ETV Bharat / business

EPFO ସଦସ୍ୟଙ୍କୁ ଆଶ୍ବସ୍ତି, ମିଳିଲା ଅଗ୍ରିମ ଟଙ୍କା ଉଠାଣ ଅନୁମତି

author img

By

Published : May 31, 2021, 10:59 PM IST

ସଦସ୍ୟମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ବଡ ଘୋଷଣା । କୋଭିଡ-19ର ଦ୍ବିତୀୟ ଲହରରେ ଭବିଷ୍ୟ ନିଧି ପାଣ୍ଠିରୁ ପୁଣି ଟଙ୍କା ଉଠାଣ ପାଇଁ ମିଳିଲା ଅନୁମତି । ପ୍ରଥମ ଲହରରେ ବି ଦିଆଯାଇଥିଲା ଏହି ସୁବିଧା । ଅଧିକ ପଢନ୍ତୁ..

EPFO ସଦସ୍ୟଙ୍କୁ ଆଶ୍ବସ୍ତି,  ମିଳିଲା ଅଗ୍ରିମ ଟଙ୍କା ଉଠାଣ ଅନୁମତି
EPFO ସଦସ୍ୟଙ୍କୁ ଆଶ୍ବସ୍ତି, ମିଳିଲା ଅଗ୍ରିମ ଟଙ୍କା ଉଠାଣ ଅନୁମତି

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ସଙ୍କଟ ମଧ୍ୟରେ ପିଏଫ ଆକାଉଣ୍ଟଧାରୀଙ୍କୁ ରିଲିଫ ଦେଲେ ସରକାର । ଆକାଉଣ୍ଟଧାରୀ ଯଦି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(​ଇପିଏଫ)ରୁ ଉଠାଇପାରିବେ ଟଙ୍କା । ଏ ନେଇ ସୋମବାର ଘୋଷଣା କରାଯାଇଛି ।

ଅବସର ପାଣ୍ଠିର ପରିଚାଳନା କରୁଥିବା ସଂସ୍ଥା ଇପିଏଫ ସମଗ୍ର ଦେଶରେ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଥର ପାଇଁ PF ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛି । ଏହା ଫଳରେ 5 କୋଟିରୁ ଊର୍ଦ୍ଧ୍ବ ଇପିଏଫ ଖାତାଧାରୀ ଉପକୃତ ହେବେ ।

ଗତ ବର୍ଷ ଆରମ୍ଭରେ ମହାମାରୀ ଯୋଗୁଁ ଇପିଏଫ ଏହାର ସଦସ୍ୟ ଆକସ୍ମିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିଲା । ଏହା ଅଧିନରେ ସଦସ୍ୟଙ୍କୁ 3 ମାସର ମୋଟ ଦରମା ( ମୂଳ ଦରମା + ମହଙ୍ଗା ଭତ୍ତା) ବା ସେମାନଙ୍କ ଭବିଷ୍ୟ ନିଧି ବା ପିଏଫ ଖାତାରେ ଜମା ରାଶିର 75 ପ୍ରତିଶତ ପର୍ଯ୍ୟନ୍ତ ଉଠାଇବାକୁ ଅନୁମତି ମିଳିଥିଲା ।

ଶ୍ରମ ମନ୍ତ୍ରାଳୟର ଏକ ବିବୃତ୍ତିରେ କହିଛି କି, ‘‘ କୋଭିଡ-19 ମହାମାରୀ ଦ୍ବିତୀୟ ଲହର ସମୟରେ ଏହାର ଅଂଶୀଦାରଙ୍କ ସହଯୋଗ କରିବା ପାଇଁ ଇପିଏଫଓ ଦ୍ବିତୀୟ ଥର ଅଗ୍ରିମ ଟଙ୍କା ଉଠାଣ କରିବାକୁ ଅନୁମତି ଦେଇଛି ।

ମହାମାରୀ ସମୟରେ ସଦସ୍ୟମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଅଧୀନରେ ସ୍ବତନ୍ତ୍ର ପ୍ରତ୍ୟାହାରର ବ୍ୟବସ୍ଥା ମାର୍ଚ୍ଚ 2020ରେ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.