ନୂଆଦିଲ୍ଲୀ: ପଳାତକ ଆର୍ଥିକ ଅପରାଧୀ ବିଲିୟନାରୀ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାଲ୍ୟାଙ୍କ 1.6 ମିଲିୟନ ୟୁରୋ (14 କୋଟି ଟଙ୍କା) ସମ୍ପତ୍ତି ଜବତ କରିଛି । ଶୁକ୍ରବାର ଅନୁସନ୍ଧାନକାରୀ ସଂସ୍ଥା ଏନେଇ ବିବୃତ୍ତି ରଖିଛି ।
ଇଡିର ଅନୁରୋଧ କ୍ରମେ ମାଲ୍ୟାଙ୍କ 32 ଆଭେନ୍ୟୁ (FOCH), ଫ୍ରାନ୍ସର ସମ୍ପତ୍ତିକୁ ଫ୍ରେଞ୍ଚ ଅଥରିଟି ଜବତ କରିଛି । ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ 1.6 ମିଲିୟନ ୟୁରୋ ( 14 କୋଟି ଟଙ୍କା) ଆକଳନ ହୋଇଛି । ଯାଞ୍ଚରୁ ଜଣାପଡିଛି କି କିଙ୍ଗ ଫିସର ଏୟାରଲାଇନ୍ସ ଲିମିଟେଡର ବ୍ୟାଙ୍କ ଖାତାରୁ ବିଦେଶରେ ମୋଟା ଅଙ୍କର ଟଙ୍କା ଉଠାଣ ହୋଇଥିବା କୁହାଯାଇଛି ।
ପ୍ରକାଶ ଯେ, 9 ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ନେଇ ଦେଶ ଛାଡି ଯାଇଥିବା ମାଲ୍ୟାଙ୍କ ଏବେ ବ୍ରିଟେନରେ ଅଛନ୍ତି । କିଛି ମାସ ତଳେ ଭାରତ ସରକାର ୟୁକେ ସରକାରଙ୍କୁ ଅପିଲ କରିଥିଲେ କି , ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶରେ ଶରଣ ନ ଦେବା ପାଇଁ ।