ETV Bharat / business

ପିଏମସି ସ୍କାମ, 2 ଅଡିଟର ଗିରଫ - ପିଏମସି ଘୋଟଲାରେ 2 ଅଡିଟର ଗିରଫ

ସୋମବାର ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ 2 ଅଡିଟରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) । ମଙ୍ଗଳବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ ।

ପ୍ରତିକାତ୍ମକ ଫଟୋ
author img

By

Published : Nov 11, 2019, 11:52 PM IST

ନୂଆଦିଲ୍ଲୀ: ସୋମବାର ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ବନ୍ଧା ହେଲେ 2 ଅଡିଟର । 4,355.43 କୋଟି ସ୍କାମରେ ସମୃକ୍ତି ନେଇ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ସନ୍ଧ୍ୟାରେ ଏମାନଙ୍କୁ ଜେରା କରିବା ପରେ ଗିରଫ କରିଛି । ମଙ୍ଗଳବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ । ପୂର୍ବରୁ ଏହି ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣରେ କଟକଣା ଲଗାଇରଖିଛି । ଏପଟେ ଘୋଟାଲାର ତଦନ୍ତ ପାଇଁ ରିଜର୍ଭ ବ୍ୟାଙ୍କ ଦ୍ବାରା ନିଯୁକ୍ତ ଆର୍ଥିକ ଅପରାଧ ଶାଖା ପ୍ରଶାସକ ଅଧିନରେ କାମ କରୁଛି।

11,600 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜମା ସହ ପିଏମସି ଦେଶର ଶୀର୍ଷ 10 ସହକାରୀ ବ୍ୟାଙ୍କ ଭିତରୁ ଗୋଟିଏ । ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ପିଏମସି ବ୍ୟାଙ୍କ ନିଜ ମୋଟ ଋଣର ପ୍ରାୟ 73 ପ୍ରତିଶତ ଦେଇଛି। ଯାହାକି ଏବେ ଅନାଦେୟ ଋଣ ଭାବେ ପଡିରହିଛି। ଏହି ଘଟଣା ପ୍ରଘଟ ପରେ ଏବେ ସୁଦ୍ଧା 7ଜଣ ଜମାକର୍ତ୍ତାଙ୍କ ଜୀବନ ମଧ୍ୟ ଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.