ETV Bharat / business

ଇମେଲରେ ଡିଜିଟାଲ ହସ୍ତାକ୍ଷର ପଞ୍ଜିକୃତ ପାଇଁ ଅନୁମତି ଦେଲା ଇପିଏଫଓ

author img

By

Published : May 6, 2020, 7:16 PM IST

କମ୍ପାନୀର ସୁବିଧା ଓ ବର୍ତ୍ତମାନର ସଙ୍କଟକୁ ନଜରରେ ରଖି ଇପିଏଫଓ ସମସ୍ତ ନିଯୁକ୍ତିଦାତାଙ୍କୁ ନିଜ ଡିଜିଟାଲ ହସ୍ତାକ୍ଷେର ଇମେଲ ଜରିଆରେ ପଞ୍ଜିକୃତ କରିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ,,

EPFO allows employers to register digital signatures via e-mail
ଇମେଲରେ ଡିଜିଟାଲ ହସ୍ତାକ୍ଷେର ପଞ୍ଜିକୃତ ପାଇଁ ଅନୁମତି ଦେଲା ଇପିଏଫଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(ଇପିଏଫଓ) ସମସ୍ତ ନିଯୁକ୍ତିଦାତାଙ୍କୁ ନିଜ ଡିଜିଟାଲ ହସ୍ତାକ୍ଷର ଇମେଲ ଜରିଆରେ ପଞ୍ଜିକୃତ କରିବାକୁ ଅନୁମତି ଦେଇଛି । କୋରୋନା ଭାଇରସ ରୋକିବାକୁ ଲାଗୁ ଲକଡାଉନକୁ ନଜରରେ ରଖି ଇପିଏଫଓ ଏଭଳି ପଦକ୍ଷେପ ଗ୍ରହଣ କରିଛି । ବୁଧବାର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏବେ ନିଯୁକ୍ତିଦାତାଙ୍କ ତରଫରୁ ଅଧିକୃତ ବ୍ୟକ୍ତି ଇପିଏଫଓ କାର୍ଯ୍ୟାଳୟ ଯାଇ ଡିଜିଟାଲ ହସ୍ତାକ୍ଷରକୁ ପଞ୍ଜିକୃତ କରିବାକୁ ହୋଇଥାଏ । ଏନେଇ ଶ୍ରମ ମନ୍ତ୍ରାଣଳୟ ନିଜ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରବ୍ୟାପୀ ବନ୍ଦ ଓ ଅନ୍ୟ କଟକଣା ଯୋଗୁଁ କମ୍ପାନୀଗୁଡିକ ଠିକରେ କାମ କରିପାରୁନାହାନ୍ତି । ଏଥିସହ ସେମାନଙ୍କୁ ଇପିଏଫଓ ପୋର୍ଟାଲରେ ଡିଜିଟାଲ ହସ୍ତାକ୍ଷର କିମ୍ବା ଆଧାର ଆଧାରିତ ଇ-ହସ୍ତାକ୍ଷର ବ୍ୟବହାରରେ ସମସ୍ୟା ଭୋଗିବାକୁ ପଡୁଛି । ତେବେ ଡିସିଏସ-ଇ ହସ୍ତାକ୍ଷର ବ୍ୟବହାର ପାଇଁ ଇପିଏଫଓର ଆଞ୍ଚଳିତ କାର୍ଯ୍ୟାଳୟରୁ ଥରେ ଅନୁମୋଦନ ନେବାକୁ ପଡିଥାଏ ।

ଏଣୁ ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଅନୁପାଳନ ପ୍ରକ୍ରିୟାକୁ ଆହୁରି ସହଜ କରିବାକୁ, ଇପିଏଫଓ ଏଭଳି ଅନୁରୋଧ ଇମେଲ ଜରିଆରେ ସ୍ବୀକାର କରିବାକୁ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.