ETV Bharat / business

ମହଙ୍ଗା ବୋଝରେ ଚେପା ଖାଉଟି, ବଢିଚାଲିଛି ଖାଇବା ତେଲ ଓ ସିଲିଣ୍ଡର ଦାମ - ସିଲିଣ୍ଡର ଦାମ ବଢିଲା

ଚିନ୍ତାରେ ଖାଉଟି । ବିଗତ 2 ବର୍ଷ ଧରି ବଢିଚାଲିଛି ଖାଇବା ତେଲ ଓ ରନ୍ଧନ ଗ୍ୟାସ ଭଳି ଆବଶ୍ୟକୀୟ ସାମଗ୍ରୀ ଦାମ । ଅଧିକ ପଢନ୍ତୁ..

ମହଙ୍ଗା ବୋଝରେ ଚେପା ଖାଉଟି,  ବଢିଚାଲିଛି ଖାଇବ ତେଲ ଓ ସିଲିଣ୍ଡର ଦାମ

author img

By

Published : May 12, 2021, 10:10 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡରେ ଚାପଗ୍ରସ୍ତ ସାଧାରଣ ଖାଉଟି । ବିଗତ 2 ବର୍ଷ ଧରି ବଢିଚାଲିଛି ଖାଇବା ତେଲ ଓ ରନ୍ଧନ ଗ୍ୟାସ ଭଳି ଆବଶ୍ୟକୀୟ ସାମଗ୍ରୀ ଦାମ । ଏପଟେ କୋରୋନା ପ୍ରଭାବରେ କାମଧନ୍ଦା ନଥିବାରୁ ଆୟ ହ୍ରାସ । ଫଳରେ ବିଗୁଡୁଛି ପାରିବାରିକ ବଜେଟ ।

କୋଲକତାରେ ଗତ 2 ବର୍ଷରେ ଖାଇବା ତେଲ ଦାମ ଦୁଇଗୁଣାଠୁ ଅଧିକ ବଢିଛି । 2019 ମେ ମାସରେ ସୋରିଷ ତେଲ ଲିଟର ପ୍ରତି 90 ଟଙ୍କା ଥିଲା । ହେଲେ ଏବେ ଖାଇବା ତେଲ ଲିଟର 190 ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବାଦାମ ତେଲ 2019 ରେ ଲିଟର ପିଛା 156 ଟଙ୍କା ତୁଳନାରେ ଏ ବର୍ଷ ମେ ମାସରେ 200 ଟଙ୍କା ରହିଛି ।

2019 ରେ ସୋୟାବିନ ତେଲ ଲିଟର ପ୍ରତି 95 ଟଙ୍କା ତୁଳନାରେ ଏବେ 140 ଟଙ୍କା ଅଛି । କୋଲକତାରେ ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି 180 ଟଙ୍କାରେ ବିକ୍ରି ହେଉଛି । ଯେତେବେଳେ କି 2019 ରେ ଏହା 102 ଟଙ୍କା ରହିଛି ।

ମହଙ୍ଗା ନିଆଁ କେବଳ ଖାଇବା ତେଲ ଯାଏଁ ସୀମିତ ନାହିଁ , ବରଂ ଏହି ବୃଦ୍ଧି ରନ୍ଧନ ଗ୍ୟାସରେ ବି ଦେଖିବାକୁ ମିଳିଛି । 14.2 କିଲୋ ସିଲିଣ୍ଡର 2019 ଫେବୃଆରୀରେ 496 ଟଙ୍କା ତୁଳନାରେ ଏବେ 835 ଟଙ୍କା ଅଛି ।

ଗତ 2 ବର୍ଷରେ ଏଲପିଜି ସିଲିଣ୍ଡର ଦାମ ବଢିଚାଲିଛି । ଏଥିରେ 2019 ମେ ମାସରେ 499 ଟଙ୍କା, 2020 ଅଗଷ୍ଟରେ 620 ଟଙ୍କା, 2021 ଜାନୁଆରୀରେ 720 ଟଙ୍କା ଓ 2021 ମେ ମାସରେ 835 ଟଙ୍କା ଛୁଇଁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.