ETV Bharat / business

ମାଲ୍ୟା, ନୀରବ, ଚୋକସୀଙ୍କଠୁ ଜବତ ହେଲା 18 ହଜାର କୋଟିର ସମ୍ପତ୍ତି - ନୀରବ ମୋଦି

କୋଟି କୋଟି ଟଙ୍କା ଠକେଇ କରି ଦେଶ ଛାଡି ଯାଇଥିବା ପଳାତକଙ୍କ 18 ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ED । ସେଥିରୁ 9,000 କୋଟି ଟଙ୍କା ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଛି ।

ମାଲ୍ୟା, ନୀରବ, ଚୋକସୀଙ୍କଠୁ  ଜବତ ହେଲା 18 ହଜାର କୋଟିର ସମ୍ପତ୍ତି

author img

By

Published : Jun 23, 2021, 11:08 PM IST

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ପାଖାପାଖି 18,170.02 କୋଟି ଟଙ୍କାର ସମ୍ପତ୍ତି ହୋଇଥିଲା ଜବତ । ଏଥିରୁ 9371 କୋଟି ଟଙ୍କାର ସମ୍ପତ୍ତି ସରକାର ଓ ସରକାରୀ ବ୍ୟାଙ୍କକୁ ଟ୍ରାନ୍ସଫର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।

ପଳାତକଙ୍କ ଯୋଗୁଁ ବ୍ୟଙ୍କକୁ ହୋଇଥିବା କ୍ଷତିର 80 ପ୍ରତିଶତ ସମ୍ପତ୍ତି ଜବତ କରିସାରିଛି ଇଡି । ସିବିଆଇ ଏତଲା ଅନୁଯାୟୀ, ଇଡି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ ଦେଶ ତଥା ଦେଶ ବାହାରେ ହୋଇଥିବା ନେଣଦେଣ ଓ ସମ୍ପତ୍ତିର ସନ୍ଧାନ ପାଇଛି ।

ଯାଞ୍ଚରୁ ଜଣାପଡିଛି ଯେ ଏହି 3 ପଳାତକ ବ୍ୟବସାୟୀ ନିଜ ନିଜ ନିୟନ୍ତ୍ରଣରେ ଥିବା ନକଲୀ କମ୍ପାନୀ ଜରିଆରେ ଘୋଟାଲା କରିଛନ୍ତି । ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ବିଦେଶରେ 969 କୋଟି ଟଙ୍କାର ସମ୍ପତ୍ତି ସାମିଲ ରହିଛି ।

ବର୍ତ୍ତମାନସୁଦ୍ଧା ଜବତ ହୋଇଥିବା ସମ୍ପତ୍ତି ବ୍ୟାଙ୍କଗୁଡିକର ମୋଟ କ୍ଷତିର 22,585.83 କୋଟି ଅର୍ଥାତ 80.45 ପ୍ରତିଶତ ଅଟେ । ଏଥିରୁ ଅନେକ ସମ୍ପତ୍ତି ନକଲୀ କମ୍ପାନୀ, ତୃତୀୟ ପକ୍ଷ, ସମ୍ପର୍କୀୟ ଓ ଟ୍ରଷ୍ଟ ନାଁରେ ଏହି ଅଭିଯୁକ୍ତମାନେ ଯୋଗାଡ କରି ରଖିଥିବା ଇଡିର ଯାଞ୍ଚରୁ ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.