେ 2019-20 ପାଇଁ 8.5 ପ୍ରତିଶତ ହାରରେ ସୁଧ ଦେବା ପାଇଁ ନିଷ୍ପତ୍ତି ବୋର୍ଡ ନିଷ୍ପତ୍ତି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.